ନୂଆଦିଲ୍ଲୀ: ଦେଶରେ ଚାଲିଛି କୋଭିଡ-19 ମୁକାବିଲା । ଯାହାକୁ ନେଇ ସରକାରଙ୍କ ପକ୍ଷରୁ ଅନେକ ପ୍ରକାର ପଦକ୍ଷେପ ନିଆଯାଇଛି । ତେବେ ସବୁଠୁ ବଡ ପଦକ୍ଷେପ ହେଉଛି ଦେଶରେ ଲକ ଡାଉନ ଯାହାକୁ ନେଇ ଲୋକେ ଘରେ ରହିଥିବାବେଳେ ଆଉ କିଛି ଅଲଗା ସ୍ଥାନରେ ଫଶି ରହିଛନ୍ତି । ଏହା ବ୍ୟତୀତ ଦେଶରେ ଖାଦ୍ୟାଭାବ ପରିସ୍ଥିତ ମଧ୍ୟ ଦେଖିବାକୁ ମିଳିଛି ।
ଯାହାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ସହାୟତା ପାଣ୍ଠିକୁ ଅନେକଙ୍କ ପକ୍ଷରୁ ସହାୟତା ଆକାରରେ ଟଙ୍କା ପ୍ରଦାନ କରାଯାଉଛି ।ଏହି ପରିପେକ୍ଷିରେ ସିବିଆଇ ଅଧିକାରୀମାନେ ସେମାନଙ୍କର ଗୋଟିଏ ଦିନର ଦରମା ପ୍ରଧାନମନ୍ତ୍ରୀଙ୍କ ନାଗରିକ ସହାୟତା ଏବଂ ଜରୁରୀକାଳୀନ ପରିସ୍ଥିତି ପାଣ୍ଠିକୁ ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।