ETV Bharat / bharat

2025 ସୁଦ୍ଧା ଦେଶରେ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା 15.7 ଲକ୍ଷରେ ପହଁଞ୍ଚିବ: ICMR - କ୍ୟାନସର ସମସ୍ୟା

ଭାରତରେ ଚଳିତ ବର୍ଷ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା 13.9 ଲକ୍ଷ ହେବ ବୋଲି ଅନୁମାନ କରାଯାଉଛି। ହେଲେ ଆଗାମୀ 5 ବର୍ଷ ମଧ୍ୟରେ ଏହି ସଂଖ୍ୟା 15.7 ଲକ୍ଷରେ ପହଁଞ୍ଚିବ ବୋଲି ଆଇସିଏମଆର ଦ୍ବାରା ଏକ ରିପୋର୍ଟ ପ୍ରକାଶ ପାଇଛି।

2025 ସୁଦ୍ଧା ଦେଶରେ କ୍ୟାନସର ରୋଗୀଙ୍କ ସଂଖ୍ୟା 15.7 ଲକ୍ଷରେ ପହଁଞ୍ଚିବ: ICMR

author img

By

Published : Aug 19, 2020, 9:17 AM IST

ନୂଆଦିଲ୍ଲୀ: ଭାରତରେ ଚଳିତ ବର୍ଷ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା 13.9 ଲକ୍ଷ ହେବ ବୋଲି ଅନୁମାନ କରାଯାଉଛି। ହେଲେ ଆଗାମୀ 5 ବର୍ଷ ମଧ୍ୟରେ ଏହି ସଂଖ୍ୟା 15.7 ଲକ୍ଷରେ ପହଁଞ୍ଚିବ ବୋଲି ଆଇସିଏମଆର ଏବଂ ବେଙ୍ଗାଲୁରୁ ସ୍ଥିତ ନ୍ୟାସନାଲ ସେଣ୍ଟର ଫର ରୋଗ ଇନଫରମେଟିକ୍ସ ଆଣ୍ଡ ରିସର୍ଚ୍ଚ ଦ୍ବାରା ଏକ ରିପୋର୍ଟ ପ୍ରକାଶ ପାଇଛି।

ଆଇସିଏମଆର ଜାତୀୟ କର୍କଟ ରେଜିଷ୍ଟ୍ରି ପ୍ରୋଗ୍ରାମ ରିପୋର୍ଟ, 2020 ପ୍ରକାଶ କରିଛି। ଯାହା ଆକଳନ କରିଛି ଯେ 2020 ରେ ଦେଶରେ କର୍କଟ ରୋଗୀଙ୍କ ସଂଖ୍ୟା 13.9 ଲକ୍ଷ ହେବ ଏବଂ ବର୍ତ୍ତମାନର ଧାରାକୁ ଆଧାର କରି 2025 ସୁଦ୍ଧା 15.7 ଲକ୍ଷକୁ ବୃଦ୍ଧି ହେବାର ସମ୍ଭାବନା ରହିଛି।

ଏହି ଆକଳନ 28 ଜନସଂଖ୍ୟା ଆଧାରିତ କର୍କଟ ପଞ୍ଜିକରଣରୁ ସଂଗୃହିତ ସୂଚନା ଉପରେ ଆଧାରିତ ଏବଂ ଅତିରିକ୍ତ ଭାବରେ 58 ଡାକ୍ତରଖାନା ଭିତ୍ତିକ କର୍କଟ ପଞ୍ଜିକରଣରୁ ତଥ୍ୟ ସଂଗ୍ରହ କରାଯାଇଛି।

ତମାଖୁ ସମ୍ବନ୍ଧୀୟ କର୍କଟ ରୋଗରେ 27.1 ପ୍ରତିଶତ ହେବାର ସମ୍ଭାବନା ରହିଛି ଯାହାକି 2020 ରେ ମୋଟ କର୍କଟ ଭାରର 3.7 ଲକ୍ଷ ମାମଲା। ସେହିପରି ଫୁସଫୁସ, ପାଟି, ପେଟ ଏବଂ ଏସୋଫ୍ୟାଗସର କର୍କଟ ପୁରୁଷଙ୍କ ମଧ୍ୟରେ ସବୁଠାରୁ ସାଧାରଣ କର୍କଟ ଥିଲା ବୋଲି ଏଥିରେ ଦର୍ଶାଯାଇଛି।

ମହିଳାମାନଙ୍କ ମଧ୍ୟରେ ସ୍ତନ କର୍କଟ 2 ଲକ୍ଷ (14.8 ପ୍ରତିଶତ) ଏବଂ ଗର୍ଭାଶୟ କର୍କଟରେ 0.75 ଲକ୍ଷ (5.4 ପ୍ରତିଶତ) ରହିଥିବା ଅନୁମାନ କରାଯାଉଥିବାବେଳେ ଉଭୟ ପୁରୁଷ ଏବଂ ମହିଳାଙ୍କ ପାଇଁ ପେଟର କର୍କଟ ରୋଗ 2.7 ଲକ୍ଷ ହେବ ବୋଲି ଆକଳନ କରାଯାଇଛି।

କୌଣସି ପ୍ରକାରର ତମାଖୁ ସେବନ ସହ ଜଡିତ କର୍କଟ ରୋଗ ଦେଶର ଉତ୍ତର-ପୂର୍ବ ଅଞ୍ଚଳରେ ସର୍ବାଧିକ ଏବଂ ପୁରୁଷଙ୍କ କ୍ଷେତ୍ରରେ ଅଧିକ ଥିଲା।ମଲ୍ଟିମୋଡାଲିଟି ଚିକିତ୍ସା - ଅସ୍ତ୍ରୋପଚାର, କେମୋଥେରାପି ଏବଂ ବିକିରଣ ଚିକିତ୍ସା ପାଇଁ ବ୍ୟବହୃତ ହୋଇଥିଲାବେଳେ ଗର୍ଭାଶୟର କର୍କଟ ପାଇଁ ମୁଖ୍ୟତଃ ରେଡିଓଥେରାପି ଏବଂ କେମୋଥେରାପି ଦ୍ବାରା ଚିକିତ୍ସା କରାଯାଉଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.