ନୂଆଦିଲ୍ଲୀ: ନୂତନ ଡ୍ରଗ୍ସ ଓ କ୍ଲିନିକାଲ ଟ୍ରାଏଲ ନିୟମ 2019 ଅନୁଯାୟୀ ଡାକ୍ତରଖାନା କିମ୍ବା ଚିକିତ୍ସା ପ୍ରତିଷ୍ଠାନ ରୋଗୀଙ୍କ ଉପକାର ପାଇଁ ଅଣଅନୁମୋଦିତ ଔଷଧ ରପ୍ତାନୀ କରିପାରିବେ । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂତନ ଆଇନ ଅଣାଯାଇଛି ।
ଉପକାର ବା କମ୍ପାସନେଟ ୟୁଜକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏକ କାର୍ଯ୍ୟକ୍ରମ ଭାବରେ ଗ୍ରହଣ କରିଛି । ଯେଉଁ ରୋଗୀମାନଙ୍କ କ୍ଷେତ୍ରରେ ଜୀବନରକ୍ଷାକାରୀ ପରୀକ୍ଷାମୂଳକ ଚିକିତ୍ସା ଯୋଗାଇବା ସମ୍ଭବ ନୁହେଁ ବା ସେମାନଙ୍କ ଉପରେ କୌଣସି ସନ୍ତୋଷଜନକ ଥେରାପି ପ୍ରୟୋଗ କରାଯାଇପାରେନାହିଁ । ସେମାନଙ୍କ କ୍ଷେତ୍ରରେ ଅଣଅନୁମୋଦିତ ଔଷଧ ହିଁ ଶେଷ ଭରଷା ହୋଇଥାଏ ।
ସରକାରଙ୍କ ଏହି ନୂତନ ନିୟମଗୁଡିକ ଧାରା 96 ଅଧୀନରେ 6 Aରୁ 96 I ପର୍ଯ୍ୟନ୍ତ ଉଲ୍ଲେଖ କରାଯାଇଛି । ଏଥିରେ ଆବେଦନ ଦାଖଲ, ଆମଦାନୀକାରୀ କିମ୍ବା ଉତ୍ପାଦକଙ୍କୁ ଲାଇସେନ୍ସ ପ୍ରଦାନ, ବିଭିନ୍ନ କଟକଣା ସହ କମ୍ପାସନେଟ ୟୁଜ ପାଇଁ ଅନୁମୋଦିତ ନୂତନ ଔଷଧର ଆମଦାନୀ କିମ୍ବା ଉତ୍ପାଦନ ପାଇଁ ଦିଆଯାଇଥିବା ଲାଇସେନ୍ସର ସର୍ତ୍ତ ଓ ସ୍ଥଗିତାଦେଶ ଆଦି ଉଲ୍ଲେଖ ରହିଛି ।
କେନ୍ଦ୍ର ଦ୍ବାରା ସଂଶୋଧିତ ନିୟମରେ ମଧ୍ୟ କୁହାଯାଇଛି, ‘ଯେଉଁ ଉତ୍ପାଦକଙ୍କୁ ଅନୁମତି ମିଳିଛି, ସେ କେବଳ ନୂତନ ଔଷଧକୁ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟରେ ବ୍ୟବହାର କରିବେ । ଏହା ବଜାରରେ ବିକ୍ରୟ ହେବ ନାହିଁ କିମ୍ବା ଅନ୍ୟ କୌଣସି ବ୍ୟକ୍ତି, ଏଜେନ୍ସି ଓ ଅନୁଷ୍ଠାନକୁ ଯୋଗାଇ ଦିଆଯିବ ନାହିଁ ।’ ସେହିପରି ଧାରା 96 D ଅନୁଯାୟୀ, ଯେଉଁଠାରେ ଡାକ୍ତରଖାନା କିମ୍ବା ମେଡିକାଲ ପ୍ରତିଷ୍ଠାନର ମେଡିକାଲ୍ ଅଧିକାରୀ ବିପଦଜନକ ରୋଗ କିମ୍ବା ରୋଗୀ ପାଇଁ କମ୍ପାସନେଟ ୟୁଜ ପାଇଁ ନୂଆ ଔଷଧ ଆବଶ୍ୟକ କରୁଛନ୍ତି । ଯାହା ଅଧ୍ୟାୟ X ଅନୁଯାୟୀ ଦେଶରେ ନିଷେଧ କରାଯାଇଛି, ସେଭଳି କ୍ଷେତ୍ରରେ ଔଷଧର ସୀମିତ ଉତ୍ପାଦନ କରିବା ପାଇଁ ଅନୁମୋଦନ ଦିଆଯାଇପାରେ ।
ଏଠାରେ ଉଲ୍ଳେଖଯୋଗ୍ୟ, ରେମଡେସିଭିର, ଫାଭିପିରାଭିର, ପେଗିଲେଟେଡ ଇଣ୍ଟରଫେରନ ଆଲଫା-୨ ବି ଭଳି ଆଣ୍ଟି-ଭାଇରାଲ ଔଷଧଗୁଡିକ କୋରୋନା(COVID-19) ଚିକିତ୍ସା ପାଇଁ କ୍ଲିନିକାଲ ପରୀକ୍ଷା କରାଯାଉଛି । ଅପରପକ୍ଷରେ ଧାରା 96 C ଅନୁଯାୟୀ, ଡାକ୍ତରଖାନା କିମ୍ବା ମେଡିକାଲ ପ୍ରତିଷ୍ଠାନ ନୂତନ ଔଷଧର ତ୍ରୟମାସିକ ଆମଦାନୀ ରିପୋର୍ଟ କେନ୍ଦ୍ରୀୟ ଲାଇସେନ୍ସ ପ୍ରାଧିକରଣ ନିକଟରେ ଦାଖଲ କରିବେ । ବ୍ୟବହାର ଓ ନଷ୍ଟ କରାଯାଇଥିବା ନୂତନ ଔଷଧର ଗଚ୍ଛିତ ପରିମାଣ ଓ ସ୍ଥିତି ସଂପର୍କରେ ରିପୋର୍ଟ ପୂର୍ବ ନିୟମ ଅନୁସାରେ ପ୍ରତି 6 ମାସରେ ଦିଆଯାଉଥିଲା ।
@ANI