ETV Bharat / bharat

'ଜୟ ଶ୍ରୀରାମ' ନାରା ଦେଇ ଚ୍ୟାଲେଞ୍ଜ ଦେଲେ ଶାହ

ସପ୍ତମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ପାଇଁ ପଶ୍ଚିମବଙ୍ଗ ଗସ୍ତରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ଜୋୟାନଗର ନିର୍ବାଚନ ପ୍ରଚାର ରାଲିରେ ଶାହ ଜୟ ଶ୍ରୀରାମ ନାରା ଦେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚ୍ୟାଲେଞ୍ଜ କରିଛନ୍ତି ।

author img

By

Published : May 13, 2019, 4:55 PM IST

ଫଟୋ ସୌଜନ୍ୟ- ଏଏନଆଇ

କୋଲକାତା: ବିଜେପି-ଟିଏମସି କଳି ସପ୍ତଦଶ ଲୋକସଭା ନିର୍ବାଚନରେ ଚର୍ଚ୍ଚିତ ପ୍ରସଙ୍ଗ । ମତ. ମନ୍ତବ୍ୟ, କଟାକ୍ଷ ସହ ମୁହାଁମୁହିଁ ହୋଇ କାଦୁଅ ଫିଙ୍ଗା ରାଜନୀତିରେ ସକ୍ରିୟ ଦୁଇ ଦଳ । ସପ୍ତମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ପାଇଁ ପଶ୍ଚିମବଙ୍ଗ ଗସ୍ତରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ଜୋୟାନଗର ନିର୍ବାଚନ ପ୍ରଚାର ରାଲିରେ ଶାହ ଜୟ ଶ୍ରୀରାମ ନାରା ଦେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କରିଛନ୍ତି ଟାର୍ଗେଟ । ସାହସ ଅଛି ତ ଗିରଫ କରି ଦେଖାଇ ବୋଲି ଦିଦିଙ୍କୁ ଚ୍ୟାଲେଞ୍ଜ କରିଛନ୍ତି ଶାହ ।

ଭିଡିଓ ସୌଜନ୍ୟ- ଏଏନଆଇ

ଅମିତ୍‌ ଶାହ ଏହି ଗସ୍ତରେ ତିନୋଟି ସ୍ଥାନରେ ପ୍ରଚାର କରିଛନ୍ତି । ତିନୋଟି ସ୍ଥାନ ମଧ୍ୟରୁ ଗୋଟିଏ ସ୍ଥାନରେ ମମତାଙ୍କ ପୁତୁରା ନିର୍ବାଚନ ଲଢୁଛନ୍ତି । ଶାହ କହିଛନ୍ତି ଦିଦିଙ୍କୁ ତାଙ୍କ ପୁତୁରା ହାରିବା ଭୟ ଘାରୁଛି । ଖାସ୍‌ ସେଥିପାଇଁ ତାଙ୍କୁ ପଶ୍ଚିମବଙ୍ଗର ଗୋଟିଏ ସ୍ଥାନରେ ପ୍ରଚାର ପାଇଁ ଅନୁମତି ଦିଆ ଯାଇନାହିଁ । ସୂଚନାଯୋଗ୍ୟ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ସୋମବାର ଯାଦବପୁର ଠାରେ 12.30ଟାରେ ରୋଡ୍‌ ସୋ' କରିବାର କାର୍ଯ୍ୟକ୍ରମ ସ୍ଥିରୀକୃତ କରିଥିଲେ । ମାତ୍ର ଦିଦି ଏହା ଉପରେ ରୋକ ଲଗାଇ ଥିଲେ ।

ସେହିଭଳି ରାଜ୍ୟ ରାଜନୀତିରେ ଶ୍ରୀରାମ ନାରାକୁ ନେଇ ମଧ୍ୟ ବିବାଦ ଘନୀଭୂତ ହୋଇଥିଲା । କିଛି ଦିନ ତଳେ ମମତା ବାନାର୍ଜୀଙ୍କ ଶୋଭାଯାତ୍ରା ଯାଉଥିବାବେଳେ 'ଜୟ ଶ୍ରୀରାମ' ନାରା ଦେବା କାରଣରୁ ୩ ଜଣଙ୍କୁ ଗିରଫ କରିଥିଲା ପୋଲିସ ।

ପ୍ରତି ନିର୍ବାଚନମଣ୍ଡଳୀର ୫ଟି ଲେଖାଏଁ ବୁଥ୍‌ର VVPAT କାଉଣ୍ଟିଂ କରାଯିବ।

ପ୍ରବଳ ଗ୍ରୀଷ୍ଣ ପ୍ରବାହକୁ ଦୃଷ୍ଟିରେ ରଖି କାଉଣ୍ଟିଂ ହଲ୍‌ରେ ଏସି ଲଗାଯିବ। ଗୋଟିଏ ହଲ୍‌ର ୭ଟି ଟେବୁଲରେ ବିଧାନସଭାର ଗଣତି ହେବ। ଆଉ ୭ଟିରେ ଲୋକସଭା ଗଣତି ହେବ। ପ୍ରତି ନିର୍ବାଚନମଣ୍ଡଳୀର ୫ଟି ଲେଖାଏଁ ବୁଥ୍‌ର VVPAT କାଉଣ୍ଟିଂ ହେବ। 

 ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରେସ୍‌ମିଟ୍‌। ଭୋଟ୍‌ ଗଣତି ପାଇଁ ୨ ଦିନିଆ କର୍ମଶାଳା ଚାଲିଛି। ୧୧ ଜିଲ୍ଲାର ଜିଲ୍ଲାପାଳ, ଉପ ଜିଲ୍ଲାପାଳ ଓ ଏଡିଏମ୍‌ ଉପସ୍ଥିତ ରହିଛନ୍ତି। ଦିନକୁ ୨ଟି ପର୍ଯ୍ୟାୟରେ ଦିଆଯିବ ପ୍ରଶିକ୍ଷଣ। ପ୍ରଥମ ପର୍ଯ୍ୟାୟରେ ଭୋଟ୍‌ ଗଣତି ନେଇ ପ୍ରଶିକ୍ଷଣ ଦିଆଯିବ। ଦ୍ବିତୀୟ ପର୍ଯ୍ୟାୟରେ ମକ୍‌ କାଉଣ୍ଟିଂ କରାଯିବ।
ସୂଚନା ଅନୁଯାୟୀ ୧୧୨ ଜଣ ଆର୍ ଓ ରହିଛନ୍ତି ବିଧାନ ସଭା ଓ ଲୋକସଭା ନିର୍ବାଚନୀ ମଣ୍ଡଳରେ। ପ୍ରଥମ ପର୍ଯ୍ୟାୟରେ ୧୪ ଟି ଜିଲ୍ଲା ଓ ଦ୍ଵିତୀୟ ପର୍ଯ୍ୟାୟର ୧୬ ଟି ଜିଲ୍ଲା ର ସମସ୍ତ ଆର୍ ଓ ଓ ଜିଲ୍ଲାପାଳ ପ୍ରଶିକ୍ଷଣ ନେବେ । କିଭାଲି ଭାବରେ ଭୋଟ ଗଣତି ସୁରୁଖୁରୁରେ ହେବା ସହ ଶାନ୍ତି ଶୃଙ୍ଖଳା ସହ କରାଯିବ ସେ ନେଇ ପ୍ରଶିକ୍ଷଣ କରାଯାଉଛି। 
ମଇ ୧୫-୨୦ ତାରିଖ ପର୍ଯ୍ୟନ୍ତ ତାଲିମ ନେବେ ବିଭିନ୍ନ ଅଞ୍ଚଳର ଆର୍ ଓ। ଆଗକୁ ଅଧିକରୁ ଅଧିକ ଗ୍ରୀଷ୍ମ ପ୍ରଭାବ ରହିଥିବା ବେଳେ ସମସ୍ତ ଭୋଟ ଗଣତି କେନ୍ଦ୍ରରେ ଏସି ଲଗାଯିବା ଆବଶ୍ୟକ ରହିଛି। ଏଥିପାଇଁ ସମସ୍ତ ଜିଲ୍ଲା ର ଜିଲ୍ଲପାଳଙ୍କୁ ନିର୍ଦ୍ଦେଶ ରହିଛି।  ଅନ୍ୟ ରାଜ୍ୟରେ ଭୋଟ ଗଣତି ପାଇଁ ଗୋଟେ ମାତ୍ର ଟେବୁଲ ଆବଶ୍ୟକ ପଡୁଥିବା ବେଳେ ଓଡ଼ିଶା ରେ  ୨୩ ତାରିଖ ରେ ଥିବା ଭୋଟ ଗଣତି ପ୍ରକ୍ରିୟା ବେଳେ ଗୋଟେ ହଲ ରେ ୭ ଟି ଟେବୁଲ୍ ବିଧାନସଭା ପାଇଁ ଓ ଅନ୍ୟ ୭ ଟି ଟେବୁଲ୍ ଲୋକସଭା ପାଇଁ ରହିଛି।
 ଆପତଃ ୨୦ ରାଉଣ୍ଡ ଭୋଟ ଗଣତି ପ୍ରକ୍ରିୟା ରହିଥିବା ବେଳେ ଆମ ରାଜ୍ୟ ରେ ୪୦ ରାଉଣ୍ଡ ଭୋଟ ଗଣତି ପ୍ରକ୍ରିୟା କରାଯାଉଛି। ଏହା ଛଡା ୫ ଟି ସ୍ଥାନରେ ଭିଭିପାର୍ଟ୍ ଗଣତି ହେବା ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ। ଏହି ପ୍ରଶିକ୍ଷଣ ରେ ସମସ୍ତ ଙ୍କ ପାଇଁ ଦେମାେ ଦେଖାଇବା ପାଇଁ ମଧ୍ୟ ରହିଛି। ସମସ୍ତ ଅଧିକାରୀ ମାନେ ଉପସ୍ଥିତ ରହି ପରିସ୍ଥିତି ଉପରେ ପ୍ରଶିକ୍ଷଣ ନେବେ। 

Byte- ସୁରେନ୍ଦ୍ର କୁମାର , ମୁଖ୍ୟ ନିର୍ବାଚନୀ ଅଧିକାରୀ
Byte- ଅରୋବିନ୍ଦ୍ ଅଗ୍ରୱାଲା, କଟକ ଜିଲ୍ଲାପାଳ।
Visual and byte send mojo

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.