ETV Bharat / bharat

କେନ୍ଦ୍ର ସରକାରଙ୍କୁ ଦରକାର ନାହିଁ କଂଗ୍ରେସର ସ୍ପଷ୍ଟୀକରଣ ସାର୍ଟିଫିକେଟ: ନଖଭୀ

ବୁଧବାର କେନ୍ଦ୍ରମନ୍ତ୍ରୀ ମୁଖତାର ଅବ୍ବାସ ନଖଭୀ ବିରୋଧୀ କଂଗ୍ରେସକୁ କାଉଣ୍ଟର ଆଟାକ୍ କରିଛନ୍ତି । ସେ କହିଛନ୍ତି ଯେ ଭାରତ-ଚୀନ ସୀମା ବିବାଦରେ କେନ୍ଦ୍ର ସରକାରଙ୍କୁ କଂଗ୍ରେସ ଠାରୁ ସ୍ପଷ୍ଟୀକରଣ ସାର୍ଟିଫିକେଟ୍ ଦରକାର ନାହିଁ । ଅଧିକ ପଢନ୍ତୁ...

author img

By

Published : Jun 24, 2020, 7:37 PM IST

କେନ୍ଦ୍ର ସରକାରଙ୍କୁ ଦରକାର ନାହିଁ କଂଗ୍ରେସର ସ୍ପଷ୍ଟୀକରଣ ସାର୍ଟିଫିକେଟ: ନଖଭୀ
କେନ୍ଦ୍ର ସରକାରଙ୍କୁ ଦରକାର ନାହିଁ କଂଗ୍ରେସର ସ୍ପଷ୍ଟୀକରଣ ସାର୍ଟିଫିକେଟ: ନଖଭୀ

ନୂଆଦିଲ୍ଲୀ: ଭାରତ-ଚୀନ ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କୁ ଲଗାତାର ବିରୋଧୀ ଦଳ ଟାର୍ଗେଟ କରିବାରେ ଲାଗିଛନ୍ତି । ଏହି ଅବସରରେ ବୁଧବାର କେନ୍ଦ୍ରମନ୍ତ୍ରୀ ମୁଖତାର ଅବ୍ବାସ ନଖଭୀ ବିରୋଧୀ କଂଗ୍ରେସକୁ କାଉଣ୍ଟର ଆଟାକ୍ କରିଛନ୍ତି । ସେ କହିଛନ୍ତି ଯେ ଭାରତ-ଚୀନ ସୀମା ବିବାଦରେ କେନ୍ଦ୍ର ସରକାରଙ୍କୁ କଂଗ୍ରେସ ଠାରୁ ସ୍ପଷ୍ଟୀକରଣ ସାର୍ଟିଫିକେଟ୍ ଦରକାର ନାହିଁ ।

ନଖଭୀ କହିଛନ୍ତି ଯେ ସୀମା ବିବାଦର ଇତିହାସ ଏବଂ ଭୌଗୋଳିକ କାରଣ ସମ୍ପର୍କରେ ସମ୍ପୂର୍ଣ୍ଣ ଭାବେ ଜାଣିନଥିବା କଂଗ୍ରେସ ନେତା ଦାୟିତ୍ବହୀନ ମନ୍ତବ୍ୟ ଦେଉଛନ୍ତି । ଏପରିକି ଦଳର କେତେକ ଜ୍ଞାନୀ ନେତା ମଧ୍ୟ ସେମାନଙ୍କ ମୁଖିଆଙ୍କ ବ୍ୟବହାରକୁ ବୁଝିପାରୁ ନାହାନ୍ତି । କଂଗ୍ରେସ ଦଳର ମାନସିକ ସ୍ଥିତି ଏବେ ଭଲ ନାହିଁ । ଦେଶର କୋରୋନା ଯୋଦ୍ଧା ଓ ସେନାମାନଙ୍କର ମଜା ଉଡାଉଥିବା ଏହି ଦଳର ନେତା ଏବେ ଲୋକଙ୍କ ପାଇଁ ଏକ ଜୋକ୍ ପାଲଟିଛନ୍ତି ବୋଲି ନଖଭୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବରେ ଦେଶର ସୁରକ୍ଷା ଏବଂ ଗୌରବ ବଜାୟ ରହିଛି । ଏଥିପାଇଁ ସରକାରଙ୍କୁ କେନ୍ଦ୍ରର ସାର୍ଟିଫିକେଟ ଆବଶ୍ୟକ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ କଂଗ୍ରେସ ବିରୋଧୀ ଦଳ ହେବାର ଯୋଗ୍ୟ ନୁହେଁ । ଦେଶର ଏପରି ବିପଦ ସମୟରେ ଅନ୍ୟ ଦଳମାନେ ସରକାରଙ୍କୁ ସମର୍ଥନ ଦେଉଥିବାବେଳେ କଂଗ୍ରେସ ବିରୋଧ କରିବାରେ ଲାଗିଛି । ଏଥିପାଇଁ ସେ ବିଏସପି ମୁଖିଆ ମାୟାବତୀଙ୍କ ଉଦାହରଣ ଦେଇଥିଲେ ।

ପୂର୍ବରୁ ବିଜେପି ସଭାପତି ଜେପି ନଡ୍ଡା କଂଗ୍ରେସ ଉପରେ ଆଟାକ୍ କରି କହିଥିଲେ ଯେ ଦେଶରେ କେବଳ ଗୋଟିଏ ପରିବାର ସରକାରଙ୍କୁ ବିରୋଧ କରୁଛି । ବାକି ସମସ୍ତେ ଏପରି ସମୟରେ ସମର୍ଥନ ଦେଉଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.