ETV Bharat / bharat

2020ରେ ଇସ୍ରୋ ଟାର୍ଗେଟରେ ଚନ୍ଦ୍ରଯାନ-3 ଓ ଗଗନଯାନ: କେ ଶିବନ

author img

By

Published : Jan 1, 2020, 2:41 PM IST

ବୁଧବାର ନବବର୍ଷ ଅବସରରେ ଇସ୍ରୋର 2019ର ଉପଲବ୍ଧି ଏବଂ 2020ର ଲକ୍ଷ୍ୟ ସମ୍ବନ୍ଧରେ ସୂଚନା ଦେଇଛନ୍ତି ଇସ୍ରୋ ଅଧ୍ୟକ୍ଷ କେ ଶିବନ । ଜାଣନ୍ତୁ ସେ କ'ଣ କହିଛନ୍ତି...

isro-chief
ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ଆରମ୍ଭ ହୋଇଛି ଚନ୍ଦ୍ରଯାନର ତୃତୀୟ ମିଶନ ଅର୍ଥାତ ଚନ୍ଦ୍ରଯାନ-3 ପରିଯୋଜନାର କାର୍ଯ୍ୟ । ଚନ୍ଦ୍ରଯାନ-2 ଭଳି ଏଥିରେ ଅର୍ବିଟର ରହିବ ନାହିଁ, କେବଳ ଲ୍ୟାଣ୍ଡର ଏବଂ ରୋଭର ରହିବ । ଯାହାକୁ କେନ୍ଦ୍ର ସରକାର ମଞ୍ଜୁରୀ ଦେଇସାରିଥିବା ଇସ୍ରୋ ଅଧ୍ୟକ୍ଷ କେ ଶିବନ କହିଛନ୍ତି ।

ବୁଧବାର ନବବର୍ଷ ଅବସରରେ ଇସ୍ରୋର 2019ର ଉପଲବ୍ଧି ଏବଂ 2020ର ଲକ୍ଷ୍ୟ ସମ୍ବନ୍ଧରେ ସୂଚନା ଦେଇ ଶିବନ କହିଛନ୍ତି, ଚନ୍ଦ୍ରଯାନ-3 ପରିଯୋଜନାର କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଏହା ଅବିକଳ ଚନ୍ଦ୍ରଯାନ-2 ଭଳି ହେବ । କିନ୍ତୁ ଏଥିରେ ଅର୍ବିଟର ରହିବ ନାହିଁ । ଚନ୍ଦ୍ରଯାନ-୩ରେ ଚଳନଶକ୍ତି ସହିତ ଲ୍ୟାଣ୍ଡିଂ ଏବଂ ରୋଭର ରହିବ। କାରଣ ଚନ୍ଦ୍ରଯାନ-2ର ଅର୍ବିଟରରୁ ଏହାକୁ ସାହାଯ୍ୟ ମିଳିଯିବ । ଇସ୍ରୋ ପାଇଁ ୨୦୨୦ ଘଟଣାବହୁଳ ରହିବ ବୋଲି ସେ କହିଛନ୍ତି ।

ଗଗନଯାନକୁ ନେଇ ଶିବନ କହିଛନ୍ତି, ଗଗନଯାନ ଭାରତର ପ୍ରଥମ ମ୍ୟାନ୍‌ ମିଶନ । 2019ରେ ଇସ୍ରୋ ଗଗନଯାନ ଉପରେ ଅନେକ କିଛି କାମ କରିସାରିଛି । ଏହି ମିଶନ ପାଇଁ ଚୟନ ହୋଇଥିବା 4 ମହାକାଶଚାରୀଙ୍କୁ ପ୍ରଶିକ୍ଷଣ ପାଇଁ ଋଷ ପଠାଯିବ ବୋଲି ଶିବନ କହିଛନ୍ତି । ଏହା ସହିତ ଇସ୍ରୋର ସାମର୍ଥ୍ୟ ସମ୍ପ୍ରସାରଣ କରିବା ଲାଗି ତାମିଲନାଡୁର ଥୁଠୁକୁଡ଼ିରେ ୨ୟ ସ୍ପେସ୍‌ ପୋର୍ଟ ନିର୍ମାଣ ହେବ ବୋଲି ଶିବନ କହିଛନ୍ତି ।

ଚନ୍ଦ୍ରଯାନ-2ର ବିଫଳତାକୁ ନେଇ ଆସୁଥିବା ପ୍ରତିକ୍ରିୟାର ଜବାବ ଦେଇ ଶିବନ କହିଛନ୍ତି, ଏହା ସଫଳତା ପୂର୍ବକ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡ କରିନଥିଲା ସତ, କିନ୍ତୁ ଆମେ ଚନ୍ଦ୍ରଯାନ-2 ଉପରେ ଭଲ ପ୍ରଗତି କରିଛୁ । ଅର୍ବିଟର ଏବେ ସୁଦ୍ଧା କାର୍ଯ୍ୟ କରୁଛି । ଏହା ଆଗାମୀ 7 ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବ ଏବଂ ବୈଜ୍ଞାନିକ ତଥ୍ୟ ପଠାଉଥିବ ବୋଲି ଶିବନ କହିଛନ୍ତି ।

Intro:Body:

dafg

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.