ETV Bharat / bharat

ଯାନ୍ତ୍ରିକ ତ୍ରୁଟି ପାଇଁ ଚନ୍ଦ୍ରାୟନ-2ର ଉତକ୍ଷେପଣ ବନ୍ଦ: ବି.ଜି ସିଦ୍ଧାର୍ଥ - issue

ଭାରତର ଦ୍ବିତୀୟ ଚନ୍ଦ୍ର ଅଭିଯାନ ‘ଚନ୍ଦ୍ରାୟନ-2’ ର ଉତକ୍ଷେପଣ ସ୍ଥଗିତ ରହିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବୈଜ୍ଞାନିକ ଡକ୍ଟର ବି.ଜି ସିଦ୍ଧାର୍ଥ । ଏନେଇ ସେ କହିଛନ୍ତି ଏହି ମହାକାଶ ଯାନରେ ଦେଖାଦେଇଥିବା ଛିଦ୍ର ଯୋଗୁଁ ଏହାର ଉତକ୍ଷେପଣ ବନ୍ଦ ରହିଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
author img

By

Published : Jul 15, 2019, 11:17 AM IST

ନୂଆଦିଲ୍ଲୀ: ‘ଚନ୍ଦ୍ରାୟନ-2’ର ଉତକ୍ଷେପଣ ବନ୍ଦ ହେବା ପ୍ରସଙ୍ଗରେ ମତ ରଖିଛନ୍ତି ବୈଜ୍ଞାନିକ ଡକ୍ଟର ବି.ଜି ସିଦ୍ଧାର୍ଥ । ଏହି ଯାନରେ ଥିବା ଛିଦ୍ର ସମ୍ପର୍କରେ ଜଣାପଡିବା ପରେ ଏହାର ଉତକ୍ଷେପଣକୁ ବନ୍ଦ ରଖାଯାଇଥିବା ସେ ଦର୍ଶାଇଛନ୍ତି ।

ଏ ଘଟଣା ସମ୍ପର୍କରେ ଜଣାପଡିବା ପରେ ଜାଣିବା ପରେ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଙ୍ଗଠନ (ଇସ୍ରୋ) ତୁରନ୍ତ ‘ଚନ୍ଦ୍ରାୟନ-2’ର ଉତକ୍ଷେପଣକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲା । ଯଦିଓ ଏହାର ଇଞ୍ଜିନରେ ଥିବା ଛିଦ୍ର ରହିଥିବା ନେଇ ଜାଣିବା ପରେ ଏହାର ଉତକ୍ଷେପଣକୁ ବନ୍ଦ କରାଯାଇ ନଥାନ୍ତା ତେବେ ‘ଚନ୍ଦ୍ରାୟନ-2’ ଗତି କରୁଥିବା ସମୟରେ ନଚେତ୍ ଲଞ୍ଚ ହେବା ପରେ ଏହା ଧ୍ବଂସ ହୋଇଥାନ୍ତା । କେବଳ ଭାରତରେ ନୁହେଁ ଆମେରିକା ଏବଂ ଋଷିଆ ଭଲି ଦେଶ ମଧ୍ୟ କୌଣସି ମହାକାଶଯାନର ଉତକ୍ଷେପଣ କରିବା ସମୟରେ ଏଭଳି ପରିସ୍ଥିତିର ସାମ୍ନା ମଧ୍ୟ କରିଛନ୍ତି। ଚନ୍ଦ୍ରାୟନ-2ରେ କେମିତି ଏକ ଛିଦ୍ର ସୃଷ୍ଟି ହେଲା ଛିଦ୍ର ହେଲା ସେନେଇ ଅନୁସନ୍ଧାନ ଜାରି ରହିଛି । ସପ୍ତାହେ ମଧ୍ୟରେ ଏହାର ରିପୋର୍ଟ ଆସିପାରେ ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ହାଇଦ୍ରାବାଦସ୍ଥିତ ବିର୍ଲା ସାଇନ୍ସ ମ୍ୟୁଜିୟମର ପ୍ରତିଷ୍ଠାତା ସମ୍ପାଦକ ହେଉଛନ୍ତି ବୈଜ୍ଞାନିକ ଡକ୍ଟର ବି.ଜି ସିଦ୍ଧାର୍ଥ । ଏହି ମ୍ୟୁଜିୟମ ଅଧିନରେ ଜି.ପି ବିର୍ଲା ଅବଜର ଭେଟୋରୀ ଏବଂ ଆଷ୍ଟ୍ରୋନୋମିକାଲ ରିସର୍ଚ୍ଚ ସେଣ୍ଟର ନାମକ ସହାୟତ କେନ୍ଦ୍ର କାର୍ଯ୍ୟ କରୁଛି।

ଗତକାଲି ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ରାତି 2ଟା 51 ମିନିଟରେ ଉତକ୍ଷେପଣ ହୋଇଥାନ୍ତା ଭାରତ ଦ୍ବିତୀୟ ମାନବବିହୀନ ମିଶନ ‘ଚନ୍ଦ୍ରାୟନ-2’ । ଏହି ମହାକାଶଯାନରେ ଯାନ୍ତ୍ରିକ ତ୍ରୁଟି କାରଣରୁ ଇତିହାସ ରଚିବାର 56 ମିନିଟ୍ ପୂର୍ବରୁ ଏହାର ଉତକ୍ଷେପଣକୁ ବନ୍ଦ କରାଯାଇଥିଲା ।

Intro:Body:

BLANK FOR LINK STORY 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.