ETV Bharat / bharat

ବଜେଟ-2020: କ୍ଷତିରେ ଦକ୍ଷିଣାଞ୍ଚଳ ରାଜ୍ୟ ସମୂହ

author img

By

Published : Feb 7, 2020, 10:59 PM IST

15ଶ ଅର୍ଥ କମିଶନ ଅବଲମ୍ବନ କରିଥିବା ନୂତନ ମାପଦଣ୍ଡ ଯୋଗୁଁ 20ଟି ରାଜ୍ୟର ଅଂଶ ବାବଦ ପାଣ୍ଠି ବୃଦ୍ଧି ପାଇବ ଏବଂ ଅବଶିଷ୍ଟ 8ଟି କ୍ଷେତ୍ରରେ ପାଣ୍ଠି କାଟ୍‌ କରାଯିବ । ସେହି ଭାଗ୍ୟବାନ 20ଟି ରାଜ୍ୟରେ ରାଜସ୍ବ ବୃଦ୍ଧି 33,000 କୋଟି ଟଙ୍କା ହୋଇଥିବା ବେଳେ ହତଭାଗ୍ୟ 8ଟି ରାଜ୍ୟରେ 18,389 କୋଟି ଟଙ୍କାର ରାଜସ୍ବ ହାନୀ ଘଟିବ ।  ଅଧିକ ଖବର ପଢନ୍ତୁ...

_budget 2020
କ୍ଷତିରେ ଦକ୍ଷିଣାଞ୍ଚଳର ରାଜ୍ୟ ସମୂହ, ସୌଜନ୍ୟ: ବଜେଟ୍‌ 2020

କେନ୍ଦ୍ର ଅର୍ଥ ଓ କମ୍ପାନୀ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଏଥରର ତାଙ୍କ ବଜେଟ୍‌ ଅଭିଭାଷଣରେ କହିଲେ, 15ଶ ଅର୍ଥ କମିଶନଙ୍କ ସୁପାରିସକୁ ସାମଗ୍ରୀକ ଭାବେ ଗ୍ରହଣ କରିନେବାକୁ ସରକାର ସ୍ଥିର କରିଥିଲେ । 2019 ଡିସେମ୍ବର ପ୍ରଥମ ସପ୍ତାହରେ ଏହି ସବୁ ସୁପାରିସର ସାରକଥା ସଂପର୍କରେ କିଛି ସଂକେତ ପ୍ରକାଶ ପାଇଥିଲା । 2011 ଜନଗଣନା ସଂପର୍କରେ ଦକ୍ଷିଣାଞ୍ଚଳର ରାଜ୍ୟଗୁଡ଼ିକ ଯାହା ଆଶଙ୍କା କରୁଥିଲେ ତାହା ବାସ୍ତବରେ ସତ ବୋଲି ପ୍ରମାଣ ହୋଇଥିଲା ।

15ଶ ଅର୍ଥ କମିଶନର ଅଧ୍ୟକ୍ଷ ଏନ୍‌.କେ. ସିଂହ କହିଥିଲେ ଯେ, ପ୍ରଗତିଶୀଳ ରାଜ୍ୟଗୁଡ଼ିକୁ ଅଧିକ ପ୍ରଗତି ଦିଗରେ ଆଗେଇ ନେବା ଏବଂ ଧିମେଇ ଯାଇଥିବା ରାଜ୍ୟଗୁଡ଼ିକୁ ଜାତୀୟ ହାରାହାରି ପର୍ଯ୍ୟନ୍ତ ପହଞ୍ଚାଇବା ସେମାନଙ୍କର ଲକ୍ଷ୍ୟ । କିନ୍ତୁ ନିକଟରେ ଉପସ୍ଥାପିତ ବଜେଟ୍‌ର ପ୍ରସ୍ତାବ ଯୋଗୁଁ ଦକ୍ଷିଣାଞ୍ଚଳର ରାଜ୍ୟଗୁଡ଼ିକୁ କ୍ଷତି ସହିବାକୁ ପଡ଼ିବ ।

ଟିକସ ଅଂଶ ଭାଗ କରିବା କ୍ଷେତ୍ରରେ 15ଶ ଅର୍ଥ କମିଶନ ଅବଲମ୍ବନ କରିଥିବା ନୂତନ ମାପଦଣ୍ଡ ଯୋଗୁଁ 20ଟି ରାଜ୍ୟର ଅଂଶ ବାବଦ ପାଣ୍ଠି ବୃଦ୍ଧି ପାଇବ ଏବଂ ଅବଶିଷ୍ଟ 8ଟି କ୍ଷେତ୍ରରେ ପାଣ୍ଠି କାଟ୍‌ କରାଯିବ । ସେହି ଭାଗ୍ୟବାନ 20ଟି ରାଜ୍ୟରେ ରାଜସ୍ବ ବୃଦ୍ଧି 33,000 କୋଟି ଟଙ୍କା ହୋଇଥିବା ବେଳେ ହତଭାଗ୍ୟ 8ଟି ରାଜ୍ୟରେ 18,389 କୋଟି ଟଙ୍କାର ରାଜସ୍ବ ହାନୀ ଘଟିବ ।

ତାମିଲନାଡୁ ସେହି ଭାଗ୍ୟବାନ 20ଟି ଭିତରେ ରହିଥିବା ବେଳେ ଅବଶିଷ୍ଟ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକ ସମୁଦାୟ 16,640 କୋଟି ଟଙ୍କା ହରାଇବା ଅବସ୍ଥାରେ ଅଛନ୍ତି । ଯଦି ଗୋଟିଏ ଆର୍ଥିକ ବର୍ଷ ଲାଗି ଅଟକଳ କରାଯାଇଥିବା କ୍ଷତିର ପରିମାଣ ଏତେ ବେଶୀ, ତେବେ ପରବର୍ତ୍ତୀ 5 ବର୍ଷରେ କ୍ଷତିର ପରିମାଣ ଅକଳ୍ପନୀୟ । ଅନ୍ୟପକ୍ଷରେ ଏନ୍‌.କେ.ସିଂହଙ୍କ ନେତୃତ୍ବାଧୀନ ଅର୍ଥ କମିଶନ, 14ଶ ଅର୍ଥ କମିଶନଙ୍କ ସୁପାରିସ ମୁତାବକ, ରାଜ୍ୟଗୁଡ଼ିକର ରାଜସ୍ବ ଅଂଶକୁ 42ରୁ 41 ପ୍ରତିଶତକୁ ହ୍ରାସ କରିଛନ୍ତି ।

ଅର୍ଥ କମିଶନ କହିଛନ୍ତି ଯେ, ଜାମ୍ମୁ ଓ କାଶ୍ମୀର ରାଜ୍ୟ ମାନ୍ୟତା ହରାଇ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ ହୋଇଛି ଏବଂ ଏହି କାରଣରୁ ଯେଉଁ ଏକ ପ୍ରତିଶତ ଭାଗ ହ୍ରାସ ପାଇବ ତାହାକୁ ଏହାର ସୁରକ୍ଷା କ୍ଷେତ୍ରରେ ବିନିଯୋଗ କରାଯିବ । ଏବେ ପ୍ରଶ୍ନ ଉଠୁଛି, ରାଜସ୍ବ ହାନୀ ଦେଇ ଗତି କରୁଥିବା ରାଜ୍ୟଗୁଡ଼ିକ ବିକାଶ ସୂଚକାଙ୍କରେ ପଛରେ ପଡ଼ିଲେ କାହାକୁ ଦୋଷ ଦିଆଯିବ ?

2015 ଫେବ୍ରୁଆରୀରେ, ପ୍ରଧାନମନ୍ତ୍ରୀ ମୋଦି ଘୋଷଣା କରିଥିଲେ ଯେ, ସରକାରଙ୍କ ଲକ୍ଷ୍ୟ ହେଉଛି ଗୋଟି ଗୋଟି କରି ରାଜ୍ୟଗୁଡ଼ିକୁ ସ୍ବୟଂସମ୍ପନ୍ନ କରି ଗଢ଼ିବା, ଯାହା ଫଳରେ ସେମାନେ ନିଜ ନିଜର ଜନକଲ୍ୟାଣକାରୀ ଯୋଜନାକୁ କାର୍ଯ୍ୟକାରୀ କରିପାରିବେ । 14ଶ ଅର୍ଥ କମିଶନଙ୍କ ସୁପାରିସ କାର୍ଯ୍ୟକାରୀ କରିବାକୁ ତାଙ୍କ ସରକାର ସ୍ଥିର କରିଥିବା ସଂପର୍କରେ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀମାନଙ୍କୁ ଦେଇଥିବା ଚିଠି 15ଶ ଅର୍ଥ କମିଶନ ଗଠନ ସହିତ ଗୁରୁତ୍ବହୀନ ହୋଇଗଲା ।

1976 ରେ 7ମ ଅର୍ଥ କମିଶନରୁ ଆରମ୍ଭ କରି 14ଶ ଅର୍ଥ କମିଶନ ପର୍ଯ୍ୟନ୍ତ 1971 ଜନଗଣନାର ଜନସଂଖ୍ୟାକୁ ଟିକସ ଭାଗ କରିବାର ଭିତ୍ତି ରୂପେ ଗ୍ରହଣ କରାଯାଇଥିଲା । ଯେତେବେଳେ 14ଶ ଅର୍ଥ କମିଶନ 1971 ଜନଗଣନା ଉପରେ 17.5 ପ୍ରତିଶତ ସଂଖ୍ୟାପନ ଏବଂ 2011 ଜନଗଣନା ଉପରେ 10 ପ୍ରତିଶତ ସଂଖ୍ୟାପନ କଲେ ସେତେବେଳେ କୌଣସି ଆପତ୍ତି ଉଠିନଥିଲା ।

ବର୍ତ୍ତମାନ 2011 ଜନଗଣନା ଉପରେ 15 ପ୍ରତିଶତ, ଆୟ ତାରତମ୍ୟରେ 45 ପ୍ରତିଶତ, ଜନସଂଖ୍ୟା ନିୟନ୍ତ୍ରଣ ପଦକ୍ଷେପରେ 12.5 ପ୍ରତିଶତ ଏବଂ ଟିକସ ସଂଗ୍ରହ ଉଦ୍ୟମରେ 2.5 ପ୍ରତିଶତ ସଂଖ୍ୟାପନ ଅନେକ ରାଜ୍ୟକୁ ବିଫଳତା ପଥକୁ ଟାଣି ନେଉଛି । ବଡ଼ ଧରଣର ରାଜସ୍ବ ସଂକଟର ସମ୍ମୁଖୀନ ହୋଇଥିବା ଆନ୍ଧ୍ର ପ୍ରଦେଶ 1,521 କୋଟି ହରାଇବାକୁ ଯାଉଥିବା ବେଳେ ତେଲଙ୍ଗାନା 2,400 କୋଟି ଟଙ୍କାର କ୍ଷତି ସହିବ । ମନେହୁଏ, ପ୍ରଭାବଶାଳୀ ଢଙ୍ଗରେ ଜନସଂଖ୍ୟା ନିୟନ୍ତ୍ରଣ କାର୍ଯ୍ୟକାରୀ କରିଥିବାରୁ ଅର୍ଥକମିଶନ ରାଜ୍ୟର ଭାଗ କମ୍‌ କରିଦେଇଛନ୍ତି ।

ରାଜ୍ୟଗୁଡ଼ିକର ପ୍ରଦର୍ଶନ ନିର୍ଦ୍ଧାରଣ ପାଇଁ ମାପଦଣ୍ଡ ପ୍ରସ୍ତୁତ କରିବାକୁ ଏବଂ ତଦାନୁସାରେ ଅର୍ଥବରାଦ କରିବାକୁ କେନ୍ଦ୍ର ସରକାର ବିଚାର କରୁଥିବା ବେଳେ ଦକ୍ଷିଣ ଭାରତର ରାଜ୍ୟଗୁଡ଼ିକ ପାଇଁ ଏହି ସୁପାରିସ ଆଗାମୀ 5 ବର୍ଷରେ ସବୁଠାରୁ ଖରାପ ବୋଲି ବିବେଚିତ ହେବ । ଯଦିଓ କେନ୍ଦ୍ର ସରକାର 15ଶ ଅର୍ଥ କମିଶନଙ୍କ ସୁପାରିସ କାର୍ଯ୍ୟକାରୀ କରିବା ଲାଗି ପାଞ୍ଚ ବର୍ଷରେ ମୋଟ 175 ଲକ୍ଷ କୋଟି ଚଙ୍କା ଖର୍ଚ୍ଚ ଆକଳନ କରିଛନ୍ତି, ସାଂପ୍ରତିକ ମାନ୍ଦାବସ୍ଥା ଦେଶର ଅର୍ଥନୀତିକୁ ଦୁର୍ବଳ କରିଛି ।

ରାଜ୍ୟ ଉପରେ ଟିକସ ବସାଇ ଏବଂ କେନ୍ଦ୍ରକୁ ଅଧିକ ରାଜସ୍ବ ପ୍ରଦାନ ବ୍ୟବସ୍ଥା କରି ଏନ୍‌ଡିଏ ଏକ ଏକମୁଖୀ ସରକାର ଗଠନ ଦିଗରେ ବାଟ କଢ଼ାଇ ନେଇଛି । ରାଷ୍ଟ୍ରୀୟ ସୁରକ୍ଷା କ୍ଷେତ୍ରରେ କେନ୍ଦ୍ର ଓ ରାଜ୍ୟ ସରକାର ସମାନ ଭାବେ ଦାୟିତ୍ବ ବହନ କରିବା ପ୍ରସ୍ତାବ ଅନୁସାରେ, କେନ୍ଦ୍ର ସରକାର ରାଷ୍ଟ୍ରୀୟ ସୁରକ୍ଷା ନିଧି ବାବଦ ବ୍ୟୟବରାଦରୁ କିଛି ପରିମାଣ ବାହାର କରି ନେବାକୁ ଏବଂ ବଳକା ଅର୍ଥକୁ ବିଭିନ୍ନ ରାଜ୍ୟର ବିକାଶ କ୍ଷେତ୍ରରେ ବ୍ୟୟ ଲାଗି ବଣ୍ଟନ ପ୍ରକ୍ରିୟା ଆରମ୍ଭ କରିସାରିଛନ୍ତି ।

ଏହା ଯଦି ହୁଏ, ତେବେ ରାଜ୍ୟକୁ କେନ୍ଦ୍ରୀୟ ପାଣ୍ଠି ପ୍ରଦାନ କାଟି ଦିଆଯାଇପାରେ ଏବଂ ଏହା ଫଳରେ ରାଜ୍ୟର ରାଜସ୍ବ ନିମ୍ନମୁଖୀ ହେବ । କୃଷି ଋଣ ଛାଡ଼ ଏବଂ ବିଦ୍ୟୁତ୍‌ ବିଭାଗର ପୁନର୍ଗଠନ ଭଳି ବ୍ୟୟଭାର ତଳେ ରାଜ୍ୟଗୁଡ଼ିକ ସଂଘର୍ଷ କରୁଛନ୍ତି । ଅକ୍‌ଟୋବରରେ ପ୍ରକାଶିତ ଭାରତୀୟ ରିଜର୍ଭ ବ୍ୟାଙ୍କର ରିପୋର୍ଟରୁ ଜଣାଯାଏ ଯେ 2017-19 ଭିତରେ ବିନିଯୋଗ ମୂଲ୍ୟ ହ୍ରାସ ପାଇଛି ।

ସର୍ବଶେଷ ଆର୍ଥିକ ରିପୋର୍ଟରୁ ଜଣାଯାଏ ଯେ, ରାଜ୍ୟର ଋଣ ସଂଗ୍ରହ ବୃଦ୍ଧି ଏବଂ କେନ୍ଦ୍ରରୁ ରାଜ୍ୟକୁ ବଡ଼ ଆକାରର ପାଣ୍ଠି ହସ୍ତାନ୍ତର କାରଣରୁ ଟିକସଯୋଗ୍ୟ ଏବଂ ଅଣ-ଟିକସଯୋଗ୍ୟ ରାଜସ୍ବ ଆଦାୟ ଉପରୁ ରାଜ୍ୟଗୁଡ଼ିକର ଧ୍ୟାନ ହଟିଯାଇଛି । ସାଧାରଣ ଲୋକଙ୍କୁ ସୁହାଇଲା ଭଳି ନୀତି ଗଠନ କରିବା ଲାଗି କେନ୍ଦ୍ର ସରକାର ଅର୍ଥ କମିଶନକୁ କାର୍ଯ୍ୟକ୍ଷମ କରାଇଥିଲେ କିନ୍ତୁ, ପରିଣାମରେ ଏହା ଅର୍ଥ କମିଶନ ଗଠନର ମୂଳ ଭାବନାକୁ କ୍ଷୁର୍ଣ୍ଣ କରୁଛି । ଆର୍ଥିକ ମାନ୍ଦାବସ୍ଥା ତୁଳନାରେ ଏହା ଆହୁରି ବିପଜ୍ଜନକ ।

Intro:Body:

BLANK FOR LIVE 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.