ETV Bharat / bharat

ଡାକ୍ତର ନିଲମ୍ବନକୁ ଚନ୍ଦ୍ରବାବୁ ନାଇଡୁଙ୍କ ନିନ୍ଦା, ତୁରନ୍ତ ରଦ୍ଦ ପାଇଁ ଦାବି - କୋରୋନା ଭାଇରସ ଖବର

କୋରୋନା ଆକ୍ରାନ୍ତଙ୍କୁ ଚିକିତ୍ସା କରୁଥିବା ସ୍ବାସ୍ଥ୍ୟ କର୍ମଚାରୀଙ୍କ ପାଇଁ ବ୍ୟକ୍ତିଗତ ସୁରକ୍ଷା ଉପକରଣ ଅଭାବ ଅଭିଯୋଗରେ ଡାକ୍ତରଙ୍କ ନିଲମ୍ବନକୁ ନେଇ ଚନ୍ଦ୍ରବାବୁ ନାଇଡୁ ଜଗନମୋହନ ସରକାରଙ୍କୁ ନିନ୍ଦା କରିଛନ୍ତି ।ଅଧିକ ପଢନ୍ତୁ...

chandrababu-naidu-condemned-the-doctors-suspension-and-demanded-its-immediate-cancellation
ଡାକ୍ତରଙ୍କ ନିଲମ୍ବନକୁ ନିନ୍ଦା କଲେ ଚନ୍ଦ୍ରବାବୁ ନାଇଡୁ ,ତୁରନ୍ତ ରଦ୍ଦ ପାଇଁ ଦାବି କରିଛନ୍ତି
author img

By

Published : Apr 9, 2020, 4:42 PM IST

ଅମରାବତୀ: ଟିଡିପି ଜାତୀୟ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ କୋରୋନା ରୋଗୀଙ୍କୁ ଚିକିତ୍ସା କରୁଥିବା ସ୍ବାସ୍ଥ୍ୟ କର୍ମଚାରୀଙ୍କ ପାଇଁ ବ୍ୟକ୍ତିଗତ ସୁରକ୍ଷା ଉପକରଣ ଅଭାବ ଅଭିଯୋଗରେ ଡାକ୍ତରଙ୍କୁ ନିଲମ୍ବନ କରିବା ନେଇ ଜଗନମୋହନ ସରକାର ଉପରେ ଦୃଢ ଆପତ୍ତି ଉଠାଇଛନ୍ତି ।

ନରସିପାଟନମ୍ ସରକାରୀ ଡାକ୍ତରଖାନାରେ ମାସ୍କ ଏବଂ ଗ୍ଲୋଭସ୍ ଅଭାବ ନେଇ ଡକ୍ଟର ସୁଧାକର ଖୋଲିଥିଲେ ଯାହା ଆନ୍ଧ୍ରପ୍ରଦେଶ ସରକାରଙ୍କ ସର୍ବନିମ୍ନ ଦାୟିତ୍ବ । ସରକାର ଏହି ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ଡାକ୍ତରଙ୍କୁ ନିଲମ୍ବିତ କରାଯାଇଛି । ତାଙ୍କର ଏକମାତ୍ର ଅପରାଧ ହେଉଛି N-95 ମାସ୍କ ଦାବି କରିବା । ଏହା ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟଜନକ ବୋଲି ନାଇଡୁ କହିଛନ୍ତି ।

ଯଦି ଫ୍ରଣ୍ଟଲାଇନ ମେଡିକାଲ ସୌନିକମାନଙ୍କୁ ଏହିପରି ଅସମ୍ମାନ କରାଯାଏ, ତେବେ ଅନ୍ୟମାନଙ୍କୁ ସୁରକ୍ଷା ଦେବା ପାଇଁ ନିଜକୁ କିପରି ବିପଦରେ ପକାଇବାକୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଉତ୍ସାହିତ କରିବେ? ଏହି ଭୟଙ୍କର ସମୟରେ ଡାକ୍ତର ଏବଂ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ସୁରକ୍ଷା ଦିଆଯିବା ଆବଶ୍ୟକ । ଏହାପରେ YSRCP ନେତାମାନେ ଦାବି କରିଛନ୍ତି ଯେ ଡାକ୍ତରଙ୍କ ଟିଡିପି ସହ ଘନିଷ୍ଠ ସମ୍ପର୍କ ରହିଛି ଏବଂ ସେ ଅଭିଯୋଗ କରିବା ପୂର୍ବରୁ ଟିଡିପି ବରିଷ୍ଠ ନେତା ମାନଙ୍କ ସହିତ ମିଶିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.