ETV Bharat / bharat

ସ୍ମାର୍ଟ ଫୋନ୍ କିମ୍ବା ଟିଭି ସେଟ୍ ନାହିଁ ତ ପାଠପଢ଼ା ନାହିଁ !!

କୋରୋନା ମହାମାରୀ ସଂକଟ ସମୟରେ ସ୍ମାର୍ଟ ଫୋନ୍ ଏବଂ ଘରେ ଟିଭି ସେଟର ଅଭାବ ଗରିବ ପିଲାଙ୍କୁ ପାଠପଢାରୁ ବଞ୍ଚିତ କରୁଛି କି!! ଏହି ପ୍ରଶ୍ନ ଆଜି ଅନେକଙ୍କ ମନରେ ଆସୁଛି। କୋରୋନା ମହାମାରୀ କାରଣରୁ ସୃଷ୍ଟି ହୋଇଛି ଅନେକ ସଂକଟ। ଏହାମଧ୍ୟରୁ ଗୋଟିଏ ହେଲା ନିଯୁକ୍ତି ଓ ରୋଜଗାର ହରାଇବା ଏବଂ ଜୀବିକା କ୍ଷେତ୍ରରେ ନାନା ବାଧା ସୃଷ୍ଟି, ଅନ୍ୟଟି ହେଲା ଅଭିଭାବକମାନେ ସେମାନଙ୍କ ପିଲାଙ୍କ ପାଠପଢା ନେଇ ସମ୍ମୁଖୀନ ହୋଇଥିବା ସମସ୍ୟା ସହିତ ସଂଘର୍ଷ!!

author img

By

Published : Sep 22, 2020, 4:56 PM IST

ସ୍ମାର୍ଟ ଫୋନ୍ କିମ୍ବା ଟିଭି ସେଟ୍ ନାହିଁ ତ ପାଠପଢ଼ା ନାହିଁ !!
ସ୍ମାର୍ଟ ଫୋନ୍ କିମ୍ବା ଟିଭି ସେଟ୍ ନାହିଁ ତ ପାଠପଢ଼ା ନାହିଁ !!

କୋରୋନା ମହାମାରୀ ସଂକଟ ସମୟରେ ସ୍ମାର୍ଟ ଫୋନ୍ ଏବଂ ଘରେ ଟିଭି ସେଟର ଅଭାବ ଗରିବ ପିଲାଙ୍କୁ ପାଠପଢାରୁ ବଞ୍ଚିତ କରୁଛି କି!! ଏହି ପ୍ରଶ୍ନ ଆଜି ଅନେକଙ୍କ ମନରେ ଆସୁଛି। କୋରୋନା ମହାମାରୀ କାରଣରୁ ସୃଷ୍ଟି ହୋଇଛି ଅନେକ ସଂକଟ। ଏହାମଧ୍ୟରୁ ଗୋଟିଏ ହେଲା ନିଯୁକ୍ତି ଓ ରୋଜଗାର ହରାଇବା ଏବଂ ଜୀବିକା କ୍ଷେତ୍ରରେ ନାନା ବାଧା ସୃଷ୍ଟି, ଅନ୍ୟଟି ହେଲା ଅଭିଭାବକମାନେ ସେମାନଙ୍କ ପିଲାଙ୍କ ପାଠପଢା ନେଇ ସମ୍ମୁଖୀନ ହୋଇଥିବା ସମସ୍ୟା ସହିତ ସଂଘର୍ଷ!! ଏ ସମସ୍ୟା କେବଳ ଗରିବଙ୍କ ପାଇଁ ନୁହେଁ, ଏପରିକି ମଧ୍ୟବିତ୍ତ ଶ୍ରେଣୀର ଅଭିଭାବକମାନେ ମଧ୍ୟ ସମାନ ସମସ୍ୟାର ସମ୍ମୁଖୀନ ହୋଇ ଆସୁଛନ୍ତି। ଏସବୁ ପରିବାର ଲାଗି ପିଲାଙ୍କ ଅନଲାଇନ୍ ପାଠପଢ଼ା ପାଇଁ ସ୍ମାର୍ଟ ଫୋନ୍ କିମ୍ବା ଟାବ୍ କିଣିବା, ଘରେ ଟିଭି ସେଟ୍ ରଖିବା ଏବଂ ଇଣ୍ଟରନେଟ ସଂଯୋଗ ନେବା କାଠିକର ପାଠ ହୋଇପଡ଼ିଛି। ସରକାର ଟେଲିଭିଜନ ମାଧ୍ୟମରେ ପିଲାଙ୍କୁ ପାଠ ପଢାଉଥିବା ବେଳେ ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ହୋମ୍ ୱାର୍କ ଏବଂ ସେମାନଙ୍କର ସନ୍ଦେହ ମୋଚନ ପାଇଁ ଫୋନ୍ଉ ପରେ ନିର୍ଭର କରିବାକୁ ପଡୁଛି।

ଏପରି ସ୍ଥିତିରେ ଅଭିଭାବକ ମାନଙ୍କୁ ସେମାନଙ୍କ ପିଲାଙ୍କ ପାଇଁ ସ୍କାର୍ଟ ଫୋନ୍ କିଣିବାକୁ ପଡୁଥିବା ବେଳେ ଅନ୍ୟମାନଙ୍କ ଟିଭି ସେଟ୍ ବି କିଣିବାକୁ ପଡୁଛି। ଆବଶ୍ୟକତା ପଡ଼ୁ ବା ନପଡୁ ପିଲାଙ୍କ ପାଇଁ ଫୋନ୍ କିଣିବାକୁ ଅଭିଭାବକମାନେ ଚାପରେ ରହୁଛନ୍ତି। ଏଥିସହିତ ଇଣ୍ଟରନେଟ ସିଗନାଲ ଏବଂ ଡାଟା ସ୍ପିଡ୍ ପାଇବା ପାଇଁ ସଂଘର୍ଷ ଭିତରେ ଗଛ ଉପରକୁ ଚଢିବା ଏବଂ ଉଚ୍ଚ ସ୍ଥାନକୁ ଯିବା ଘଟଣା କାହାରିକୁ ଅଛପା ନାହିଁ। “ଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ହ୍ବାଟସ ଆପ୍ ଗ୍ରୁପମାନ ଗଠନ କରାଯାଇଛି। ଏଥିରେ ଆମେ ହୋମ ୱାର୍କ, ସମସ୍ତ ସୂଚନା ଦେବା ସହିତ ଏବଂ ବିଭିନ୍ନ ପରାମର୍ଶ ପଠାଉଛୁ। ଛାତ୍ରଛାତ୍ରୀ ସେମାନଙ୍କ ହୋମ୍ ୱାର୍କ କରି ସାରିବା ପରେ ଏହାର ଉତ୍ତର ଖାତାରର ଫଟୋ ଉଠାଇ ଆମକୁ ପଠାଇବାକୁ ପିଲାଙ୍କୁ କୁହାଯାଉଛି। ସପ୍ତମରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଏହା ଏବେ ନିୟମିତ ଅଭ୍ୟାସ ପାଲଟିଗଲାଣି। ଏହା ହିଁ ମୁଖ୍ୟ କାରଣ ଯେଉଁଥିପାଇଁ ଅଭିଭାବକମାନଙ୍କୁ ସେମାନଙ୍କ ପିଲାଙ୍କ ପାଇଁ ସ୍ମାର୍ଟ ଫୋନ୍ କିଣିବାକୁ

ପଡୁଛି”, ଅନେକ ଶିକ୍ଷକ ସେମାନଙ୍କ ଅଭିଜ୍ଞତା ଜଣାଇ ‘ଇନାଡୁ’କୁ ଏପରି କହିଛନ୍ତି। ସେମାନେ ଏହା ବି କହିଛନ୍ତି ଯେ, ଯେଉଁମାନେ ଟିଭି ସେଟ୍/ଫୋନ କିଣିବାକୁ ଅସମର୍ଥ ସେମାନଙ୍କ ପିଲାମାନେ ପାଠପଢ଼ାରୁ ବଞ୍ଚିତ ହେଉଛନ୍ତି। ଶିକ୍ଷକ ସଂଘର ନେତାମାନେ ବି ସ୍ବୀକାର କରିଛନ୍ତି ଯେ, କୋରୋନା ମହାମାରୀ ଯୋଗୁଁ ଅନେକ ଲୋକ ସେମାନଙ୍କର ଚାକିରୀ ହରାଇଥିବା ବେଳେ ଟିଭି ସେଟ୍ କିମ୍ବା ସ୍ମାର୍ଟ ଫୋନ୍ କିଣିବା ଗରିବ, ମଧ୍ୟବିତ୍ତ ଏବଂ ନିମ୍ନ ମଧ୍ୟବିତ୍ତ ଶ୍ରେଣୀର ପରିବାର ପାଇଁ ଏକ ଭାରୀ ବୋଝ ହୋଇପଡ଼ିଛି। ଆଜିକାର ପରିସ୍ଥିତି ‘ବୋଝ ଉପରେ ନଳିତା ବିଡ଼ା’ ପରି ମନେ ହେଉଛି।

ଆସନ୍ତୁ ଜାଣିବା କିଛି ସ୍କୁଲରେ କ’ଣ ରହିଛି ସ୍ଥିତି ...

* ଆଦିଲାବାଦ ଜିଲ୍ଲା ଉତନୁରୁ ଜିଲ୍ଲା ପରିଷଦ ହାଇସ୍କୁଲରେ ଦଶମ ଶ୍ରେଣୀ ‘ଏ’ ସେକ୍ସନରେ 32 ଜଣ ଛାତ୍ର ରହିଛନ୍ତି ଏବଂ ସେମାନଙ୍କ ମଧ୍ୟରୁ 17 ଜଣଙ୍କର ସ୍କାର୍ଟ ଫୋନ୍ ରହିଛି। ଏମାନଙ୍କ ମଧ୍ୟରୁ କେବଳ ମାତ୍ର 10 ଜଣ ଏମାସ ପ୍ରଥମ ସପ୍ତାହରେ ସ୍ମାର୍ଟଫୋନ୍ କିଣିବାକୁ ସମର୍ଥ ହୋଇଛନ୍ତି।

* ଆସିଫାବାଦ ଜୋନ୍ କୋମାରାମ ଭୀମ୍ ଜିଲ୍ଲାର କେରାମେରୀ ମଣ୍ଡଳରେ ଏକ ପ୍ରାଥମିକ ବିଦ୍ୟାଳୟ ରହିଛି ଯେଉଁଠି ତୃତୀୟ, ଚତୁର୍ଥ ଓ ପଞ୍ଚମ ଶ୍ରେଣୀରେ ମୋଟ 204 ଜଣା ଛାତ୍ରଛାତ୍ରୀ ରହିଛନ୍ତି। ଏମାନଙ୍କ ମଧ୍ୟରୁ ପ୍ରାୟ 30 ଏମାସ ପହିଲା ପରେ ନୂଆ ସ୍ମାର୍ଟ ଫୋନ୍ କିଣିଛନ୍ତି। ଯେଉଁମାନେ ଫୋନ୍ କିଣିବାକୁ ଅସମର୍ଥ ସେମାନେ ପଞ୍ଚାୟତ ଅଫିସରେ ଥିବା ଟେଲିଭିଜନ ଜରିଆରେ ପାଠ ପଢୁଛନ୍ତି।

* ମେଡଚାଲ ଜିଲ୍ଲା ଗେଜେଟେଡ ପ୍ରିନ୍ସିପାଲ ଆସୋସିଏସନର ସଭାପତି ମୂରଲୀକ୍ରିଷ୍ଣା ରୋଟାରୀ କ୍ଲବ୍ ପ୍ରତିନିଧିଙ୍କ ସହ ଆଲୋଚନା କରି ଜଣାଇଛନ୍ତି ଯେ, ଏହି ଜିଲ୍ଲାରେ ଅନେକ ବ୍ୟକ୍ତି ଅଛନ୍ତି ଯାହାଙ୍କର ଫୋନ୍ ଥିବା ସତ୍ତ୍ବେ ସେମାନେ ଇଣ୍ଟରନେଟ୍ଡା ଟା ରିଚାର୍ଜ କରି ପାରିନାହାଁନ୍ତି। ଏହା ଜାଣିବା ପରେ କୌକୁର ହାଇସ୍କୁଲର 40 ଜଣ ଛାତ୍ରଛାତ୍ରୀଙ୍କ ଫୋନରେ ତିନି ମାସ ପାଇଁ ରିଚାର୍ଜ କରିବାକୁ ରୋଟାରୀ କ୍ଲବ୍ ସହାୟତାର ହାତ ବଢାଇଛି।

* ଆଦିଲାବାଦ ରୁରାଲ ଜୋନର ଆଙ୍କୋଲି ହାଇସ୍କୁଲର 327 ଛାତ୍ରଛାତ୍ରୀଙ୍କ ମଧ୍ୟରୁ 37 ଜଣଙ୍କର ଘରେ ଟେଲିଭିଜନ ସେଟ୍ ନାହିଁ। କେବଳ 151 ଜଣ ପିଲାଙ୍କର ଫୋନ୍ ରହିଛି।

ସ୍ମାର୍ଟ ଫୋନ୍ ଯୋଗାଇ ଦେବାରେ ଦିନମଜୁରିଆ ଅସମର୍ଥ ଏହି ଚିତ୍ର ଦର୍ଶାଉଛି କି, ଗଙ୍ଗା ଓ ତା’ର ତିନି ପୁଅ ଆଦିଲାବାଦ ଜିଲ୍ଲାରେ ଇନ୍ଦ୍ରାଭେଲି ନିକଟ ଲାଲା ମୁତନୁର ଗାଁରେ ବସବାସ କରୁଛନ୍ତି। ପିଲା ତିନିଜଣ ଚତୁର୍ଥ, ଷଷ୍ଠ ଏବଂ

ଦଶମ ଶ୍ରେଣୀରେ ପାଠ ପଢୁଛନ୍ତି। ସ୍ବାମୀଙ୍କ ମୃତ୍ୟୁରେ ଗଙ୍ଗା ଦିନ ମଜୁରିଆ ଭାବା କାମ କରି ଏକାକୀ ପରିବାରର ବୋଝ ସମ୍ଭାଳି ଆସୁଛନ୍ତି। ଘରେ ଟିଭି ସେଟ୍ ନାହିଁ। ଏପରିକି ସେମାନେ ଏକ ସ୍ମାର୍ଟ ଫୋନ୍ କିଣିବାକୁ ସକ୍ଷମ ନୁହଁନ୍ତି। ବର୍ତ୍ତମାନ ତିନି ଜଣ ଯାକ ପିଲା ଅନଲାଇନ ଏବଂ ଟିଭିରେ ସ୍କୁଲ ପାଠପଢାରୁ ବଞ୍ଚିତ ହୋଇ ରହିଛନ୍ତି। ଗଙ୍ଗାଙ୍କ ବଡ଼ ପୁଅ ଲକ୍ଷ୍ମୀକାନ୍ତ ‘ଇନାଡୁ’ ଆଗରେ କରିଥିବା ଅଭିଯୋଗରେ କହିଛନ୍ତି, “ ପ୍ରଥମେ ପ୍ରଥମେ ମୁଁ ଦୁଇ ତିନି ଦିନ ପାଇଁ ପଡ଼ିଶା ଘରକୁ ଯାଇ ସେମାନଙ୍କ ଟିଭିରେ ପାଠପଢା ଶୁଣିଲି। ତେବେ ସେମାନେ କାମ ପାଇଁ ବାହାରକୁ ଯିବାବେଳେ ସେମାନଙ୍କର ଘର ତାଲା ପକାଇଦେଇଥିଲେ। ଫଳରେ ମୋତେ ସେସବୁ ଦିନରେ ହୋଇଥିବା ପାଠପଢାରୁ ବଞ୍ଚିତ ହେବାକୁ ପଡ଼ିଲା”। ଫୋନ୍ କିଣିବା ପାଇଁ ବାଲି ଖନନ ଶ୍ରମିକ ଭାବେ କାମ କରିବାକୁ ପଡ଼ିଲା ଜଣେ ଛାତ୍ରର ନାଁ ହେଉଛି ଶିରା ଶିବରାମ। କରିମନଗର ଜିଲ୍ଲା ଗଙ୍ଗାଧର ମଣ୍ଡଳରେ ରହୁଥିବା ଉଦୟରାମଙ୍କ ପୁଅ ଏକ ସରକାରୀ ହାଇସ୍କୁଲରେ ଦଶମ ଶ୍ରେଣୀରେ ପଢୁଛନ୍ତି। ତାଙ୍କ ବାପା ଜଣେ ଦିନ ମଜୁରିଆ। ତାଙ୍କ ମାଆ ଅସୁସ୍ଥ ଥିବାରୁ ବାପାଙ୍କ ଉପାର୍ଜନ ପରିବାର ପୋଷଣ ଏବଂ ମାଆଙ୍କ ମେଡିସିନ ଖର୍ଚ୍ଚ ମେଣ୍ଟାଇ ପାରୁନାହିଁ। ଏହି କାରଣରୁ ଶିବରାମ ଏକ ବନ୍ଦରରେ ବାଲି ଖନନ କାର୍ଯ୍ୟ କରି ମାସକୁ 7 ହଜାର 700 ଟଙ୍କା ରୋଜଗାର କରି ସେଥିରେ ଏକ ସ୍ମାର୍ଟ ଫୋନ କିଣିଛନ୍ତି।

ସ୍ମାର୍ଟ ଫୋନ୍ କିଣିବାକୁ ଋଣ

ମୋବାଇଲ ଫୋନରେ ଡିଜିଟାଲ କ୍ଲାସ୍ ଶୁଣୁଥିବା ଏହି ଛାତ୍ର ଜଣଙ୍କର ନାଁ ହେଲା ବୋଡୁ ଅରୁଣ। ମହାବୁବାଦାଦ ଜିଲ୍ଲାର ଗୁଦୁର ଜୋନର ଏହି ଛାତ୍ର ଜଣଙ୍କ ତେଗଲାବେଣୀ ସରକାରୀ ହାଇସ୍କୁଲରେ ଦଶମ ଶ୍ରେଣୀର ଛାତ୍ର। ତାଙ୍କ ବାପା ଜଣେ ମେଷପାଳକ ହୋଇଥିବାରୁ ଆର୍ଥକ ସମ୍ବଳ ନଥିବାରୁ ସେ ଋଣ ନେଇ 8 ହଜାର 500 ଟଙ୍କାରେ ପୁଅ ପାଇଁ ଏକ ସ୍ମାର୍ଟ ଫୋନ୍ କିଣିଛନ୍ତି। 15 ଦିନରେ 70 କୋଟି ଟଙ୍କାର ବୋଝ ତୃତୀୟରୁ ଦଶମ ଶ୍ରେଣୀ ଯାଏଁ ପିଲାଙ୍କ ପାଇଁ ଜୁଲାଇ ପହିଲାରୁ ଡିଜିଟାଲ ପାଠପଢ଼ା ଆରମ୍ଭ ହୋଇଛି । ଶିକ୍ଷା ବିଭାଗର ପରିସଂଖ୍ୟନ ରିପୋର୍ଟ ଅନୁଯାୟୀ ସେହିଦିନଠାରୁ 1 ଲକ୍ଷ 91 ହଜାର 768 ଜଣ ଛାତ୍ରଛାତ୍ରୀ ସ୍ମାର୍ଟ ଫୋନ୍ ଏବଂ ଲାପଟପ୍ ଜରିଆରେ ପାଠପଢ଼ା ଜାରି ରଖିଛନ୍ତି। ଏହି ସଂଖ୍ୟା ନିକଟରେ 27 ହଜାର 517 ବୃଦ୍ଧି ପାଇ 2 ଲକ୍ଷ 19 ହଜାର 285ରେ ପହଞ୍ଚିଛି। ଅନଲାଇନ ପାଠପଢ଼ା ପାଇଁ ଫୋନ୍ ଏବଂ ଅନ୍ୟାନ୍ୟ ଉପକରଣ କିଣିବା ସଂଖ୍ୟା ତଦନୁଯାୟୀ ବଢିଥିବା ଏଥିରୁ ସ୍ବଷ୍ଟ ସୂଚୀତ ହେଉଛି। ଏକ ବେସରକାରୀ ଆକଳନ ଅନୁଯାୟୀ ଗତ 15 ଦିନରେ ସାରା ରାଜ୍ୟରେ ବିଭିନ୍ନ ସରକାରୀ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀ ଅନ୍ୟୁନ 10 ଲକ୍ଷ ସ୍ମାର୍ଟଫୋନ୍ କିଣିଛନ୍ତି। ଯଦି ଗୋଟିଏ ସ୍ମାର୍ଟ ଫୋନର ମୂଲ୍ୟ 7 ହଜାର ଟଙ୍କା ହୁଏ ତେବେ ବଜାରରେ ଏହି 15 ଦିନରେ 70 କୋଟି ଟଙ୍କା ମୂଲ୍ୟର ସ୍ମାର୍ଟ ଫୋନ୍ କିଣାଯାଇଛି !!

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.