ନୂଆଦିଲ୍ଲୀ: ଗତବର୍ଷ ଜୁଲାଇରେ ଘଟିଥିବା ବୁରାରୀ ଗଣଆତ୍ମହତ୍ୟା ଘଟଣା କାହାରି ମନରୁ ଲିଭିନି । କାରଣ ଗୋଟିଏ ଘରେ ଏକାସାଥୀରେ 11ଜଣଙ୍କ ମୃତଦେହ ମିଳିବା ଛୋଟକଥା ନୁହେଁ । ପୁରା ଦେଶକୁ ଦୋହଲାଇ ଦେଇଥିଲା ଏହି ଘଟଣା । ପୋଷ୍ଟ ମର୍ଟମ ରିପୋର୍ଟରୁ ସମସ୍ତେ ଆତ୍ମହତ୍ୟା କରିଥିବା ସ୍ପଷ୍ଟ ହୋଇଥିଲା ।
ତେବେ ସେହି ଘର ଏବେ କେଉଁ ଅବସ୍ଥାରେ । ଆମେ କହି ରଖୁଛୁ ସେହି ଘରକୁ ଏବେ ଜଣେ ମେଡିସିନ ଷ୍ଟୋର ମାଲିକ ନେଇଛନ୍ତି । ନିଜର ମେଡିସିନ ଷ୍ଟୋର ଖୋଲିବା ସହ ଏହା ମଧ୍ୟ କହିଛନ୍ତି ଯେ, ସେ ଭୂତ ପ୍ରେତ ଭୟରେ ଆଦୌ ବିଶ୍ବାସ ରଖନ୍ତି ନାହିଁ ।
ଅନ୍ୟପଟେ ହିନ୍ଦୁ ଧର୍ମରେ କୌଣସି କାର୍ଯ୍ୟ ଶୁଭାରମ୍ଭ କରିବା ଆଗରୁ ପୂଜା ପାଠ କରାଯାଏ । ତେବେ ନିଜ ମେଡିସିନ ଷ୍ଟୋର ଆରମ୍ଭରୁ କେବଳ ପୂଜା କରିଛନ୍ତି ବୋଲି କହିଛନ୍ତି ମେଡିସିନ ଷ୍ଟୋର ମାଲିକ ।