ETV Bharat / bharat

କୋରୋନା ସ୍ଥିତିର ତନଖି କରିବାକୁ 10ଟି ରାଜ୍ୟକୁ ଯିବେ କେନ୍ଦ୍ରୀୟ ଟିମ୍

ଦେଶରେ ବଢିଚାଲିଛି କୋରୋନା ପ୍ରକୋପ। ଏହି ସ୍ଥିତିରେ ରାଜ୍ୟମାନଙ୍କୁ ସହଯୋଗ କରିବା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ 10ଟି ରାଜ୍ୟରେ କେନ୍ଦ୍ରୀୟ ଦଳକୁ ନିୟୋଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

author img

By

Published : May 10, 2020, 8:07 AM IST

central-teams-being-sent-to-these-states
କୋରୋନା ସ୍ଥିତିର ତଦାରଖ କରିବାକୁ 10ଟି ରାଜ୍ୟକୁ ଯିବେ କେନ୍ଦ୍ରୀୟ ଟିମ୍

ନୂଆଦିଲ୍ଲୀ: ଦେଶରେ ବଢିଚାଲିଛି କୋରୋନା ପ୍ରକୋପ। ଏହି ଗମ୍ଭୀର ସ୍ଥିତି ଉପରେ ଏବେ ନଜର ରଖିବ କେନ୍ଦ୍ରୀୟ ଟିମ। ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ 10ଟି ରାଜ୍ୟରେ କେନ୍ଦ୍ରୀୟ ଦଳକୁ ନିୟୋଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

କୋରୋନା ପ୍ରଭାବିତ ରାଜ୍ୟ ଗୁଡିକର ମାମଲା ଉପରେ ଏହି ଟିମ ତୀକ୍ଷ୍ମ ନଜର ରଖିବେ ଓ ପରିସ୍ଥିତି ସଜାଡିବେ । ଯାହା ଦ୍ବାରା କୋଭିଡ୍ ଯୁଦ୍ଧ ଲଢିବାକୁ ସହଜ,ସରଳ ଓ ସୁଗମ ହେବା ସହ ରାଜ୍ୟ ସ୍ବାସ୍ଥ୍ୟ ବିଭାଗକୁ ଅନେକ ମାତ୍ରାରେ ସହାୟ ହେବ।

ଏହି ଟିମରେ ଜଣେ ବରିଷ୍ଠ ଅଧିକାରୀ, ଯୁଗ୍ମ ସଚିବ ସ୍ତରର ନୋଡାଲ ଅଧିକାରୀ ଏବଂ ଜନସ୍ବାସ୍ଥ୍ୟ ବିଶେଷଜ୍ଞଙ୍କୁ ନେଇ ଗଠିତ। ସମ୍ପୃକ୍ତ ଟିମ୍ ରାଜ୍ୟ ଜିଲ୍ଲା କିମ୍ବା ସହର ମଧ୍ୟରେ ପ୍ରଭାବିତ ଅଞ୍ଚଳରେ କଣ୍ଟେନମେଣ୍ଟ ପଦକ୍ଷେପ କାର୍ଯ୍ୟକାରୀ କରିବାରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ସହାୟତା କରିବେ।

ଗୁଜୁରାଟ, ତାମିଲନାଡୁ, ଉତ୍ତରପ୍ରଦେଶ, ଦିଲ୍ଲୀ, ରାଜସ୍ଥାନ, ମଧ୍ୟପ୍ରଦେଶ, ପଞ୍ଜାବ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା ଭଳି ପ୍ରଭାବିତ ରାଜ୍ୟକୁ ଏହି ଟିମକୁ ପଠାଯିବ।

ପୂର୍ବରୁ ଜନସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ 20 ଟି କେନ୍ଦ୍ରୀୟ ଦଳ କୋରୋନା ପ୍ରଭାବିତ ଜିଲ୍ଲାକୁ ପଠାଯାଇଥିଲା । କିଛିଦିନ ତଳେ ମୁମ୍ବାଇରେ ମହାରାଷ୍ଟ୍ର ସରକାରଙ୍କ କୋଭିଡ୍ ପରିଚାଳନା ଉଦ୍ୟମକୁ ସମର୍ଥନ କରିବା ପାଇଁ ଏକ ଉଚ୍ଚ ସ୍ତରୀୟ ଦଳ ମୁମ୍ବାଇରେ ନିୟୋଜିତ ହୋଇଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.