ETV Bharat / bharat

କର୍କଟ ରୋଗୀଙ୍କୁ ହସ୍ପିଟାଲ ମନା, ସୋସିଆଲ ମିଡିଆରେ ରୋଗୀଙ୍କ ଆକୁଳ ନିବେଦନ

author img

By

Published : Jun 10, 2020, 7:14 PM IST

କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହେତୁ ମାର୍ଚ୍ଚ 20ରେ କର୍କଟ ରୋଗୀଙ୍କୁ ଡିସଚାର୍ଜ କରାଯାଇଥିଲା । ବର୍ତ୍ତମାନ ଯନ୍ତ୍ରଣା ଅସହ୍ୟ ହେବାରୁ ଅଧିକ ଚିକିତ୍ସା ପାଇଁ ସରକାରଙ୍କୁ ଗୁହାରି କରିଛନ୍ତି ।

Cancer patient
କର୍କଟ ରୋଗୀଙ୍କୁ ହସ୍ପିଟାଲ ମନା, ସୋସିଆଲ ମିଡିଆରେ ରୋଗୀଙ୍କ ଆକୁଳ ନିବେଦନ

ନୂଆଦିଲ୍ଲୀ: କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହେତୁ ମାର୍ଚ୍ଚ 20 ରେ କର୍କଟ ରୋଗୀଙ୍କୁ ଡିସଚାର୍ଜ ଦିଆଯାଇଥିଲା । ଏପରି ଏକ ମାମଲା LNJP ଡାକ୍ତରଖାନାରୁ ଆସିଛି । ଜଣେ 26 ବର୍ଷୀୟା କର୍କଟ ରୋଗୀଙ୍କୁ ଡିସଚାର୍ଜ ଦିଆଯାଇଛି । ସେ ବର୍ତ୍ତମାନ ସରକାରଙ୍କ ସହାୟତା ପାଇଁ ନିବେଦନ କରିଛନ୍ତି।

ସୋସିଆଲ ମିଡିଆରେ ଏହି ରୋଗୀଙ୍କ ଏକ ଭିଡିଓ ଭାଇରାଲ ହେଉଛି । ଭିଡିଓରେ ସେ କହିଛନ୍ତି, ମୁଁ ବହୁ କଷ୍ଟ ଭୋଗୁଛି। ମୁଁ ନିଜେ ଏହି ଯନ୍ତ୍ରଣାକୁ ଦୂର କରିପାରିବି ନାହିଁ, ଏହା ହେଉଛି ସ୍ତନ କର୍କଟ ରୋଗର ତୃତୀୟ ପର୍ଯ୍ୟାୟ। ମୋର ସ୍ବାସ୍ଥ୍ୟରେ କୌଣସି ସୁସ୍ଥତା ନଥାଇ LNJP ଡାକ୍ତରଖାନା ମୋତେ ଡିସଚାର୍ଜ କରିଛି, ମୁଁ ଏହି ଯନ୍ତ୍ରଣା ସହି ପାରିବି ନାହିଁ, ମୁଁ ସରକାରଙ୍କୁ ଅନୁରୋଧ କରୁଛି ମୋତେ ସାହାଯ୍ୟ କର ।

ରୋଗୀଙ୍କ ଭଉଣୀ ମଧ୍ୟ ନିବେଦନ କରିଛନ୍ତି । ସେ କହିଛନ୍ତି, ‘ଆମର ବାପା-ମା ନାହାଁନ୍ତି । ଆମେ ବଞ୍ଚିବା ପାଇଁ ବହୁତ ସଂଘର୍ଷ କରୁଛୁ । ଭଉଣୀ ସ୍ତନ କର୍କଟରେ ପୀଡିତ । ଆମ ପାଖରେ ଦୁଇବେଳା ଖାଇବା ପାଇଁ ବି ଟଙ୍କା ନାହିଁ ’ ।

ପ୍ରକାଶଥାଉକି, ରାଜଧାନୀ ଦିଲ୍ଲୀରେ କୋରୋନା ରୋଗ ସଂଖ୍ୟା ବୃଦ୍ଧି ହେବା କାରଣରୁ ଅନେକ ଡାକ୍ତରଖାନା ଅନ୍ୟ ଗୁରୁତର ରୋଗରେ ପୀଡିତ ରୋଗୀଙ୍କୁ ଚିକିତ୍ସା କରିବାକୁ ମନା କରୁଥିବା ଅଭିଯୋଗ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.