ETV Bharat / bharat

କେନ୍ଦ୍ର ଏବଂ ରାଜ୍ୟ କୋରୋନାର ସଠିକ ମୁକାବିଲା କରିପାରୁ ନାହାନ୍ତି: ବିଏସପି

କେନ୍ଦ୍ର ଏବଂ ରାଜ୍ୟ ସରକାର କୋରୋନା ସଙ୍କଟର ସଠିକ ମୁକାବିଲା କରିପାରୁ ନାହାନ୍ତି । ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ବହୁଜନ ସମାଜ ପାର୍ଟି (ବିଏସପି)ର ଜାତୀୟ ମୁଖପାତ୍ର ସୁଧୀନ୍ଦ୍ର ଭଦୋରିଆ ।

author img

By

Published : Jun 13, 2020, 11:56 PM IST

_bsp
କେନ୍ଦ୍ର ଏବଂ ରାଜ୍ୟ କୋରୋନାର ସଠିକ ମୁକାବିଲା କରିପାରୁ ନାହାନ୍ତି

ନୂଆଦିଲ୍ଲୀ: କେନ୍ଦ୍ର ଏବଂ ରାଜ୍ୟ ସରକାର କୋରୋନା ସଙ୍କଟର ସଠିକ ମୁକାବିଲା କରିପାରୁ ନାହାନ୍ତି । ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ବହୁଜନ ସମାଜ ପାର୍ଟୀ (ବିଏସପି)ର ଜାତୀୟ ମୁଖପାତ୍ର ସୁଧୀନ୍ଦ୍ର ଭଦୋରିଆ ।

ଆମେ ଦେଶର ନାଗରିକଙ୍କ ପାଇଁ ଆବଶ୍ୟକୀୟ ସ୍ୱାସ୍ଥ୍ୟ ସମସ୍ୟା ପ୍ରତି ସଠିକ୍ ଧ୍ୟାନ ଦେଇନାହୁଁ । କେନ୍ଦ୍ର ଏବଂ ରାଜ୍ୟ ସରକାର ସ୍ୱାସ୍ଥ୍ୟ ଏବଂ ମୌଳିକ ସୁବିଧା ପାଇଁ ପର୍ଯ୍ୟାପ୍ତ ପରିମାଣର ବିନିଯୋଗ କରିନାହାଁନ୍ତି ବରଂ ସେମାନେ କୋରୋନାକୁ ନେଇ ଦେଶରେ ଛୋଟ ଛୋଟ ରାଜନୀତିରେ ବ୍ୟସ୍ତ ରହିଥିବା ଭଦୋରିଆ କହିଛନ୍ତି ।

ଏଥିସହ ସେ କହିଛନ୍ତି, ଏଭଳି ସ୍ଥିତିରେ ଦେଶରେ ଗରିବ ଲୋକ ବହୁ ସମସ୍ୟା ଭୋଗୁଛନ୍ତି । ଏଥିସହ ପ୍ରବାସୀ ଶ୍ରମିକମାନେ କେଉଁଭଳି ସ୍ଥିତିରେ ସେମାନଙ୍କ ଘରେ ପହଞ୍ଚିଛନ୍ତି ତାହା ମଧ୍ୟ ଆମେ ଦେଖିଛୁ । ତେବେ କୋରୋନା ସଙ୍କଟକୁ କେନ୍ଦ୍ର ଏବଂ ରାଜ୍ୟ ସରକାର ସଠିକ ରୂପେ ପରିଚାଳନା କରିପାରୁନାହାନ୍ତି ।

ଏହାଛଡା ଦିଲ୍ଲୀ, ମୁମ୍ବାଇ, ସୁରତ, ଅହମ୍ମଦାବାଦ ଏବଂ ବାଙ୍ଗାଲୋର ଭଳି ବଡ ସହରରେ ମଧ୍ୟ କୋରୋନା ସ୍ଥିତି ଖରାପ ହେବାରେ ଲାଗିଛି ବୋଲି ବିଏସପିର ଜାତୀୟ ମୁଖପାତ୍ର ସୁଧୀନ୍ଦ୍ର ଭଦୋରିଆ କହିଛନ୍ତି ।

ପ୍ରକାଶ ଥାଉକି, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ, ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 3 ଲକ୍ଷ ପାର କରିଛି । 24 ଘଣ୍ଟାରେ ସର୍ବାଧିକ 11,458 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 386 ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଦେଶରେ ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା 308993କୁ ବୃଦ୍ଧି ପାଇଛି ।

ସୌଜନ୍ୟ@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.