ନୂଆଦିଲ୍ଲୀ: କୋରୋନା ସମୟରେ ନିର୍ବାଚନ ପରିଚାଳନା ସବୁଠୁ ବଡ ଆହ୍ବାନ । ଏ ସମ୍ପର୍କରେ ଇଟିଭି ଭାରତ ସହ ଆଲୋଚନା କରିଛନ୍ତି ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ଓପି ରାୱତ । ଇଟିଭି ଭାରତର ଆଞ୍ଚଳିକ ସମ୍ବାଦ ସଂଯୋଜକ ସଚିନ ଶର୍ମାଙ୍କ ସହ ସେ ଏହି ଆଲୋଚନା କରିଛନ୍ତି । ରାୱତ କହିଛନ୍ତି ଯେ କୋଭିଡ -19 ପରିସ୍ଥିତିକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ସମସ୍ତ ରାଜନୈତିକ ଦଳର ପରାମର୍ଶ କ୍ରମେ ନାମାଙ୍କନପତ୍ର ଦାଖଲ, ପ୍ରଚାର ଏବଂ ମତଦାନ ପ୍ରକ୍ରିୟା ପାଇଁ ବିଭିନ୍ନ ନିର୍ଦ୍ଦେଶାନାମା ଜାରି କରିଛି । ସେହିପରି କୋଭିଡ ଗାଇଡଲାଇନ ଅନୁପାଳନ କରି କିପରି ନିର୍ବାଚନ କାର୍ଯ୍ୟକାରୀ କର ହେବ ତାହା ଉଭୟ କେନ୍ଦ୍ର ସରକରା ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନର ଉତ୍ତରଦାୟିତ୍ବ ବୋଲି ମଧ୍ୟ ସେ କହିଛନ୍ତି ।
ବର୍ତ୍ତାମାନର ଦେଶରେ କୋରୋନା ସ୍ଥିତିକୁୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ପ୍ରତ୍ୟେକ ମତଦାନ ବୁଥରେ 1000 ରୁ କମ୍ ଭୋଟରଙ୍କୁ ଭୋଟ ଦେବାପାଇଁ ଅନୁମତି ଦେଇଥିଲେ । ଫଳରେ ବୁଥ ସଂଖ୍ୟା ବଢାଇବାକୁ ପଡିଥିବା ସେ କହିଛନ୍ତି ନିକଟ ଅତିତରେ ହୋଇଥିବା ବିହାର ନିର୍ବାଚନରେ ସମୟରେ ନିର୍ବାଚନ ଆୟୋଗ କୋଭିଡ ନିୟମକୁ କଡାକଡି ପାଳନ କରିଛି। ପଶ୍ଚିମବଙ୍ଗ, କେରଳ, ତାମିଲନାଡୁ, ଆସାମ ଏବଂ ପୁଡୁଚେରୀରେ ହେବାକୁ ଥିବା ନିର୍ବାଚନରେ ମଧ୍ୟ ସମାନ କଟକଣା ପାଳନ କରାଯିବା ପାଇଁ ମଧ୍ୟ ନିର୍ଦ୍ଦେଶ ରହିଛି ।
କେନ୍ଦ୍ରୀୟ ନିର୍ବାଚନ ଆୟୋଗ, ରାଜ୍ୟ ନିର୍ବାଚନ ଆୟୋଗ ଏବଂ ରାଜ୍ୟ ଅଧିକାରୀଙ୍କ ମଧ୍ୟରେ ସମନ୍ବୟ ସମ୍ପର୍କରେ ଓପି ରାୱତ କହିଛନ୍ତି ଯେ ସମ୍ବିଧାନର ଧାରା - 324 ଅନୁଯାୟୀ ଭାରତର ନିର୍ବାଚନ ଆୟୋଗ ଗଠନ କରାଯାଇଛି। ଯେଉଁଠାରେ ସଂଶୋଧନର ବହୁ ପରେ ରାଜ୍ୟ ଗୁଡିକରେ ନିର୍ବାଚନ ଆୟୋଗ ଗଠନ କରାଯାଇଥିଲା। ଦୁହିଁଙ୍କର ଭିନ୍ନ ଦାୟିତ୍ବ ରହିଛି । ଗୁଣାତ୍ମକ ସଂସ୍କାର ଏବଂ ପ୍ରବାସୀ ଶ୍ରମିକଙ୍କ ଭୋଟ୍ ଉପରେ ଓପି ରାୱତ କହିଛନ୍ତି ଯେ ପ୍ରବାସୀ ଶ୍ରମିକ ଏବଂ ଏନଆରଆଇ ମାନଙ୍କୁ ଇ-ବାଲାଟ୍ ସୁବିଧା ଯୋଗାଇଦେବା ପାଇଁ ନିର୍ବାଚନ ଆୟୋଗ ସରକାରଙ୍କୁ ସୁପାରିଶ କରିଛନ୍ତି ଏବଂ ଏହା ପ୍ରକ୍ରିୟା ଚାଲୁ ରହିଛି ।
ପ୍ରାର୍ଥୀମାନେ ବର୍ତ୍ତମାନ ସୁଦ୍ଧା ସେମାନଙ୍କର ଅପରାଧ ରେକର୍ଡ ପ୍ରକାଶ କରୁଥିବା ପ୍ରଶ୍ନ ଉପରେ ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି ଯେ ବିହାରରେ ଏହି ନିୟମ ପ୍ରଥମ ଥର ପାଳନ କରାଯାଇ ନାହିଁ। ଏହା ପୂର୍ବରୁ ସୁପ୍ରିମକୋର୍ଟ ଏକ ରାୟ ଶୁଣାଇଥିଲେ। ରାଜନୀତିର ଅପରାଧୀକରଣକୁ ଶେଷ କରିବା ଉଦ୍ଦେଶ୍ୟରେ କୋର୍ଟଙ୍କ ଏହି ନିର୍ଦ୍ଦେଶ ବେସ ଉପଯୋଗୀ । ତେବେ ନିର୍ବାଚନ ଆୟୋଗକୁ ଆସୁଥିବା ଅଧିକାରୀମାନେ ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ଆସନ୍ତି। ତାଙ୍କର ରାଜନୈତିକ ନିରପେକ୍ଷତା ଦେଖିବା ପରେ ହିଁ ତାଙ୍କୁ ମନୋନୀତ କରାଯାଇଛି, ’ଇଟିଭି ଭାରତର ଆଞ୍ଚଳିକ ସମ୍ବାଦ ସଂଯୋଜକ ସଚିନ ଶର୍ମାଙ୍କୁ ଏକ ସ୍ବତନ୍ତ୍ର ସାକ୍ଷାତକାରରେ ପ୍ରକାଶ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ