ETV Bharat / bharat

ନାଗରିକତା ବିଲ୍ ଯଦି ପାସ ହେବ, ମୁଁ ମୁସଲିମ ହେବି: ପୂର୍ବ IAS

author img

By

Published : Dec 11, 2019, 4:10 AM IST

Updated : Dec 11, 2019, 6:52 AM IST

ବିବାଦୀୟ ବିଲକୁ ନେଇ ସାଧାରଣ ଜନତା ଠାରୁ ରାଜନେତା ପର୍ଯ୍ୟନ୍ତ ସମସ୍ତେ ବିରୋଧ କରୁଥିବା ଦେଖାଯାଇ ଥିବାବେଳେ ହ୍ୟୁମାନ ରାଇଟ ଆକ୍ଟିଭିଷ୍ଟ ତଥା ପୂର୍ବ ଆଇଏଏସ ଅଫିସର ହର୍ଷ ମନ୍ଦର ମଧ୍ୟ ବିରୋଧ କରିଛନ୍ତି ।

cab bill protest activist harsh mander
ପୂର୍ବ ଆଇଏଏସ ଅଫିସର ହର୍ଷ ମନ୍ଦର

ନୂଆଦିଲ୍ଲୀ: ସୋମବାର ଲୋକସଭାରେ ପାରିତ ହୋଇଛି ବିବାଦୀୟ ନାଗରିକତା ସଂଶୋଧନ ବିଲ(ସିଏବି) । ଏହି ବିବାଦୀୟ ବିଲକୁ ନେଇ ସାଧାରଣ ଜନତା ଠାରୁ ରାଜନେତା ପର୍ଯ୍ୟନ୍ତ ସମସ୍ତେ ବିରୋଧ କରୁଥିବା ଦେଖାଯାଇ ଥିବାବେଳେ ହ୍ୟୁମାନ ରାଇଟ ଆକ୍ଟିଭିଷ୍ଟ ତଥା ପୂର୍ବ ଆଇଏଏସ ଅଫିସର ହର୍ଷ ମନ୍ଦର ମଧ୍ୟ ବିରୋଧ କରିଛନ୍ତି ।

cab bill protest activist harsh mander
ହର୍ଷ ମନ୍ଦରଙ୍କ ଟ୍ବିଟ

ନାଗରିକତା ସଂଶୋଧନ ବିଧେୟକରେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶର ଅଣମୁସଲିମ ଶରଣାର୍ଥୀ ଯେପରିକି ହିନ୍ଦୁ, ଜୈନ, ଇସାଇ, ସିଖ, ବୌଦ୍ଧ ଏବଂ ପାରସୀ ସମୁଦାୟଙ୍କୁ ଭାରତର ନାଗରିକତା ଦେବାକୁ ଏହି ବିଲରେ ପ୍ରାବଧାନ ରହିଛି। ଯେତେବେଳେ କି, ଏହି ବିଧେୟକରୁ ମୁସଲିମ ସମ୍ପ୍ରଦାୟଙ୍କୁ ବାହାର କରାଯାଇଛି । ଯାହାକୁ ନେଇ ବିଲକୁ ବିରୋଧ କରାଯାଉଥିବା ଦେଖିବାକୁ ମିଳୁଛି ।

ହର୍ଷ ମନ୍ଦର ଟ୍ବିଟ କରି କହିଛନ୍ତି ଯେ, "ଯଦି CAB(ନାଗରିକତା ସଂଶୋଧନ ବିଲ) ପାସ ହୁଏ, ତେବେ ଏହା ମୋ ନାଗରିକତ୍ବର ଅବଜ୍ଞା କରିବ। ମୁଁ ଅଧିକାରିକ ରୂପରେ ମୁସଲିମ ହୋଇଯିବି । ଆଉ ଏନଆରସି ପାଇଁ କୌଣସି ତଥ୍ୟ ଦେବାକୁ ମନା କରିଦେବି "। ମୁଁ ଦାବି କରୁଛି, ଯେଭଳି ଡକ୍ୟୁମେଣ୍ଟ ନଥିବା ମୁସଲିମଙ୍କୁ ଭାରତୀୟ ନାଗରିକତ୍ବରେ ସାମିଲ ନକରି ଦଣ୍ଡ ଦିଆଯାଇଛି ମୋତେ ମଧ୍ୟ ସେହି ଦଣ୍ଡ ମିଳୁ ।

ମୁସଲିମ ବନିବା ଏବଂ ଏନଆରସି ପାଇଁ ତଥ୍ୟ ନଦେବା ଅପିଲକୁ ନେଇ ହର୍ଷ ମନ୍ଦରଙ୍କ ଏହି ଟ୍ବିଟ ସୋମିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା । ତାଙ୍କର ଏହି ଟ୍ବିଟକୁ ମାତ୍ର 8 ଘଣ୍ଟାର 4ହଜାରରୁ ଉର୍ଦ୍ଧ୍ୱଥର ରିଟ୍ବିଟ କରାଯାଇ ଥିବାବେଳେ ଅନେକ ବିରୋଧ ମଧ୍ୟ କରିଥିବା ଦେଖାଯାଇଛି ।

ସେ ଏକ ସାକ୍ଷାତକାରରେ କହିଥିଲେ ଯେ, ନାଗରିକତା ସଂଶୋଧନ ବିଧେୟକ ଏବଂ ରାଷ୍ଟ୍ରୀୟ ଏନଆରସି ବିଭାଜନର ସ୍ମୃତି ଏହା ପୁରୁଣା କଷ୍ଟକୁ ପୁଣିଥରେ ଜୀବନ୍ତ କରିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଜେପି କେବଳ ମୁସଲିମଙ୍କ ପାଇଁ ଏନଆରସି ଆଣିଛି । କାହିଁକି ନା ଅନ୍ୟ ଧର୍ମର ଲୋକଙ୍କୁ ସେ CABଦ୍ବାରା ବଞ୍ଚାଇବାକୁ ଚେଷ୍ଟା କରୁଥିବା ହର୍ଷ ମନ୍ଦର ବିଜେପି ଉପରେ ଆରୋପ ଲଗାଇଛନ୍ତି ।

ତେବେ ବିରୋଧିଙ୍କ ବହୁ ବାଦ ବିବାଦ ପରେ ଏହି ବିଲ ସହଜରେ ଲୋକସଭାରେ ଗୃହୀତ ହୋଇଛି । ଏବଂ ବୁଧବାର ଏହାକୁ ଆଇନରେ ପରିଣତ କରିବାକୁ ରାଜ୍ୟସଭାରେ ପାସ କରିବ ବିଜେପି ।

Intro:Body:

BLANK FOR LINK 

Conclusion:
Last Updated : Dec 11, 2019, 6:52 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.