ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ଡିକେ ଶିବକୁମାରଙ୍କୁ ମିଶ୍ରିତ ଫଳ ଦେଇଛନ୍ତି କୋର୍ଟ । ଗୋଟିଏ ପଟେ ଆସନ୍ତା ଅକ୍ଟୋବର 25 ଯାଏଁ ବିଚାର ବିଭାଗୀୟ ହାଜତରେ ଶିବକୁମାର ରହିବା ନେଇ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ମନି ଲଣ୍ଡେରିଂ ମାମଲାରେ ଶିବକୁମାରଙ୍କ ସମ୍ପୃକ୍ତି ନେଇ ତଦନ୍ତ କରୁଛି ଇଡି ।
ସେପଟେ ଶିବକୁମାରଙ୍କ ଓକିଲଙ୍କ ଅଭିଯୋଗ ପରେ ଦିଲ୍ଲୀ ହାଇକୋର୍ଟ ତିହାର ଜେଲ କର୍ତ୍ତୃପକ୍ଷଙ୍କୁ ତାଙ୍କ ବସିବା ପାଇଁ ଏକ ଚୌକି ଓ ଟିଭିର ବନ୍ଦୋବସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ଜେଲ କର୍ତ୍ତୃପକ୍ଷ ଶିବକୁମାରଙ୍କୁ ଅସହଯୋଗ କରୁଥିବା ନେଇ ତାଙ୍କ ଓକିଲ ଅଭିଯୋଗ କରିଥିଲେ । ତାଙ୍କ ପିଠିରେ ଯନ୍ତ୍ରଣା ଥିବା ସତ୍ତ୍ବେ ଜେଲ କର୍ତ୍ତୃପକ୍ଷ ଶିବକୁମାରଙ୍କୁ ଚୌକିରେ ବସିବା ପାଇଁ ଅନୁମତି ଦେଉ ନଥିଲେ ।
ଅର୍ଥ ହେରଫେର ମାମଲାରେ (ମନି ଲଣ୍ଡ୍ରିଂ) ମାମଲାରେ ସେପ୍ଟେମ୍ବର 12ରେ ଇଡି ଦ୍ବାରା ଗିରଫ ହୋଇଥିବା ଶିବକୁମାର ତିହାର ଜେଲରେ ଅଛନ୍ତି । କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ଶିବକୁମାରଙ୍କ ବିରୋଧରେ 200 କୋଟି ଟଙ୍କାର ମନି ଲଣ୍ଡରିଂ ମାମଲା ରହିଛି । ଏଥିସହ ତାଙ୍କ ଝିଅ ଐଶର୍ଯ୍ୟାଙ୍କ ନାମରେ ମଧ୍ୟ 108 କୋଟି ଟଙ୍କାରୁ ଉର୍ଦ୍ଧ୍ବ ସମ୍ପତ୍ତି ନେଇ ଅଭଯୋଗ ରହିଛି ।