ETV Bharat / bharat

ନିୟନ୍ତ୍ରଣ ହରାଇ ନଦୀକୁ ଖସିଲା କାର, ହେଲିକପ୍ଟରରେ ହେଲା ଉଦ୍ଧାର

କାଜାରେ ଏକ ଗାଡି ନଦୀରେ ଖସି ପଡି ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କୁ ହେଲିକପ୍ଟର ଯୋଗେ ଉଦ୍ଧାର କରାଯାଇ ଶିମଲାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ...

ନିୟନ୍ତ୍ରଣ ହରାଇ ନଦୀକୁ ଖସିଲା କାର
ନିୟନ୍ତ୍ରଣ ହରାଇ ନଦୀକୁ ଖସିଲା କାର
author img

By

Published : Sep 4, 2020, 11:36 AM IST

ସିମଲା: ହିମାଚଳପ୍ରଦେଶର ଜନଜାତୀୟ ଜିଲ୍ଲା ଲାହୋଲ ସ୍ପିତିରେ ନିୟନ୍ତ୍ରଣ ହରାଇ ଏକ କାର ନଦୀକୁ ଖସି ପଡିଛି । ଘଟଣା ବିଷୟରେ ପ୍ରଶାସନକୁ ଖବର ମିଳିବା ପରେ ଉଦ୍ଧାର କରିବାକୁ ପହଞ୍ଚିଥିଲା । ଦୁର୍ଘଟଣାରେ ଗାଡିରେ ଥିବା ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନେ ଅଧିକ ଗୁରୁତର ହୋଇପଡିଥିବାରୁ ସେମାନଙ୍କୁ ହେଲିକପ୍ଟର ଯୋଗେ ଉଦ୍ଧାର କରି ଉପରକୁ ଅଣାଯାଇଛି ।

ନିୟନ୍ତ୍ରଣ ହରାଇ ନଦୀକୁ ଖସିଲା କାର

ସୂଚନାମୁତାବକ, କାଜା-ତାବେ ରୋଡରେ ଶିଗୋ ନିକଟରେ ଏକ କାର ଅନିୟନ୍ତ୍ରିତ ହୋଇ ସ୍ପିତି ନଦୀରେ ଖସିପଡିଥିଲା । ଘଟଣାର ସୂଚନା ମିଳିବା ପରେ ସ୍ଥାନୀୟ ଲୋକେ ଉଦ୍ଧାର କରିବାକୁ ଉଦ୍ୟମ କରିବା ସହ ପ୍ରଶାସନକୁ ମଧ୍ୟ ଖବର ଦେଇଥିଲେ । ପ୍ରଶାସନ ସ୍ଥାନୀୟ ଲୋକଙ୍କ ସହଯୋଗରେ ରେସ୍ୟୁ ଅପରେସନକୁ ସଫଳ କରିଥିଲେ । ତେବେ ଆହତଙ୍କ ଅବସ୍ଥା ଗୁରୁତର ହେବା ସହ ନଦୀ ଜଳ ଥଣ୍ଡା ଥିବାରୁ ସେମାନଙ୍କୁ ହେଲିକପ୍ଟର ଅଣାଯିବା ପରେ ଆଇଜିଏମସି ଶିମଲାରେ ଭର୍ତ୍ତି କରାଯାଇଛି ।

ଏହି ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିମାନେ ସୋନମ ତାଣ୍ଡୁପଙ୍କ ପୁଅ ସୋନମଙ୍କ ବୟସ 32 ବର୍ଷ ଏବଂ ରାଜ କୁମାରୀ ପତ୍ନୀ ଟେନଜିନ ଗୁଟୁକ ବାସିନ୍ଦା କାଜା ବୋଲି ଜଣାପଡିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.