ETV Bharat / bharat

ହାଥରସ ଘଟଣାରେ ସିବିଆଇର ଚାର୍ଜସିଟ; ପ୍ରଥମେ ଗଣଦୁଷ୍କର୍ମ ପରେ ହତ୍ୟା

author img

By

Published : Dec 18, 2020, 3:32 PM IST

Updated : Dec 18, 2020, 3:59 PM IST

ଉତ୍ତରପ୍ରଦେଶର ବହୁ ଚର୍ଚ୍ଚିତ ହାଥରସ ଘଟଣାରେ ସିବିଆଇ ଚାର୍ଜସିଟି ଦାଖଲ କରିଛି । 4 ଅଭିଯୁକ୍ତଙ୍କ ନାଁରେ ଗଣଦୁଷ୍କର୍ମ ଓ ହତ୍ୟା ନାଁରେ ମାମଲା ରୁଜୁ କରି ଚାର୍ଜସିଟିକୁ କୋର୍ଟର ଏକ ଯାଞ୍ଚ ଏଜେନ୍ସିରେ ଦାଖଲ କରିଛି । ଅଧିକ ପଢନ୍ତୁ...

ହାଥରସ ଘଟଣାରେ ସିବିଆଇର ଚାର୍ଜସିଟ
ହାଥରସ ଘଟଣାରେ ସିବିଆଇର ଚାର୍ଜସିଟ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ବହୁ ଚର୍ଚ୍ଚିତ ହାଥରସ ଘଟଣାରେ ସିବିଆଇର ଚାର୍ଜସିଟି ଦାଖଲ । ପୀଡିତାଙ୍କୁ ପ୍ରଥମେ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ଚାର୍ଜସିଟିରେ ଉଲ୍ଲେଖ କରିଛି ସିବିଆଇ । ଶୁକ୍ରବାର(ଆଜି) ଏହି ଘଟଣାରେ 4 ଅଭିଯୁକ୍ତଙ୍କ ନାଁରେ ଗଣଦୁଷ୍କର୍ମ ଓ ହତ୍ୟା ନାଁରେ ମାମଲା ରୁଜୁ କରି ଚାର୍ଜସିଟିକୁ କୋର୍ଟର ଏକ ଯାଞ୍ଚ ଏଜେନ୍ସିରେ ଦାଖଲ କରିଛି ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା । ଫଳରେ ପୋଲିସର ମିଥ୍ୟା ଏବେ ସାମ୍ନାକୁ ଆସିଛି ।

ଏହି ଚାର୍ଜସିଟି ପୀଡିତାଙ୍କ ଶେଷ ବୟାନକୁ ଆଧାର କରି ଦାଖଲ କରାଯାଇଛି । ସେପ୍ଟେମ୍ବର 22ରେ ପୀଡିତାଙ୍କ ଠାରୁ ଶେଷ ବୟାନ ରେକର୍ଡ କରାଯାଇଥିଲା । ସିବିଆଇ ଏହି ଅଭିଯୁକ୍ତଙ୍କ ବିରୋଧରେ ଏସସି/ଏସଟି ନିୟମ ଅଧିନରେ ମାମଲା ରୁଜୁ କରିଛି ।

ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର 14 ତାରିଖରେ 19 ବର୍ଷୀୟ ଦଳିତ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯିବା ନେଇ ଅଭିଯୋଗ ହୋଇଥିଲା । ଏହି ଘଟଣାରେ 4 ଜଣ ଉଚ୍ଚ ଜାତିର ସାମିଲ ଥିବା ଅଭିଯୋଗ ହୋଇଥିଲା । ଗତ ସେପ୍ଟେମ୍ବର 29 ତାରିଖରେ ପୀଡିତାଙ୍କ ମୃତ୍ୟୁ ଘଟିଛି ।

ପୀଡିତାଙ୍କ ମୃତ୍ୟୁ ସ୍ଥାନୀୟ ପ୍ରଶାସନ ପରିବାରଲୋକଙ୍କୁ ଅବଗତ ନ କରି ରାତାରାତି ପୀଡିତାଙ୍କ ଅନ୍ତିମ ସଂସ୍କାର କରିଦେଇଥିଲା । ଯାହାକୁ ନେଇ ପରବର୍ତ୍ତୀ ସମୟରେ ଆହ୍ଲାବାଦ ହାଇକୋର୍ଟ ପୋଲିସର ଏପରି କାର୍ଯ୍ୟକୁ ଭର୍ତ୍ସନା କରିଥିଲେ । ଏହା ପରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଘଟଣାର ତଦନ୍ତ ପାଇଁ ସିବିଆଇକୁ ହସ୍ତାନ୍ତର କରିଥିଲେ ।

ସିବିଆଇ ତଦନ୍ତ କରୁଥିବା ବେଳେ ଘଟଣାର ମୁଖ୍ୟ ଅଭିଯୁକ୍ତ ଜେଲରୁ ଚିଠି ଲେଖି ନିଜକୁ ନିର୍ଦ୍ଦୋଷ ବୋଲି ଦାବି କରିଥିଲା । ହେଲେ ଆଜି ସିବିଆଇ 4 ଜଣ ଅଭିଯୁକ୍ତଙ୍କ ନାଁରେ ଗଣଦୁଷ୍କର୍ମ ଓ ହତ୍ୟା ମାମଲା ରୁଜୁ କରି ଚାର୍ଜସିଟ ଦାଖଲ କରିଛି ।

Last Updated : Dec 18, 2020, 3:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.