ETV Bharat / bharat

ପୁଣି ମୁମ୍ବାଇରେ ଭୁଷୁଡ଼ିଲା ବିଲ୍ଡିଂ, 4 ଜଣ ଚାପି ହୋଇରହିଥିବା ସୂଚନା - ମୁମ୍ବାଇର

ମହାଦାରେ ବିଲ୍ଡିଂ ଭୁଶୁଡ଼ିବା ଘଟଣା ଏବେ ବି ସତେଜଥିବା ବେଳେ ମୁମ୍ବାଇର ନାଗପଡାସ୍ଥିତ ଏକ କୋଠା ଆଜି ଭୁଶୁଡି ପଡିଛି। ମୁମ୍ବାଇ ମ୍ୟୁନିସିପାଲିଟି ଏବଂ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଅଧିକ ପଢନ୍ତୁ..

ପୁଣି ମୁମ୍ବାଇରେ ଭୁୂଷୁଡ଼ିଲା ବିଲ୍ଡିଂ, 4 ଜଣ ଚାପି ହୋଇରହିଥିବା ସୂଚନା

author img

By

Published : Aug 27, 2020, 5:07 PM IST

Updated : Aug 27, 2020, 6:01 PM IST

ମୁମ୍ବାଇ: ମାୟାନଗରୀରେ ବିପଜ୍ଜନକ କୋଠା ଭୁଶୁଡ଼ିବା ଘଟଣା କିଛି ନୂଆ ନୁହେଁ । ମହାଦାରେ ବିଲ୍ଡିଂ ଭୁଶୁଡ଼ିବା ଘଟଣା ଏବେ ବି ସତେଜଥିବା ବେଳେ ମୁମ୍ବାଇର ନାଗପଡାସ୍ଥିତ ଏକ କୋଠା ଆଜି ଭୁଶୁଡି ପଡିଛି। ମୁମ୍ବାଇ ମ୍ୟୁନିସିପାଲିଟି ଏବଂ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବାବେଳେ ଭୁଷୁଡ଼ିପଡ଼ିଥିବା ବିଲ୍ଡିଂ ତଳେ ଅନେକ ଲୋକ ଚାପି ହୋଇ ରହିଥିବା ଅନୁମାନ କରାଯାଉଛି ।

ପୁଣି ମୁମ୍ବାଇରେ ଭୁଷୁଡ଼ିଲା ବିଲ୍ଡିଂ, 4 ଜଣ ଚାପି ହୋଇରହିଥିବା ସୂଚନା

ନାଗପଡାସ୍ଥିତ ଶୁକ୍ଲା ରୋଡ ଆୟେଶା ହୋଟେଲ ପଛରେ ଥିବା ସୁଲତାନି-ମିଶ୍ର ବିଲ୍ଡିଂର ଏକ ଅଂଶ ଭୁଶୁଡି ପଡିଛି। ଖବର ପାଇବା ପରେ ଅଗ୍ନିଶମ ବାହିନୀ ଗାଡି, ପୋଲିସ ଏବଂ ମ୍ୟୁନିସିପାଲିଟି କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ବର୍ତ୍ତମାନ ଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଚାଲିଛି ଏବଂ ଆଶଙ୍କା କରାଯାଉଛି ଯେ ତିନି କିମ୍ବା ଚାରି ଜଣ ଲୋକ ଚାପି ହୋଇ ରହିଛନ୍ତି ।

ଗତ କିଛିଦିନ ଭିତରେ ମୁମ୍ବାଇରେ ଏହିପରି ଅନେକ ବିପଜ୍ଜନକ କୋଠା ଭୁଶୁଡି ପଡିଛି। ଏପରି ଘଟଣାରେ ଅନେକ ଲୋକେ ଅକାଳରେ ପ୍ରାଣ ହରାଉଛନ୍ତି । କିନ୍ତୁ ଏଥି ପ୍ରତି ସ୍ଥାନୀୟ ପ୍ରଶାସନ କିମ୍ବା ରାଜ୍ୟ ସରକାରର ନିଘା ନଥିବା ଅଭିଯୋଗ କରିଛନ୍ତି ଲୋକେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 27, 2020, 6:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.