ETV Bharat / bharat

ଚନ୍ଦ୍ରର 3ଡି ଫଟୋ ପଠାଇଲା ଚନ୍ଦ୍ରଯାନ-2 - ଚନ୍ଦ୍ରର 3ଡି ଫଟୋ ପଠାଇଲା ଚନ୍ଦ୍ରଯାନ-2

ଚନ୍ଦ୍ରପୃଷ୍ଠର ଆଉ ଏକ ରୋମାଞ୍ଚକର 3-ଡି ଫଟୋ ଉତ୍ତୋଳନ କରିଛି ଚନ୍ଦ୍ରଯାନ-2 ର ଟେରିନ ମ୍ୟାପିଂ କ୍ୟାମେରା । ବୁଧବାର ଇସ୍ରୋ ପକ୍ଷରୁ ଏହି ଫଟୋ ଜାରି କରାଯାଇଛି ।

ଫଟୋ ସୌଜନ୍ୟ : ଏଏନଆଇ
author img

By

Published : Nov 13, 2019, 8:47 PM IST

ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠର ଆଉ ଏକ ରୋମାଞ୍ଚକର 3-ଡି ଫଟୋ ଉତ୍ତୋଳନ କରିଛି ଚନ୍ଦ୍ରଯାନ-2 ର ଟେରିନ ମ୍ୟାପିଂ କ୍ୟାମେରା । ବୁଧବାର ଇସ୍ରୋ ପକ୍ଷରୁ ଏହି ଫଟୋ ଜାରି କରାଯାଇଛି । ଏହି ଫଟୋ ଅର୍ବିଟରରୁ ପ୍ରାୟ ୧୦୦ କିଲୋମିଟର ଦୂରରୁ ଉତ୍ତୋଳନ କରାଯାଇଛି । ଫଟୋରେ ଚନ୍ଦ୍ରର ଭୂପୃଷ୍ଠରେ ଉପସ୍ଥିତ ଗର୍ତ୍ତ, ଲାଭା, ରିଲେସ(ଲାଭା ଫାଟିବା ପରେ ଉତ୍ପନ ହୋଇଥିବା ସ୍ଥାନ) ସହ ଅନେକ କିଛି ରହିଛି, ଯାହା ଭବିଷ୍ୟତର ଗବେଷଣାରେ ବହୁତ ଗୁରୁତ୍ଵପୂର୍ଣ୍ଣ ସାବ୍ୟସ୍ତ ହୋଇପାରେ।

3 d images from lunar surface
ଫଟୋ ସୌଜନ୍ୟ : ଏଏନଆଇ

ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ଜୁଲାଇ ୨୨ରେ ଚନ୍ଦ୍ରଯାନ-୨ର ସଫଳ ପ୍ରକ୍ଷେପଣ ହୋଇଥିଲା । ଏହାପରେ ଅଗଷ୍ଟ ୨୦ ରେ ଚନ୍ଦ୍ରଯାନ ୨ ସଫଳତା ପୂର୍ବକ ଚନ୍ଦ୍ରର କକ୍ଷରେ ପ୍ରବେଶ କରିଥିଲା । ସେପ୍ଟେମ୍ବର ୦୨ ରେ ବିକ୍ରମ ଲ୍ୟାଣ୍ଡର ଅର୍ବିଟରରୁ ଅଲଗା ହୋଇ ଅବତରଣ ଅଭିମୁଖେ ଗତି କରିଥିଲା । ଚନ୍ଦ୍ରର ଦକ୍ଷିଣ ମେରୁରେ ଲ୍ୟାଣ୍ଡର ବିକ୍ରମର ସଫ୍ଟ ଲ୍ୟାଣ୍ଡିଂ ପ୍ରକ୍ରିୟା ସ୍ଵାଭାବିକ ଥିଲା। ମାତ୍ର ସଫ୍ଟ ଲ୍ୟାଣ୍ଡିଂ କରିବାକୁ ଆଉ ୨.୧ କିଲୋମିଟର ବାକି ଥିବା ବେଳେ ଲ୍ୟାଣ୍ଡର ବିକ୍ରମର ଇସ୍ରୋ ସହ ଯୋଗାଯୋଗ ବିଛିନ୍ନ ହୋଇଥିଲା। ଏହାପରେ ଚନ୍ଦ୍ର ଚାରିପଟେ ବୁଲୁଥିବା ଅର୍ବିଟର ପକ୍ଷରୁ ଇସ୍ରୋକୁ ଜାରି ହୋଇଥିବା ଫଟୋରେ ବିକ୍ରମ ଲ୍ୟାଣ୍ଡର ଏକ ପାଖିଆ ହୋଇ ଚନ୍ଦ୍ରର ଦକ୍ଷିଣ ମେରୁରେ ହାର୍ଡ ଲ୍ୟାଣ୍ଡିଂ କରିଥିବା ଜଣାପଡ଼ିଥିଲା ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.