ETV Bharat / bharat

ଗରିବ ଲୋକ କାହିଁକି ପାଇପାରିବେନି ବନ୍ଦେ ଭାରତ ମିଶନର ଲାଭ: ଅଖିଳେଶ ଯାଦବ

ଗୁରୁବାର ଉତ୍ତରପ୍ରଦେଶ ମୁଜାଫରନଗର-ସାହାରନପୁର ରାଜପଥରେ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା 6 ପ୍ରବାସୀ ଶ୍ରମିକକୁ ନେଇ ଦୁଃଖ ପ୍ରକାଶ କଲେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ । ଏଥିସହ ସେ ପ୍ରଶ୍ନ କରିଛନ୍ତି ଯେ ଦେଶର ଗରିବ ଲୋକମାନେ କାହିଁକି ବନ୍ଦେ ଭାରତ ମିଶନର ଲାଭ ପାଇପାରିବେ ନାହିଁ ।

author img

By

Published : May 14, 2020, 3:44 PM IST

akhilesh yadav
ଗରିବ ଲୋକ କାହିଁକି ପାଇପାରିବେନି ବନ୍ଦେ ଭାରତ ମିଶନର ଲାଭ

ଲକ୍ଷ୍ନୌ: ଗୁରୁବାର ଉତ୍ତରପ୍ରଦେଶ ମୁଜାଫରନଗର-ସାହାରନପୁର ରାଜପଥରେ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା 6 ପ୍ରବାସୀ ଶ୍ରମିକକୁ ନେଇ ଦୁଃଖ ପ୍ରକାଶ କଲେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ । ଏଥିସହ ସେ ପ୍ରଶ୍ନ କରିଛନ୍ତି ଯେ ଦେଶର ଗରିବ ଲୋକମାନେ କାହିଁକି ବନ୍ଦେ ଭାରତ ମିଶନର ଲାଭ ପାଇପାରିବେ ନାହିଁ ।

ତେବେ ଅଖିଲେଶ ଯାଦବ ଟ୍ବିଟ କରି ଲେଖିଛନ୍ତି, ‘ଉତ୍ତରପ୍ରଦେଶ ମୁଜାଫରନଗର ବସ୍ ଦୁର୍ଘଟଣାରେ ପ୍ରବାସୀ ଶ୍ରମିକଙ୍କ ଯନ୍ତ୍ରଣାଦାୟକ ମୃତ୍ୟୁକୁ ନେଇ ଗଭୀର ଦୁଃଖ ପ୍ରକାଶ କରୁଛି । ପ୍ରଥମେ ଟ୍ରେନ ଏବେ ବସ ର୍ଦୁଘଟଣା , କାହିଁକି ଖ୍ରମିକମାନଙ୍କ ଜୀବନ ଏତେ ଶସ୍ତା । ଦେଶର ଗରିବ ଲୋକମାନେ କାହିଁକି ବନ୍ଦେ ଭାରତ ମିଶନର ଲାଭ ପାଇପାରିବେ ନାହିଁ ? ଏତେ ଉଚ୍ଚରେ ଉଡ଼ିବା ଭଲ ନୁହେଁ ଯେ ମାଟିର ବାସ୍ତବତାକୁ ଅଣଦେଖା କରିବା’ ।

ତେବେ ବନ୍ଦେ ଭାରତ ମିଶନ ଅଧୀନରେ ଭାରତ ଗତ 7 ତାରିଖରୁ ଲକଡାଉନରେ ବିଦେଶରେ ଫସିଥିବା ନାଗରିକଙ୍କୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ଏପଟେ, ତାଲା ପକାଇବା ପରେ ବିଦେଶରେ ରହିଥିବା ନାଗରିକମାନଙ୍କୁ ପର୍ଯ୍ୟାୟକ୍ରମେ ପ୍ରତ୍ୟାବର୍ତ୍ତନ ଆରମ୍ଭ କରିଥିଲା।

ପ୍ରକାଶ ଥାଉକି, ଗତ ବୁଧବାର ବିଳମ୍ବିତ ରାତିରେ ଉତ୍ତରପ୍ରଦେଶ ମୁଜାଫରପୁର-ଶାହରନପୁର ହାଇୱାରେ 6 ଜଣ ଶ୍ରମିକ ଚାଲି ଚାଲି ଯାଉଥିବା ବେଳେ ଏକ ବସ ଦ୍ରୁତ ଗତିରେ ଆସି ସେମାନଙ୍କ ଉପରେ ଚଢାଇ ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ 6 ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.