ETV Bharat / bharat

ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବି: ଆଜି 12 ଘଣ୍ଟା ଅନଶନରେ ବସିବେ ଚନ୍ଦ୍ରବାବୁ ନାଇଡ଼ୁ - Hunger Strike

ଆନ୍ଧ୍ରପ୍ରଦେଶକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ନ ମିଳିବା ପ୍ରତିବାଦରେ ଆଜି 12 ଘଣ୍ଟିଆ ଅନଶନରେ ବସିବେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ।

ଡିଜାଇନ ଫଟୋ
author img

By

Published : Feb 11, 2019, 8:06 AM IST

ନୂଆଦିଲ୍ଲୀ: ତେଲୁଗୁ ଦେଶମ ପାର୍ଟି(ଟିଡିପି) ମୁଖିଆ ତଥା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡ଼ୁ ଆଜି ଜାତୀୟ ରାଜଧାନୀରେ 12 ଘଣ୍ଟା ଅନଶନ ଧାରଣାରେ ବସିବେ । ଆନ୍ଧ୍ରକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ ଏବଂ 2014ରେ ଆନ୍ଧ୍ରପ୍ରଦେଶ ପୁନର୍ଗଠନ ଆଇନରେ ରାଜ୍ୟକୁ ଦିଆଯାଇଥିବା ପ୍ରତିଶ୍ରୁତିର ପୂରଣ ଦାବିରେ ଏହି ଧାରଣା ଦେବାକୁ ଯାଉଛନ୍ତି ନାଇଡ଼ୁ ।

ଆଜି ସକାଳ 8ଟାରୁ ରାତି 8ଟା ଯାଏଁ ନୂଆଦିଲ୍ଲୀ ସ୍ଥିତ ଆନ୍ଧ୍ରପ୍ରଦେଶ ଭବନରେ ଧାରଣାରେ ବସିବେ ନାଇଡ଼ୁ । ଏହାସହ ଆସନ୍ତା 12 ତାରିଖରେ ରାଜ୍ୟର ଦାବି ଉପରେ ରାଷ୍ଟ୍ରପତିଙ୍କୁ ଏକ ଦାବିପତ୍ର ଦେବାକୁ ଘୋଷଣା ମଧ୍ୟ କରିଛନ୍ତି । ଏହି ଧାରଣାରେ ଦଳର ସାଂସଦ, ଏମଏଲଏ, ଏମଏଲସି, ବିଭିନ୍ନ କର୍ମଚାରୀ ସଂଘ, ସାମାଜିକ ସଂଗଠନ ଏବଂ ଛାତ୍ର ସଂଗଠନ ମଧ୍ୟ ତାଙ୍କ ସହ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ତେବେ ଏହି ଅବସରରେ ବିଭିନ୍ନ ରାଜନୈତିକ ଦଳ ମଧ୍ୟ ତାଙ୍କୁ ସମର୍ଥନ ଦେବେ ବୋଲି ଆଶା କରାଯାଉଛି ।

ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ 2013 ରେ ଚନ୍ଦ୍ରବାବୁ ନାଇଡ଼ୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନରେ ବସିଥିଲେ । ଯଦି ରାଜ୍ୟ(ପୁରୁଣା ଆନ୍ଧ୍ରପ୍ରଦେଶ) ବିଭାଜନ ହେବ ତେବେ ଉଭୟ ରାଜ୍ୟକୁ ସମାନ ନ୍ୟାୟ ପ୍ରଦାନ ଦାବିରେ ସେ ଏହି ଧାରଣା ଦେଇଥିଲେ । ପ୍ରାୟ 5 ଦିନ ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡି଼ବାରୁ ତାଙ୍କୁ ତୁରନ୍ତ ରାମ ମନୋହର ଲୋହିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

undefined

ଏହି ସମାନ ଦାବି ଉଠାଇ ଗତ ବର୍ଷ ମାର୍ଚ୍ଚରେ ଏନଡିଏ ହାତ ଛାଡ଼ିଥିଲା ଟିଡିପି । ଏହାପରେ ଦଳ ସଂସଦରେ ଅନାସ୍ଥା ପ୍ରସ୍ତାବ ମଧ୍ୟ ଆଗତ କରିଥିଲା । ବର୍ତ୍ତମାନ ବିଜେପି ଏବଂ ଟିଡିପି ଏକଦମ ମୁହାଁମୁହିଁ ସ୍ଥିତିରେ ଥିବା ବେଳେ ଅନେକ ସମୟରେ ଉଭୟ ଦଳ ପରସ୍ପର ବୟାନବାଜିରେ ଲାଗି ରହୁଛନ୍ତି ।

SLUG-SARASWATI PUJA
AVB-MRUTYUNJAY SENAPATI,MAYURBHANJ
DATE-10.02.2019
ANCHOR-  ପବିତ୍ର ମାଘ ଶୁକ୍ଳ ଶ୍ରୀପଞ୍ଚମୀ । ଆଜି ମା ବିଦ୍ୟାଦାୟିନୀ ସରସ୍ବତୀଙ୍କ ପୂଜା । ମା ସରସ୍ୱତୀ ଙ୍କୁ ବିଦ୍ୟାଦାତ୍ରୀ  ଅଧିଷ୍ଠାତ୍ରୀ ଦେବୀ ବୋଲି ବିବେଚନା କରାଯାଏ । ଶିକ୍ଷାନୁଷ୍ଠାନ ଏବଂ ଘରେ ମାଆଙ୍କ ଆବାହନ ପାଇଁ ବିଶେଷ ଆୟୋଜନ ହୋଇଛି  । ସ୍କୁଲ, କଲେଜ, ଶିକ୍ଷାନୁଷ୍ଠାନ ରେ ମା ଙ୍କ ପୂଜାର୍ଚ୍ଚନା ଧୁମଧାମରେ ହେଉଥିବା ବେଳେ ମୟୁରଭଞ୍ଜ ଜିଲ୍ଲା ଉଦଳା ରେ ରହିଛି ସ୍ଵତନ୍ତ୍ର ମା ସରସ୍ଵତୀ ଙ୍କ ମନ୍ଦିର। ଉଦଳା ବଜାର ରେ ମା ସରସ୍ଵତୀ ଙ୍କ ବାଣୀପିଠ ରେ ସ୍ଵତନ୍ତ୍ର ରୀତିନୀତି ରେ ଚାଲିଛି ପୂଜା ଅର୍ଚ୍ଚନା। ଓଡ଼ିଶାରେ ଏକ ମାତ୍ର ଏହି ସରସ୍ବତୀ ଙ୍କ ମନ୍ଦିର ରେ ବର୍ଷ ତମାମ ପୂଜା ପାଆନ୍ତି ମା ସରସ୍ଵତୀ। ଆଜି ମା ଙ୍କ ମନ୍ଦିର ରେ ପୂଜା ପାଇଁ ଶ୍ରଦ୍ଧାଳୁ ଙ୍କ ଭିଡ ଲାଗିଛି।
ବାଇଟ-ରମାକାନ୍ତ ଦାସ-ପୂଜକ
ବାଇଟ-ଶ୍ରଦ୍ଧାଳୁ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.