ETV Bharat / bharat

ସୁଶାନ୍ତ ସିଂ ମୃତ୍ୟୁ ମାମଲାର ତଦନ୍ତ ଭାର କାହା ହାତରେ ? ସୁପ୍ରିମକୋର୍ଟରେ ଆଜି ଶୁଣାଣି - ସୁପ୍ରିମକୋର୍ଟରେ ଆଜି ସୁଶାନ୍ତ ସିଂ ମାମଲା ଶୁଣାଣି

ବହୁ ଚର୍ଚ୍ଚିତ ସୁଶାନ୍ତ ସିଂ ରାଜପୁତ୍ ମୃତ୍ୟୁ ମାମଲା। ବୁଧବାର 11ଟା ସମୟରେ ସୁପ୍ରିମକୋର୍ଟରେ ଏକ ଗୁରୁତ୍ବପୂର୍ଣ୍ଣ ଶୁଣାଣି ହେବାକୁ ଯାଉଛି। ରିୟା ଚକ୍ରବର୍ତ୍ତୀଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ତାଙ୍କ ରାୟ ପ୍ରକାଶ କରିବେ। ଏହାସହ ରାଜପୁତଙ୍କ ମୃତ୍ୟୁର ତଦନ୍ତ ସିବିଆଇ କରିବ ନାଁ ମୁମ୍ବାଇ ପୋଲିସ ।

ସୁଶାନ୍ତ ସିଂ ମୃତ୍ୟୁ ମାମଲାର ତଦନ୍ତ ଭାର କାହା ହାତରେ ? ସୁପ୍ରିମକୋର୍ଟରେ ଆଜି ଶୁଣାଣି

author img

By

Published : Aug 19, 2020, 9:01 AM IST

Updated : Aug 19, 2020, 9:16 AM IST

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ସୁଶାନ୍ତ ସିଂ ରାଜପୁତ୍ ମୃତ୍ୟୁ ମାମଲା। ଏବେ ଯାଏଁ ଛିଡୁନି ଅଡୁଆ ସୂତାର ଖିଅ। ଦିବଙ୍ଗତ ଅଭିନେତାଙ୍କ ମୃତ୍ୟୁକୁ ନେଇ ସସପେନ୍ସ ବଢିଚାଲିଛି। ତେବେ ବୁଧବାର 11ଟା ସମୟରେ ସୁପ୍ରିମକୋର୍ଟରେ ଏକ ଗୁରୁତ୍ବପୂର୍ଣ୍ଣ ଶୁଣାଣି ହେବାକୁ ଯାଉଛି।

ବିହାର ପୋଲିସରୁ ମହାରାଷ୍ଟ୍ର ପୋଲିସକୁ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ତଦନ୍ତ ସ୍ଥାନାନ୍ତର କରିବାକୁ ରିୟା ଚକ୍ରବର୍ତ୍ତୀଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ତାଙ୍କ ରାୟ ପ୍ରକାଶ କରିବେ। ଏହାସହ ରାଜପୁତଙ୍କ ମୃତ୍ୟୁର ତଦନ୍ତ ସିବିଆଇ କରିବ ନାଁ ମୁମ୍ବାଇ ପୋଲିସ ସେ ନେଇ ନିଷ୍କର୍ଷ ବାହାରିବ । ସର୍ବୋଚ୍ଚ ନ୍ୟାୟାଳୟ ଅଗଷ୍ଟ 11 ରେ ଶେଷ ଶୁଣାଣିରେ ଏହାର ରାୟ ସଂରକ୍ଷିତ ରଖିଥିଲେ ଏବଂ ସମସ୍ତ ପକ୍ଷଙ୍କୁ ଏହି ମାମଲାରେ ନିଜର ମତ ଦାଖଲ କରିବାକୁ କହିଥିଲେ।

ସୁଶାନ୍ତଙ୍କ ସହ ସମ୍ପର୍କ ରଖିଥିବା ରିୟା ଚକ୍ରବର୍ତ୍ତୀ ଏହି ଘଟଣାରେ ବିହାର ପୋଲିସ କିପରି ଏଫ୍ଆଇଆର୍ ପଞ୍ଜୀକୃତ କରିଛି ସେନେଇ ପ୍ରଶ୍ନ ଉଠାଇ ପାଟନାରେ ପଞ୍ଜୀକୃତ ହୋଇଥିବା ଏଫ୍ଆଇଆର୍ ସହିତ କୌଣସି ସମ୍ପର୍କ ନାହିଁ ବୋଲି ଯୁକ୍ତି ବାଢିଥିଲେ।

ଆତ୍ମହତ୍ୟା ସହ ଜଡିତ ବିଭାଗ ଅଧୀନରେ ସୁଶାନ୍ତଙ୍କ ପିତା କେ.କେ ସିଂଙ୍କ ଦ୍ବାରା ଦାଖଲ କରାଯାଇଥିବା ଅଭିଯୋଗରେ ପାଟନାରେ ଏକ ଏଫ୍ଆଇଆର୍ ପଞ୍ଜିକୃତ ହୋଇଥିଲା। ସୂଚନା ଥାଉକି, ଜୁନ୍ 14 ରେ ସୁଶାନ୍ତ ସିଂ ରାଜପୁତ ତାଙ୍କ ମୁମ୍ବାଇ ବାନ୍ଦ୍ରା ବାସଭବନରୁ ମୃତ ଅବସ୍ଥାରେ ମିଳିଥିଲେ।

Last Updated : Aug 19, 2020, 9:16 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.