ETV Bharat / bharat

ସୋସିଆଲ ମିଡ଼ିଆ ସହିତ ଆଧାର ସଂଯୋଗୀକରଣକୁ ନେଇ ମୁହଁ ଖୋଲିଲେ ସାଇବର ଏକ୍ସପର୍ଟ

ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ସହିତ ଆଧାର ସଂଯୋଗୀକରଣ କରିବାକୁ ସରକାର ନିଷ୍ପତ୍ତି ନେବାକୁ ଯାଉଛନ୍ତି । ତେବେ ଏହା କେତେଦୂର ସଠିକ ରହିବ ସେନେଇ ସାଇବର ଏକ୍ସପର୍ଟ ନିଜର ମତାମତ ଦେଇଛନ୍ତି । ସାଇବର ଏକ୍ସପର୍ଟଙ୍କ ମତାମତ ଅନୁଯାୟୀ ଏହା କରିବା ଦ୍ବାରା ସୋସିଆଲ ମିଡ଼ିଆ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ଜୀବନ ବ୍ୟାପକ ଭାବେ ପ୍ରଭାବିତ ହୋଇପାରେ । ଏହି ଚୂଡ଼ାନ୍ତ ନିଷ୍ପତ୍ତି ନେବା ପୂର୍ବରୁ ସରକାର ସୋସିଆଲ ମିଡ଼ିଆ ବ୍ୟବହାରକାରୀଙ୍କ ମତାମତ ନେବା ଆବଶ୍ୟକ ବୋଲି ସାଇବର ଏକ୍ସପର୍ଟ ପ୍ରକାଶ କରିଛନ୍ତି।

author img

By

Published : Aug 21, 2019, 8:45 AM IST

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ସୋସିଆଲ ମିଡ଼ିଆ ସହିତ ଆଧାର ସଂଯୋଗୀକରଣ ନେଇ ଏକ ମାମଲା ଏବେ ସୁପ୍ରିମକୋର୍ଟରେ ରହିଛି । ସେପଟେ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଫେସବୁକ ଏକ ମାମଲାରେ କେନ୍ଦ୍ର ସରକାରଙ୍କ ସହିତ ଅନ୍ୟ କିଛି ସୋସିଆଲ ମିଡ଼ିଆକୁ ନୋଟିସ ଜାରି କରିଛନ୍ତି । ତେବେ ଏଭଳି କ୍ଷେତ୍ରରେ ସୋସିଆଲ ମିଡ଼ିଆ ସହିତ ଆଧାର ସଂଯୋଗୀକରଣ କେତେ ଜରୁରୀ ସେନେଇ ଇଟିଭି ଭାରତକୁ ସାଇବର ଏକ୍ସପର୍ଟ ପଓ୍ବନ ଦୁଗ୍ଗଲ ସବିଶେଷ ତଥ୍ୟ ଦେଇଛନ୍ତି ।

ପଓ୍ବନ କହିଛନ୍ତି, ଏହି ନିଷ୍ପତ୍ତି ସମ୍ପୂର୍ଣ୍ଣ ଭାବେ ବିରୋଧ କରିଛନ୍ତି । ସେ କହିଛନ୍ତି ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ଲୋକଙ୍କ ବ୍ୟକ୍ତିଗତ ଜୀବନ ବ୍ୟାପକ ଭାବେ ପ୍ରଭାବିତ ହେବ । ଫେସବୁକ, ହ୍ବାଟସ ଆପ ଭଳି ଆପ ଗୁଡ଼ିକ ବିଦେଶରୁ ଆରମ୍ଭ ହୋଇଛି । ବିଦେଶୀ କମ୍ପାନୀ ଏହାର ଜନ୍ମଦାତା । ଏହି ସୋସିଆଲ ମିଡିଆ ସହିତ ଆଧାର ସଂଯୋଗ କରାଇଲେ ସେମାନଙ୍କୁ ଆମର ସମସ୍ତ ବ୍ୟକ୍ତିଗତ ତଥ୍ୟ ପ୍ରଦାନ କରିଦେବୁ । ଫଳରେ ଉକ୍ତ କମ୍ପାନୀ ଗୁଡ଼ିକ ଏହାର ବ୍ୟବହାର କୌଣସି ଭୁଲ କାର୍ଯ୍ୟ ପାଇଁ କରିପାରନ୍ତି ବୋଲି ସେ କହିଛନ୍ତି ।

ଅଧିକ ପଢନ୍ତୁ: ଭାରତକୁ ପୂର୍ବତନ ପାକ୍‌ କ୍ରିକେଟରଙ୍କ 'ପରମାଣୁ ବୋମା' ଧମକ

ସେହିଭଳି ସେଣ୍ଟର ଫର ରିସର୍ଚ୍ଚ ଅନ ସାଇବର କ୍ରାଇମ ଓ ସାଇବର ଲ'ର ଚେୟାରମ୍ୟାନ ଅନୁଜ ଅଗ୍ରଓ୍ବାଲ କହିଛନ୍ତି ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ମାଧ୍ୟମରେ ଦେଶର ଅନେକ ବଡ଼ ବଡ଼ ଠକେଇ ମାମଲା ସାମ୍ନାକୁ ଆସିଛି । ଯଦି ସରକାର ଏହାକୁ ସୋସିଆଲ ମିଡ଼ିଆ ସହିତ ସଂଯୋଗ କରିଦେବେ ତେବେ ଏହି ଭଳି ବଡ଼ ବଡ଼ ଅପରାଧ ହେଉ ଅବା ସରକାରଙ୍କ ବିରୋଧରେ କେହି ସ୍ବର ଉତ୍ତୋଳନ କରିପାରିବେ ନାହିଁ । ଫଳରେ ଏହା ଲୋକତନ୍ତ୍ର ଏକ ପ୍ରକାର ହତ୍ୟା କରିବା ଭଳି ହେବ ବୋଲି ଅନୁଜ କହିଛନ୍ତି ।

ତେବେ ଏନେଇ ସରକାର ନେଉଥିବା ନିଷ୍ପତ୍ତି ଉପରେ ଅନୁଜ କହିଛନ୍ତି ଏହି ନିଷ୍ପତ୍ତି ଉପରେ ମୋର ସନ୍ଦେହ ହେଉଛି । ଯେଉଁମାନେ ସୋସିଆଲ ମିଡ଼ିଆର ବ୍ୟବହାର କରୁଛନ୍ତି, ସରକାର ଚୂଡ଼ାନ୍ତ ନିଷ୍ପତ୍ତି ନେବା ପୂର୍ବରୁ ସେମାନଙ୍କର ମତାମତ ମଧ୍ୟ ସଂଗ୍ରହ କରିବା ଆବ୍ୟଶକ ବୋଲି ସେ କହିଛନ୍ତି ।

Intro:Body:

prabhu

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.