ETV Bharat / bharat

କୃଷି ପାଇଁ କେନ୍ଦ୍ରର ପ୍ୟାକେଜ, ପଞ୍ଚବାର୍ଷିକ ଯୋଜନା ପରି ଲାଗୁଛି: ଶରଦ ପାୱାର

ନିକଟରେ କେନ୍ଦ୍ର ପକ୍ଷରୁ ଆତ୍ମନିର୍ଭର ପ୍ୟାକେଜ ଘୋଷଣାରେ ଶରଦ ପାୱାର କହିଛନ୍ତି ଯେ ଲକଡାଉନ କାରଣରୁ ହୋଇଥିବା କ୍ଷତିକୁ ମଧ୍ୟ କେନ୍ଦ୍ର ସରକାର ଧ୍ୟାନ ଦେବା ଉଚିତ ଥିଲା । ଅଧିକ ପଢନ୍ତୁ...

author img

By

Published : May 16, 2020, 12:37 PM IST

କୃଷି ପାଇଁ କେନ୍ଦ୍ରର ପ୍ୟାକେଜ, ପଞ୍ଚବାର୍ଷିକ ଯୋଜନା ପରି ଲାଗୁଛି: ଶରଦ ପାୱାର
କୃଷି ପାଇଁ କେନ୍ଦ୍ରର ପ୍ୟାକେଜ, ପଞ୍ଚବାର୍ଷିକ ଯୋଜନା ପରି ଲାଗୁଛି: ଶରଦ ପାୱାର

ମୁମ୍ବାଇ: ଏନସିପି ମୁଖ୍ୟ ଶରଦ ପାୱାର ଶୁକ୍ରବାର କହିଛନ୍ତି ଯେ, କୃଷି କ୍ଷେତ୍ର ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିବା ପ୍ୟାକେଜକୁ ନେଇ ସେ ନିରାଶ ହୋଇଛନ୍ତି ଏବଂ ଏହା ଏକ "ପଞ୍ଚବାର୍ଷିକ ଯୋଜନା" ପରି ଦେଖାଯାଉଛି ।

ଶରଦ ପାୱାର କହିଛନ୍ତି ଯେ ଲକଡାଉନ କାରଣରୁ ହୋଇଥିବା କ୍ଷତିକୁ ମଧ୍ୟ କେନ୍ଦ୍ର ସରକାର ଧ୍ୟାନ ଦେବା ଉଚିତ । ସେ କହିଛନ୍ତି ଯେ କୃଷି ଋଣ ଦେୟର କିସ୍ତି ଏବଂ ଅବଧି ପରିବର୍ତ୍ତନ, ଋଣ ଦେୟରୁ ମୁକ୍ତି ଏବଂ ସୁଧ ହାର ହ୍ରାସ ଉପରେ ସରକାର ନୀରବ ରହିଛନ୍ତି ।

ଶରଦ ପାୱାର ଟ୍ୱିଟ କରି କହିଛନ୍ତି ଯେ, ଘୋଷିତ ହୋଇିଥିବା ଆତ୍ମନିର୍ଭର କୃଷି ପ୍ୟାକେଜରେ ମୁଁ ନିରାଶ ହୋଇଛି । ଲକଡାଉନ ଦ୍ୱାରା ହୋଇଥିବା କ୍ଷତିକୁ ଦୃଷ୍ଟିରେ ରଖି ପ୍ୟାକେଜ ଘୋଷଣା କରାଯିବା ଉଚିତ ଥିଲା। "

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର ସରକାର ଘୋଷଣା କରିଥିବା 20 ଲକ୍ଷ କୋଟି ଟଙ୍କାର 'ଆତ୍ମନିର୍ଭର ଭାରତ ଅଭିଯାନ' ପ୍ୟାକେଜର ତୃତୀୟ ବ୍ରେକଅପ ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ସେ କୃଷି ଏବଂ କୃଷି କ୍ଷେତ୍ର ସମ୍ବନ୍ଧରେ ପ୍ୟାକେଜ୍ ଘୋଷଣା କରିଛନ୍ତି । ସେ କହିଛନ୍ତି, ଆଜି ଚାଷୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । 20 ଲକ୍ଷ କୋଟି ଟଙ୍କା 'ଆତ୍ମନିର୍ଭର ଭାରତ ଅଭିଯାନ' ପ୍ୟାକେଜ୍ କେବଳ ଏଗୁଡ଼ିକ ପାଇଁ ।

ନିର୍ମଳା ସୀତାରମଣ କହିଛନ୍ତି, ଆତ୍ମନିର୍ଭର ଭାରତ ପାଇଁ ପ୍ରଧାନମନ୍ତ୍ରୀ ଯୋଗାଣ ଶୃଙ୍ଖଳା ଏବଂ ପ୍ରଯୁକ୍ତିବିଦ୍ୟା ସଂସ୍କାର ବିଷୟରେ ଉଲ୍ଲେଖ କରିଛନ୍ତି। ତେଣୁ, ଆଜି ଆମେ କୃଷି ବିଷୟରେ ଆଲୋଚନା କରିବା । ପ୍ରତିକୂଳ ପରିସ୍ଥିତିରେ ଭାରତର କୃଷକମାନେ ସର୍ବଦା ନିଜର ଦକ୍ଷତା ପ୍ରଦର୍ଶନ କରିଆସୁଛନ୍ତି। ଦୁଗ୍ଧ, ଝୋଟ ଉତ୍ପାଦନ କରିବାରେ ଭାରତ ହେଉଛି ଏକ ନମ୍ବର। ଆଖୁ କପା ସମେତ ଅନେକ ଉତ୍ପାଦର ଦ୍ୱିତୀୟ ବୃହତ୍ତମ ଉତ୍ପାଦକ ।

ସେ କହିଛନ୍ତି, ତୃତୀୟ ପ୍ୟାକେଜରେ 11ଟି ଘୋଷଣା ଅଛି । ସେଥିମଧ୍ୟରୁ 8 ଟି ମଜବୁତ, କ୍ଷମତା ଏବଂ ଭିତ୍ତିଭୂମି ଉନ୍ନତି ସହିତ ଜଡିତ । ଅବଶିଷ୍ଟ 3 ଟି ଶାସନ ଏବଂ ପ୍ରଶାସନିକ ସଂସ୍କାର ସହ ଜଡିତ ଥିବାବେଳେ ସେ କହିଛନ୍ତି, ତୃତୀୟ କିସ୍ତିରେ କିସାନ କ୍ରେଡିଟ କାର୍ଡ ପାଇଁ 2 ଲକ୍ଷ କୋଟି ଟଙ୍କା ରହିଛି। କୃଷକଙ୍କ ଆକାଉଣ୍ଟରେ 18 ହଜାର700 କୋଟି ଟଙ୍କା ଦିଆଯାଇଥିଲା । ଫସଲ ବୀମା ଯୋଜନା ପାଇଁ 6 ହଜାର 400 କୋଟି ଟଙ୍କା, ଏମଏସପି ପାଇଁ 17 ହଜାର 300 କୋଟି ଟଙ୍କା ଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.