ETV Bharat / bharat

'ଆଲିଙ୍ଗନ କରି ବି ଜୟ ଶ୍ରୀରାମ ନାରା ଲଗାଯାଇ ପାରିବ'

ହତ୍ୟା ନୁହେଁ ବରଂ ଆଲିଙ୍ଗନ କରି ମଧ୍ୟ ଜୟ ଶ୍ରୀରାମର ନାରା ଲଗାଯାଇ ପାରିବ ବୋଲି ସଂଖ୍ୟାଲଘୁ ମନ୍ତ୍ରୀ ମୁଖ୍‌ତାର ଆବ୍ବାସ ନକବୀ କହିଛନ୍ତି ।

author img

By

Published : Jun 25, 2019, 10:56 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ଝାଡଖଣ୍ଡରେ 24 ବର୍ଷିୟ ଯୁବକଙ୍କୁ ପିଟି ପିଟି ହତ୍ୟା କରିବା ଘଟଣାକୁ ଏକ ଜଘନ୍ୟ କାଣ୍ଡର ଆଖ୍ୟା ଦେଇଛନ୍ତି ସଂଖ୍ୟାଲଘୁ ମନ୍ତ୍ରୀ ମୁଖ୍‌ତାର ଆବ୍ବାସ ନକବୀ । ଘଟଣାକୁ ନିନ୍ଦା କରିବା ସହ ସେ କହିଛନ୍ତି, ତଣ୍ଟି ଚିପି ନୁହେଁ ବରଂ ଆଲିଙ୍ଗନ କରି ଜୟ ଶ୍ରୀରାମର ନାରା ଲଗାଯାଇ ପାରିବ ।

ଏକ ପ୍ରଶିକ୍ଷିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଏପରି ଘଟଣାକୁ ନିନ୍ଦା କରିଛନ୍ତି ନକବୀ। ତେବେ ଏହି ଘଟଣାରେ ସାମିଲ ଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ଉଚିତ୍‌ ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏଭଳି ଘଟଣା ପାଇଁ କୌଣସି ସ୍ପଷ୍ଟୀକରଣ ମଗାଯାଏ ନାହିଁ । ଯାହା ଅତ୍ୟନ୍ତ ଦୁର୍ଭାଗ୍ୟପୁର୍ଣ୍ଣ ଅଟେ ।

ସୂଚନା ଯୋଗ୍ୟ ଯେ, ଝାଡଖଣ୍ଡରେ ତଥାକଥିତ ହିନ୍ଦୁ ବାହିନୀ ଜଣେ 24 ବର୍ଷିୟ ମୁସଲିମ ଯୁବକଙ୍କୁ ଏକ ଖୁଣ୍ଟିରେ ବାନ୍ଧି ପିଟିଥିଲେ ଏବଂ ତାଙ୍କୁ ଜୟ ଶ୍ରୀରାମ ଓ ଜୟ ହନୁମାନ ନାରା ଦେବାକୁ ବାଧ୍ୟ କରାଇଥିଲେ । ଏହି ଆକ୍ରମଣରେ ସମ୍ପୃକ୍ତ ଯୁବକଙ୍କର ମୃତ୍ୟୁ ଘଟିଥିଲା ।

Intro:Body:

sdf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.