ETV Bharat / bharat

35 କୋଟି ଟଙ୍କାର ଚରସ ଜବତ, ତିନି ନେପାଳ ନାଗରିକ ଗିରଫ

author img

By

Published : Feb 7, 2021, 10:47 PM IST

ବିହାର ଗୋପାଳଗଞ୍ଜ ଅଞ୍ଚଳରୁ 35 କୋଟି ମୂଲ୍ୟର ଚରସ ଜବତ । ଘଟଣାରେ ତିନି ନେପାଳ ନାଗରିକ ଗିରଫ । ଅଧିକ ପଢନ୍ତୁ...

35 କୋଟି ଟଙ୍କାର ଚରସ ଜବତ, ତିନି ନେପାଳ ନାଗରିକ ଗିରଫ
35 କୋଟି ଟଙ୍କାର ଚରସ ଜବତ, ତିନି ନେପାଳ ନାଗରିକ ଗିରଫ

ପାଟନା: ବିହାର ଗୋପାଳଗଞ୍ଜ ଅଞ୍ଚଳରେ ବିପୁଳ ପରିମାଣର ଚରସ ଜବତ । ଏହି କାରବାରରେ ସମ୍ପୃକ୍ତ ତିନିଜଣ ନେପାଳ ନାଗରିକଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତଙ୍କ ଠାରୁ ଜବତ 265 କେଜି ଚରସର ମୂଲ୍ୟ ପ୍ରାୟ 35 କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି ।

ବଲଥାରି ତନଖି ଫାଟକର 28 ନମ୍ବର ଜାତୀୟ ରାଜପଥ ନିକଟରେ ଯାନବାହନ ଯାଞ୍ଚ ସମୟରେ ପୋଲିସ ଏକ ପିକଅପ ଭ୍ୟାନକୁ ତଲାସି କରିଥିଲା । ଯାହାମଧ୍ୟରୁ 265 କେଜିର ଚରସ ଜବତ ହୋଇଥିଲା । ତେବେ ଗାଡିଟି ନେପାଳର ବିରଗଞ୍ଜରୁ ଆସିଥିବାବେଳେ ଉତ୍ତର ପ୍ରଦେଶ ବରେଲି ଅଞ୍ଚଳରେ ଏହି ଚରସକୁ ହସ୍ତାନ୍ତର କରାଯିବାକୁ ଥିବା ପୋଲିସ ସୂଚନା ଦେଇଛି । ଘଟଣାରେ ତିନିଜଣ ନେପାଳ ନାଗରିକକୁ ଗିରଫ କରାଯାଇ ଘଟଣାର ଛାନଭିନ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.