ETV Bharat / bharat

ଭବିଷ୍ୟତରେ ଚନ୍ଦ୍ରପୃଷ୍ଠରେ ହେବ ସଫ୍ଟ ଲ୍ୟାଣ୍ଡିଂ: କେ. ସିବନ

author img

By

Published : Nov 2, 2019, 5:42 PM IST

ଚନ୍ଦ୍ରଯାନ-2 ମିଶନ ପରେ ଭାଙ୍ଗି ପଡିନୁ । ଭବିଷ୍ୟତରେ ଇସ୍ରୋ ଚନ୍ଦ୍ର ପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ ପାଇଁ ଉଦ୍ୟମ କରିବ । ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ର ଅଧ୍ୟକ୍ଷ କେ. ସିବନ ଏହା କହିଛନ୍ତି ।

ଫାଇଲ ଫଟୋ

ନୂଆଦିଲ୍ଲୀ: ‘ଚନ୍ଦ୍ରଯାନ-2’ ମୁନ୍ ମିଶନ କାହାଣୀର ଅନ୍ତ ନୁହେଁ । ଭବିଷ୍ୟତରେ ଇସ୍ରୋ ଚନ୍ଦ୍ର ପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ ପାଇଁ ଉଦ୍ୟମ କରିବ । ଏହା କହିଛନ୍ତି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ର ଅଧ୍ୟକ୍ଷ କେ. ସିବନ । ଆଗାମି ଦିନରେ ଇସ୍ରୋ ଅନେକ ଅତ୍ୟାଧୁନିକ ସାଟେଲାଇଟ୍ ମହାକାଶକୁ ପଠାଇବାର ଯୋଜନା କରିଛି । ଯାହା ସାହାଯ୍ୟରେ ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡିଂ କରାଯିବ ବୋଲି ସେ କହିଛନ୍ତି ।

ଇସ୍ରୋର ୫୦ ବର୍ଷ ପ୍ରତିଷ୍ଠା ଦିବସ ଅବସରରେ ଆଇଆଇଟି ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସିବନ କହିଛନ୍ତି, ଆପଣ ସମସ୍ତେ ଚନ୍ଦ୍ରଯାନ-2 ମିଶନ ସମ୍ବନ୍ଧରେ ଅବଗତ ଅଛନ୍ତି । ସାମାନ୍ୟ ବୈଷୟିକ ତ୍ରୁଟି ଯୋଗୁଁ ବିକ୍ରମ ଲ୍ୟାଣ୍ଡର ସଫ୍ଟ ଲ୍ୟାଣ୍ଡିଂ କରି ପାରିନଥିଲା । କିନ୍ତୁ ଚନ୍ଦ୍ରପୃଷ୍ଠର ୩୦୦ କିମି ଦୂର ପର୍ଯ୍ୟନ୍ତ ଏହା ସମ୍ପୁର୍ଣ୍ଣ ରୂପେ କାମ କରୁଥିଲା ।

ତେବେ ଚନ୍ଦ୍ରଯାନ-2 ମିଶନ ଯୋଗୁଁ ଆମ ପାଖରେ ବହୁ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ଉପଲବ୍ଧ ରହିଛି । ତେବେ ଭବିଷ୍ୟତରେ ଇସ୍ରୋ ନିଜ ଅନୁଭବ ଏବଂ ବୈଷୟିକ ଦକ୍ଷତା ଜରିଆରେ ସଫ୍ଟ ଲ୍ୟାଣ୍ଡିଂ କରିବ ବୋଲି ଆଶ୍ବାସନା ଦେଇଛନ୍ତି ସିବନ ।

ସେ ଆହୁରି କହିଛନ୍ତି, ଇସ୍ରୋର ଆଦିତ୍ୟ ଏଲ-1 ସୋଲାର ମିଶନ ଏବଂ ହ୍ୟୁମାନ ସ୍ପେସଫ୍ଲାଇଟ୍ ପ୍ରୋଗ୍ରାମ ଟ୍ରାକ ଉପରେ କାର୍ଯ୍ୟ କରୁଛି । ଆଗାମି ଦିନରେ ଇସ୍ରୋ ଏଭଳି ଅନେକ ଅତ୍ୟାଧୁନିକ ସାଟେଲାଇଟକୁ ଲଞ୍ଚ କରିବ । ଏସଏସଏଲଭି ସାଟେଲାଇଟ ଡିସେମ୍ବର କିମ୍ବା ଜାନୁଆରୀରେ ପ୍ରକ୍ଷେପଣ ହେବ । ୨୦୦ଟନ ବିଶିଷ୍ଟ ସେମି-କ୍ରାୟୋ ଇଞ୍ଜିନର ଟେଷ୍ଟିଂ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ବୋଲି ସେ କହିଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.