ETV Bharat / bharat

ମୁମ୍ବାଇ କୋଠା ଭୁଶୁଡିବା ଘଟଣା: ମୃତ୍ୟୁ ସଂଖ୍ଯା 14କୁ ବୃଦ୍ଧି, ଉଦ୍ଧାର କାର୍ଯ୍ୟରେ ସ୍ନାଇପର ଡଗ୍

ମୁମ୍ବାଇ ଡୋଙ୍ଗରୀ ଅଞ୍ଚଳ 4 ମହଲା ବିଶିଷ୍ଟ କୋଠା ଭୁଶୁଡିବା ଘଟଣାରେ ମୃତ୍ୟୁସଂଖ୍ୟା 14କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରେ ରହିଛନ୍ତି 6 ପୁରୁଷ, 5 ମହିଳା ଏବଂ 3 ଶିଶୁ । ଏବେବି 10 ଜଣ ଫସି ରହିଥିବା ଜଣାପଡ଼ିଛି ।

author img

By

Published : Jul 17, 2019, 8:58 AM IST

Updated : Jul 17, 2019, 1:13 PM IST

ଫଟୋ ସୌଜନ୍ୟ: ANI

ମୁମ୍ବାଇ: ମୁମ୍ବାଇ ଡୋଙ୍ଗରୀ ଅଞ୍ଚଳ 4 ମହଲା ବିଶିଷ୍ଟ କୋଠା ଭୁଶୁଡି ଘଟଣା । ମୃତ୍ୟୁସଂଖ୍ୟା 14କୁ ବୃଦ୍ଧି । ସେମାନଙ୍କ ମଧ୍ୟରେ ରହିଛନ୍ତି 6 ପୁରୁଷ, 5 ମହିଳା ଏବଂ 3 ଶିଶୁ । ଏବେବି ଫସି ରହିଛନ୍ତି 10 ।

ଭିଡିଓ ସୌଜନ୍ୟ: ANI

ଉଦ୍ଧାର କାର୍ଯ୍ୟରେ NDRFର 2ଟି ଟିମ ସାମିଲ ହୋଇଥିବା ବେଳ ଏବେ ସ୍ନାଇପର ଡଗଙ୍କୁ ମଧ୍ୟ ସାମିଲ କରାଯାଇଛି ।

ତେବେ ଏହି ଦୁର୍ଘଟଣାରେ ଗତକାଲି(ମଙ୍ଗଳବାର)10 ଜଣ ଲୋକ ପ୍ରାଣ ହରାଇଥିବା ବେଳେ 40ରୁ ଊର୍ଦ୍ଧ୍ୱ ଲୋକ କୋଠାର ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିଲେ। ଏ ପର୍ଯ୍ୟନ୍ତ ମୃତାହତଙ୍କ ପରିଚୟ ମିଳିପାରି ନାହିଁ । ଘଟଣାସ୍ଥଳରେ 5 ରୁ 6 ଦମକଳ ବାହିନୀ, ଏନଡିଆରଏଫ ଟିମ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

ସୂଚନା ମୁତାବକ, ଗତାକଲି(ମଙ୍ଗଳବାର) ପୂର୍ବାହ୍ନ ପ୍ରାୟ 11.40 ସମୟରେ ଏହି ଦୁଃଖଦ ଘଟଣା ଘଟିଥିଲା । ତେବେ ଏହି ବିଲ୍ଡିଂଟି ପ୍ରାୟ 80ରୁ 100 ବର୍ଷ ତଳର ବୋଲି ସୂଚନା ମିଳିଛି । ବିଲ୍ଡିଂଟି ବିପଦସଙ୍କୁଳ ଅବସ୍ଥାରେ ରହିଥିବାରୁ ଲୋକଙ୍କୁ ଏଥିରେ ନ ରହିବାକୁ ପୂର୍ବରୁ ବିଏମସି ଚେତାବନୀ ମଧ୍ୟ ଦେଇଥିଲା । ମାତ୍ର ବିଏମସିର ଚେତାବନୀ ସତ୍ତ୍ବେ କେହି ଶୁଣିନଥିବାରୁ ଏଭଳି ଅଘଟଣ ଘଟିଥିବା କୁହାଯାଉଛି ।

ତେବେ ମୃତକଙ୍କ ପରିବାରଙ୍କ 5 ଲକ୍ଷ ଓ ଆହତଙ୍କୁ 50 ହଜାର ସହାୟତା ଦେବା ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫାର୍ଣ୍ଣାଣ୍ଡିସ ଘୋଷଣା କରିଛନ୍ତି । ଏହାସହ ଆହତଙ୍କ ସମସ୍ତ ଖର୍ଚ୍ଚ ସରକାର ବହନ କରିବେ ବୋଲି ସୂଚନା ଦେଇଛନ୍ତି ସରକାର ।

Intro:Body:Conclusion:
Last Updated : Jul 17, 2019, 1:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.