ନୂଆଦିଲ୍ଲୀ: ସିଏଜି ରିପୋର୍ଟ ଆସିବା ପରେ ବିଜେପି ଓଡିଶା ସରକାରଙ୍କ ବର୍ଷୁଥିବା ବେଳେ ସୋମବାର ଲୋକସଭାରେ ଏହି ପ୍ରସଙ୍ଗ ଉଠାଇଛନ୍ତି ସାଂସଦ ଜୁଏଲ ଓରାମ । କେନ୍ଦ୍ର ଅର୍ଥ ଦେଉଥିବା ବେଳେ ରାଜ୍ୟ ସରକାର ଠିକ ଭାବେ ଏହାକୁ କଣ ପାଇଁ ଉପଯୋଗ କରୁନାହାନ୍ତି ବୋଲି ଜୁଏଲ ପ୍ରଶ୍ନ କରିଛନ୍ତି ।
ଅନ୍ୟପକ୍ଷେ ଓଡିଶାକୁ ଫନି ସହାୟତା ପ୍ରସଙ୍ଗ ମଧ୍ୟ ଲୋକସଭାରେ ଉଠାଇଛନ୍ତି ଜୁଏଲ । ତେବେ ସାଂସଦ ଜୁଏଲ ଓରାମଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ । ଫନି ସହାୟତା ପାଇଁ କେନ୍ଦ୍ର 4679 କୋଟି ଟଙ୍କା ଦେଇଥିବା ଗୃହ ରାଷ୍ଟ୍ରମନ୍ତ୍ରୀ କହିଛନ୍ତି । ଏପ୍ରିଲ 29ରେ ଏସଡିଆରଏଫରୁ 340 କୋଟି ଟଙ୍କା ଅଗ୍ରିମ ଦିଆଯାଇଥିବା ସେ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତ ପରେ ମିଳିଥିଲା ଅତିରିକ୍ତ 1000 କୋଟି । କ୍ଷୟକ୍ଷତି ଆକଳନ ପରେ ଏନଡିଆରଏଫକୁ 3338.22 କୋଟି ଟଙ୍କା ଦିଆଯାଇଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ପ୍ରତିକ୍ରିୟା ଦେଇଛନ୍ତି ।