ETV Bharat / bharat

କୁମାରସ୍ବାମୀ ଫେଲ, ପାସ ହେବେ କି ୟେଦୁରପ୍ପା ?

author img

By

Published : Jul 26, 2019, 3:22 PM IST

Updated : Jul 26, 2019, 4:46 PM IST

କର୍ଣ୍ଣାଟକ ରାଜନୀତିରେ ପୁଣି ଏକ ଟ୍ବିଷ୍ଟ । ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ୟେଦୁରପ୍ପା । କିନ୍ତୁ 31 ଜୁଲାଇରେ ତାଙ୍କୁ ଦେବାକୁ ପଡିବ ସଂଖ୍ୟା ଗରିଷ୍ଠତାର ପ୍ରମାଣ ।

ଫାଇଲ ଫଟୋ

ବେଙ୍ଗାଲୁରୁ: ଚତୁର୍ଥ ଥର ପାଇଁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ବିଏସ ୟେଦୁରପ୍ପା । ଆଜି ଶପଥ ଗ୍ରହଣ କରି ଜୁଲାଇ 31 ସୁଦ୍ଧା ଦେବେ ସଂଖ୍ୟାଗରିଷ୍ଠତାର ପ୍ରମାଣ । ଆଜି ସକାଳ 10ଟା ସମୟରେ ସେ ରାଜ୍ୟପାଳ ବାଜୁଭାଇ ବାଲାଙ୍କୁ ସାକ୍ଷାତ କରି ସରକାର ଗଠନର ଦାବି ଉପସ୍ଥାପନା କରିଛନ୍ତି । ତେବେ ଆଜି ସନ୍ଧ୍ୟା 6ଟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ।

ତେବେ ବହୁମତ ସାବ୍ୟସ୍ତ ପାଇଁ ବିଜେପି ପାଖରେ ଏବେ ପର୍ଯ୍ୟାପ୍ତ ବିଧାୟକ ଅଛନ୍ତି । କିନ୍ତୁ ବାଚସ୍ପତି କେ ଆର ରମେଶ କୁମାର ଏବେ ମଧ୍ୟ ବାଜି ଓଲଟାଇ ଦେଇପାରନ୍ତି । କାରଣ 16 ବିଦ୍ରୋହୀ ବିଧାୟକଙ୍କ ମଧ୍ୟରୁ ଗୁରୁବାର 3 ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି ବାଚସ୍ପତି ।

ବର୍ତ୍ତମାନ 13 ବିଧାୟକଙ୍କ ଇସ୍ତଫା ଉପରେ ନିଷ୍ପତ୍ତି ନେବା ବାକି ଅଛି । ଯଦି ବାଚସ୍ପତି ଏହି ବିଧାୟକଙ୍କ ଇସ୍ତଫା ଉପରେ ତତ୍କାଳ ରୂପରେ ନିଷ୍ପତ୍ତି ନିଅନ୍ତି, ତାହେଲେ ବିଧାନସଭାରେ ବିଧାୟକଙ୍କ ସଂଖ୍ୟା 224ରୁ ହ୍ରାସ ପାଇ 205 ହୋଇଯିବ । 105 ବିଧାୟକଙ୍କ ସହ ବିଜେପି ଖୁବ୍‌ ସହଜରେ ସଂଖ୍ୟାଗରିଷ୍ଠତାର ପ୍ରମାଣ କରିଦେବ ।

କିନ୍ତୁ ଯଦି ବାଚସ୍ପତି ଏହି ବିଧାୟକଙ୍କ ଇସ୍ତଫା ଉପରେ ଜୁଲାଇ 31 ସୁଦ୍ଧା ନିଷ୍ପତ୍ତି ନନିଅନ୍ତି ତାହେଲେ ବିଧାନସଭାରେ ବିଧାୟକଙ୍କ ସଂଖ୍ୟା 221 ରହିବ । ସଂଖ୍ୟାଗରିଷ୍ଠତା ପ୍ରମାଣ ପାଇଁ ବିଜେପିକୁ 111ଟି ଭୋଟର ଆବଶ୍ୟକତା ପଡିବ । କିନ୍ତୁ ବିଜେପି ପାଖରେ ଏବେ 106 ବିଧାୟକଙ୍କ ସମର୍ଥନ ରହିଛି । ଏହି ପରିପ୍ରେକ୍ଷୀରେ ବିଜେପି ପାଇଁ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବା କଠିନ ସାବ୍ୟସ୍ତ ହେବ । ଦଳକୁ ପାଖାପାଖି 6 ବିଦ୍ରୋହୀ ବିଧାୟକଙ୍କୁ ନିଜ ଅଧିନକୁ ଆଣିବାକୁ ପଡିବ ।

Intro:Body:

sdfsdf

Conclusion:
Last Updated : Jul 26, 2019, 4:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.