ଲକ୍ଷ୍ନୌ: ବହୁଜନ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ପୂର୍ବତମ ମୁଖ୍ୟମନ୍ତ୍ରୀ ମାୟାବତୀଙ୍କର ଆଜି ଜନ୍ମଦିନ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦଳର ପ୍ରଦେଶ ମୁଖ୍ୟାଳୟରେ କେକ୍ କଟାଯାଇ ମାୟାବତୀଙ୍କର ଜନ୍ମଦିନ ପାଳନ କରାଯାଇଛି । ଦଳର ସମସ୍ତ ସଦସ୍ୟ, କର୍ମୀ ଏଠାରେ ଉପସ୍ଥିତ ଥିଲେ । ଏହି ଅବସରରେ ମାୟାବତୀ ଦଳର ସମସ୍ତ କର୍ମୀଙ୍କ ସହ ସାକ୍ଷାତ କରିବେ ।
ମାୟାବତୀ ଏଥର ବହୁତ ଭାବିଚିନ୍ତି ରାଜନୀତିର ରଣନୀତି ପ୍ରସ୍ତୁତ କରୁଛନ୍ତି । ଜମ୍ମୁ-କାଶ୍ମୀରରେ ଅନୁଚ୍ଛେଦ 370 ହଟାଯିବା ପରେ ସେ କେନ୍ଦ୍ର ସରକାରଙ୍କୁ ସମର୍ଥନ କରିଥିବା ବେଳେ ସିଏଏକୁ ସେ ବିରୋଧ କରିଥିଲେ । ସେପଟେ ଏନଆରସି ଏବଂ ସିଏଏକୁ ବିରୋଧ କରିବାକୁ ଯାଇ କଂଗ୍ରେସ ପକ୍ଷରୁ ଡକାଯାଇଥିବା ବୈଠକରେ ସେ ସାମିଲ ହେବାକୁ ମନା କରିଦେଲେ । ଏସବୁକୁ ଲକ୍ଷ କଲେ ମନେ ହେଉଛି ମାୟାବତୀ ସାମାଜିକ ସନ୍ତୁଳନ ରକ୍ଷା କରୁଛନ୍ତି ।