ETV Bharat / bharat

ସ୍ବାସ୍ଥ୍ୟକର୍ମୀଙ୍କୁ ଯଥେଷ୍ଟ ପିପିଇ କିଟ୍ ଯୋଗାଉନି ପଶ୍ଚିମବଙ୍ଗ ସରକାର ! - ପିପିଇ କିଟ୍ ଯୋଗାଉନି ପଶ୍ଚିମବଙ୍ଗ ସରକାର

କୋରୋନା ମହାମାରୀର ଏହି କଠିନ ସମୟରେ କେନ୍ଦ୍ର ଏବଂ ପଶ୍ଚିମବଙ୍ଗର ମମତା ସରକାରଙ୍କ ମଧ୍ୟରେ ବିବାଦ ଜାରି ରହିଛି। କୋରୋନା ସମୟରେ ରାଜ୍ୟକୁ ସାହାଯ୍ୟ କରିବାକୁ କେନ୍ଦ୍ର ପଠାଇଥିବା ଦଳକୁ ପଶ୍ଚିମବଙ୍ଗ ସରକାର ଆଉ ସହଯୋଗ କରୁନାହାଁନ୍ତି ବୋଲି ଅଭିଯୋଗ ହୋଇଛି।

mamata govt.
ପିପିଇ କିଟ୍ ଯୋଗାଉନି ପଶ୍ଚିମବଙ୍ଗ ସରକାର
author img

By

Published : Apr 26, 2020, 11:18 AM IST

କୋଲକାତା: କୋରୋନା ମହାମାରୀର ଏହି କଠିନ ସମୟରେ କେନ୍ଦ୍ର ଏବଂ ପଶ୍ଚିମବଙ୍ଗର ମମତା ସରକାରଙ୍କ ମଧ୍ୟରେ ବିବାଦ ଜାରି ରହିଛି। କୋରୋନା ସମୟରେ ରାଜ୍ୟକୁ ସାହାଯ୍ୟ କରିବାକୁ କେନ୍ଦ୍ର ପଠାଇଥିବା ଦଳକୁ ପଶ୍ଚିମବଙ୍ଗ ସରକାର ଆଉ ସହଯୋଗ କରୁନାହାଁନ୍ତି ବୋଲି ଅଭିଯୋଗ ହୋଇଛି। ବର୍ତ୍ତମାନ କେନ୍ଦ୍ରୀୟ ଟିମ ଅଭିଯୋଗ କରିଛନ୍ତି ଯେ, ଡାକ୍ତରଖାନା ପରିଦର୍ଶନ କରିବା ପାଇଁ ରାଜ୍ୟ ସରକାର ସେମାନଙ୍କୁ ଏବଂ ସ୍ବାସ୍ଥ୍ୟ କର୍ମୀଙ୍କୁ ଉପଯୁକ୍ତ ପରିମାଣର ପିପିଇ କିଟ୍ ଯୋଗାଉ ନାହାଁନ୍ତି। ଏହି ଟିମ୍ ଆହୁରି ମଧ୍ୟ ଅଭିଯୋଗ କରିଛି ଯେ ରୋଗୀମାନଙ୍କୁ କ୍ବାରେନଟାଇନ୍ କେନ୍ଦ୍ରରୁ ପରୀକ୍ଷା ପାଇଁ ଏପରି ନିଆଯାଉଛି, ଯେମିତି ତାଙ୍କୁ ସଂକ୍ରମଣର ଆଶଙ୍କା ଅଧିକ ରହିବ।

ଏହି ପର୍ଯ୍ୟାୟରେ କେନ୍ଦ୍ରୀୟ ଦଳ ମଧ୍ୟ ରାଜ୍ୟ ସରକାରଙ୍କ ଠାରୁ କିଛି ସୂଚନା ମାଗିଛନ୍ତି। ନିଜାମୁଦ୍ଦିନ ମାରକାଜରେ ଅଂଶଗ୍ରହଣ କରିବା ପରେ ରାଜ୍ୟକୁ ଫେରିଥିବା ଲୋକଙ୍କ ବିଷୟରେ କେନ୍ଦ୍ରୀୟ ଦଳ ପଶ୍ଚିମବଙ୍ଗ ସରକାରଙ୍କ ଠାରୁ ସୂଚନା ମାଗିଥିଲେ। ଏହି 2ଟି ଦଳ ରାଜ୍ୟ ସରକାରଙ୍କ ଠାରୁ 37 ଟି ପ୍ରଶ୍ନ ପଚାରିଥିଲେ ।

ପ୍ରଶ୍ନଗୁଡିକ ହେଲା, ଆପଣ କିପରି ଲକଡାଉନ୍ ଅନୁସରଣ କରୁଛନ୍ତି ? ଏହି ସମୟ ମଧ୍ୟରେ କେତେ ଜଣଙ୍କୁ ଇନଭଏସ୍ କରାଯାଇଛି ? ସିଲ୍ ଅଞ୍ଚଳରୁ କେତେ ଲୋକଙ୍କୁ ଅନୁମତି ଦିଆଗଲା ? ସ୍ବାସ୍ଥ୍ୟ କର୍ମଚାରୀଙ୍କ ଉପରେ ଆକ୍ରମଣର ମାମଲା ଓ ସେମାନଙ୍କ ଉପରେ କ’ଣ ପଦକ୍ଷେପ ନିଆଯାଇଥିଲା? ହସ୍ପିଟାଲ ଗୁଡିକରେ କୋରୋନା ରୋଗୀଙ୍କ ପାଇଁ କେତେ ଶଯ୍ୟା ଅଛି ? ଗରିବଙ୍କ ପାଇଁ କେଉଁ ବ୍ୟବସ୍ଥା କରାଯାଇଥିଲା ?

ଏହାପୂର୍ବରୁ କେନ୍ଦ୍ରୀୟ ଟିମ ପଶ୍ଚିମବଙ୍ଗ ସରକାରଙ୍କୁ କୋରୋନା ମୃତ୍ୟୁ ଚିହ୍ନଟ କରିବାର ପଦ୍ଧତି ଉପରେ ସ୍ପଷ୍ଟୀକରଣ ମାଗିଥିଲେ। ପଶ୍ଚିମବଙ୍ଗ ପ୍ରଶାସନ କେନ୍ଦ୍ରୀୟ ଦଳକୁ କହିଛି ଯେ, ଯଦି ଜଣେ କୋରୋନା ରୋଗୀ ସଡକ ଦୁର୍ଘଟଣାରେ ମୃତ୍ୟୁ ବରଣ କରନ୍ତି, ତେବେ ସଡକ ଦୁର୍ଘଟଣାକୁ କୋରୋନା ମୃତ୍ୟୁ ବର୍ଗରେ ଦର୍ଶାଯାଇଛି। ପଶ୍ଚିମବଙ୍ଗ ସରକାରଙ୍କ ଏହି ମତରେ କେନ୍ଦ୍ରୀୟ ଦଳ ସହମତ ନୁହଁନ୍ତି ଏବଂ ସେମାନଙ୍କ ଠାରୁ ଅଧିକ ସ୍ପଷ୍ଟୀକରଣ ମାଗି ଏକ ଚିଠି ଲେଖିଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.