ETV Bharat / bharat

ଆରୋଗ୍ୟ ସେତୁ ଆପ୍‌ରେ ସୁରକ୍ଷା ପ୍ରଶ୍ନ; ଆପ୍‌କୁ ଓପନ ସୋର୍ସ କଲେ କେନ୍ଦ୍ର - ଆରୋଗ୍ୟ ସେତୁ ଆପ୍‌ରେ ସୁରକ୍ଷାକୁ ନେଇ ପ୍ରଶ୍ନ

ଆରୋଗ୍ୟ ସେତୁରେ ସୁରକ୍ଷାକୁ ନେଇ ଅନେକ ସମୟରେ ଉଠିଛି ପ୍ରଶ୍ନ । ଏହି ଆପ୍‌ରେ ବ୍ୟକ୍ତିଗତ ତଥ୍ୟ ଦିଆଯାଉଥିବାରୁ ଏହି ତଥ୍ୟ କେତେ ସୁରକ୍ଷିତ କାହାକୁ ନେଇ ଅନେକ ସମୟରେ ଆପ୍‌ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ସରକାର ଆପ୍‌ଟିକୁ ବର୍ତ୍ତମାନ ଓପନ ସୋର୍ସରେ ପରିଣତ କରିଛନ୍ତି ।

aarogya setu app, privacy concern in aarogya setu app, aarogya setu app as open source, ଆରୋଗ୍ୟ ସେତୁ ଆପ୍‌, ଆରୋଗ୍ୟ ସେତୁ ଆପ୍‌ରେ ସୁରକ୍ଷାକୁ ନେଇ ପ୍ରଶ୍ନ, ଓପନ ସୋର୍ସ ହେଲା ଆରୋଗ୍ୟ ସେତୁ ଆପ୍‌
ଆରୋଗ୍ୟ ସେତୁ ଆପ୍‌ରେ ସୁରକ୍ଷା ନେଇ ପ୍ରଶ୍ନ; ଆପ୍‌କୁ ଓପନ ସୋର୍ସ କଲେ କେନ୍ଦ୍ର
author img

By

Published : May 27, 2020, 6:33 AM IST

ହାଇଦ୍ରାବାଦ: ଆରୋଗ୍ୟ ସେତୁରେ ସୁରକ୍ଷାକୁ ନେଇ ଅନେକ ସମୟରେ ଉଠିଛି ପ୍ରଶ୍ନ । ଏହି ଆପ୍‌ରେ ବ୍ୟକ୍ତିଗତ ତଥ୍ୟ ଦିଆଯାଉଥିବାରୁ ଏହି ତଥ୍ୟ କେତେ ସୁରକ୍ଷିତ କାହାକୁ ନେଇ ଅନେକ ସମୟରେ ଆପ୍‌ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ସରକାର ଆପ୍‌ଟିକୁ ବର୍ତ୍ତମାନ ଓପନ ସୋର୍ସରେ ପରିଣତ କରିଛନ୍ତି । ଏହା ଦ୍ବାରା ଗବେଷକ, ବିଶାରଦ ଓ ଆପ୍‌କୁ ବିକାଶ କରୁଥିବା ଏକ୍ସପର୍ଟମାନେ ଏଥିରେ ଆକ୍ସେସ କରି ଏହାର କାର୍ଯ୍ୟକାରିତାକୁ ନିଜେ ବୁଝିପାରିବେ ।

ଆପ୍ଲିକେଶନର ଆଣ୍ଡ୍ରଏଡ ଭର୍ସନରେ ସୋର୍ସ କୋଡ ବର୍ତ୍ତମାନ ସମୀକ୍ଷା ପାଇଁ ଉପଲବ୍ଧ ହୋଇଛି । ସେପଟେ ଆଇଓଏସ ଭର୍ସନ ପାଇଁ ଆଗାମୀ 2 ସପ୍ତାହ ମଧ୍ୟରେ ଓପନ ସୋର୍ସକୁ ରିଲିଜ କରାଯିବାର ଯୋଜନା ରହିଛି । ଏଥିସହ ଏହି ସମୟ ମଧ୍ୟ ସର୍ଭର କୋଡ ମଧ୍ୟ ରିଲିଜ କରିବାର ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ତେବେ ଆରୋଗ୍ୟ ସେତୁ ଆପ୍‌ର 98 ପ୍ରତିଶତ ୟୁଜର୍ସ ଆଣ୍ଡ୍ରଏଡ ପ୍ଲାଟଫର୍ମର ବ୍ୟବହାର କରୁଥିବା ଜଣା ପଡିଛି ।

ଏହି ଆପ୍‌ରେ ଗୋପନୀୟତା, ସୁରକ୍ଷା ଓ ଟ୍ରାନ୍ସପରେନ୍ସିକୁ ପ୍ରାଧାନ୍ୟ ଦିଆଯାଇଥିବା ବେଳେ ଏହାର ସୋର୍ସ କୋଡକୁ ବର୍ତ୍ତମାନ ଓପନ ସୋର୍ସ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରଣାଳୟ । ଏହା ଦ୍ବାରା ଡେଭେଲପର କମ୍ୟୁନିଟିମାନେ ବିଭିନ୍ନ ସମୟରେ ଏଥିରେ ଗୋପନୀୟତା ଓ ସୁରକ୍ଷାକୁ ନେଇ ଉଠାଇଥିବା ପ୍ରଶ୍ନର ଉତ୍ତର ସେମାନ ନିଜେ ପାଇପାରିବେ ବୋଲି କୁହାଯାଇଛି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.