ନୂଆଦିଲ୍ଲୀ: ଦେଶରେ ଡେଙ୍ଗୁ ଓ ଚିକନଗୁନିଆରେ ଅନେକ ସମୟରେ ଲୋକେ ଆକ୍ରାନ୍ତ ହେବାର ଖବର ଆସିଥାଏ । ଜନ ସଚେତନତା ଅଭାବରୁ ଏଭଳି ରୋଗ କାୟା ବିସ୍ତାର କରୁଛି ।
ଭାରତ ସରକାର ଏବେ ଡେଙ୍ଗୁ, ଚିକନଗୁନିଆ ଓ ମ୍ୟାଲେରିଆ ବିରୋଧରେ ଜନ ସଚେତନତା ଅଭିଯାନର ଆରମ୍ଭ କରିବାକୁ ଯାଉଛି । ଏନେଇ ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ମଧ୍ୟ ଦିଲ୍ଲୀର ବିଭିନ୍ନ ଅଞ୍ଚଳକୁ ଭ୍ରମଣ କରି ସଚେତନତା କାର୍ଯ୍ୟକ୍ରମ କରୁଛନ୍ତି ।
ଦିଲ୍ଲୀରେ ଏହି ଜନ ସଚେତନତା ଅଭିଯାନ ପାଇଁ 286ଟି ଟିମ୍ର ଗଠନ କରାଯାଇଥିବା କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି ।