କୋଲକାତା: ରୋଜଭ୍ୟାଲି ଗ୍ରୁପ ଅଧ୍ୟକ୍ଷ ଗୌତମ କୁଣ୍ଡୁଙ୍କ ସ୍ତ୍ରୀ ଶୁଭ୍ରା କୁଣ୍ଡୁ ଗିରଫ ହୋଇଥିବା ଜଣାପଡିଛି । ଶୁଭ୍ରା କୁଣ୍ଡୁଙ୍କୁ କୋଲକାତାରୁ ଗିରଫ କରିଛି ସିବିଆଇ । କୋଟି କୋଟି ଟଙ୍କା ଚିଟଫଣ୍ଡ ଠକେଇ ଲିଙ୍କ୍ରେ ସୁଭ୍ରାଙ୍କୁ ଗିରଫ କରିଯାଇଥିବା ନେଇ ସୂଚନା ମିଳିଛି । ତେବେ ତାଙ୍କୁ ଶନିବାର ଭୁବନେଶ୍ବର ଅଣାଯିବ ।
ପୋଞ୍ଜି ସ୍କିମ ଠକେଇରେ ସୁଭ୍ରାଙ୍କ ଭୂମିକାଙ୍କୁ ନେଇ ତାଙ୍କୁ ଗିରଫ କରାଯାଇଥିବା ସିବିଆଇ ପକ୍ଷରୁ ସୂଚନା ଦିଆଯାଇଛି । ସେ ଅନେକ ଦିନରୁ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଥା ଇଡି ସ୍କାନରରେ ରହିଥିଲେ । ରୋଜଭ୍ୟାଲି ଗ୍ରୁପ ହଜାର ହଜାର ଜମାକାରୀଙ୍କଠାରୁ ନିବେଶର ଅଧିକ ଗୁଣ ଅର୍ଥ ଫେରସ୍ତ ନେଇ ପ୍ରତିଶ୍ରୃତି ଦେଇ କୋଟି କୋଟି ଟଙ୍କା ଠକିନେଇଥିଲା ।
ସିବିଆଇର ସୂତ୍ର ଅନୁଯାୟୀ ରୋଜଭ୍ୟାଲି ଦ୍ବାରା ଠକେଇ ହୋଇଥିବା ଜମାକାରୀଙ୍କ ଅର୍ଥର ମୂଲ୍ୟ 12 ହଜାର କୋଟିରୁ ଉର୍ଦ୍ଧ୍ବ ହେବ । ତେବେ ଘଟଣାରେ ଗୌତମ କୁଣ୍ଡୁ ଗିରଫ ହୋଇ ମାର୍ଚ୍ଚ 2015ରୁ ଜେଲରେ ଅଛନ୍ତି । ତାଙ୍କ ପତ୍ନୀ ଏକ ସୁନାଗହଣ ଦୋକାନ ଚଳାଉଥିବା ବେଳେ ତଦନ୍ତ ଆରମ୍ଭରୁ ଏହାକୁ ସିଲ କରାଯାଇଥିଲା ।