ETV Bharat / bharat

ଡ୍ରଗ୍ସ ଚୋରାଚାଲାଣ ଅଭିଯୋଗରେ ବିଏସଏଫ ଯବାନ ଗିରଫ

author img

By

Published : Jul 12, 2020, 1:49 PM IST

କୋରୋନା ମୁକାବିଲାରେ କୋରୋନା ଯୋଦ୍ଧାଙ୍କ ମଧ୍ୟରୁ ଭାରତର ଅର୍ଦ୍ଧସାମିରକ ବଳ ସାମିଲ । ଏହି ଅର୍ଦ୍ଧସାମରିକ ବଳର ଜଣେ ବିଏସଏଫ ଯବାନଙ୍କ ବିରୋଧରେ ଏକ ସଙ୍ଗୀନ ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ଡ୍ରଗ୍ସ ଚୋରାଚାଲାଣ ଅଭିଯୋଗରେ ବିଏସଏଫ ଯବାନ ଗିରଫ
ଡ୍ରଗ୍ସ ଚୋରାଚାଲାଣ ଅଭିଯୋଗରେ ବିଏସଏଫ ଯବାନ ଗିରଫ

ନୂଆଦିଲ୍ଲୀ: ଜଣେ ସୀମା ସୁରକ୍ଷା ବଳ(ବିଏସଏଫ)ଙ୍କୁ ଗିରଫ କଲା ପଞ୍ଜାବ ପୋଲିସ । ଡ୍ରଗ୍ସ ଚୋରା ଚାଲଣ କରୁଥିବା ଏକ ସଙ୍ଗୀନ ଅଭିଯୋଗରେ ଗିରଫ କରିଛି ପୋଲିସ । ବିଏସଏଫ ଯବାନ ଜଣକ ଜମ୍ମୁ-କାଶ୍ମୀରର ଭାରତ-ପାକିସ୍ତାନର ଅନ୍ତର୍ଜାତୀୟ ସୀମା ସାମ୍ବା ସେକ୍ଟର ନିୟୋଜିତ ହୋଇଥିଲେ । ବିଏସଏଫ ଯବାନଙ୍କ ଘର ଗୁରୁଦାସପୁର ବୋଲି ଜଣାପଡିଛି ।

ପଞ୍ଜାବ ପୋଲିସ ଯବାନଙ୍କୁ ଗିରଫ କରିବା ପରେ ତାଙ୍କ ଠାରୁ ବହୁ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରିଛି। ଗୋଟିଏ ପିସ୍ତଲ, 80 ରାଉଣ୍ଡର ଗୁଳିଗୁଳା, 2ଟି ମାଗାଜିନ ଓ 1 ରାଉଣ୍ଡର 12 ବୋର ସମେତ 3ଟି ମୋବାଇଲ ଫୋନ ଜବତ ହୋଇଛି ।

ଭାରତର ସୀମା ତଥା ଜମିକୁ ସୁରକ୍ଷା ପ୍ରଦାନ କରିବା ଦିଗରେ ଭାରତର ଅର୍ଦ୍ଧସାମରିକ ବଳରେ ବିଏସଏଫ ଯବାନ ନିୟୋଜିତ ହୋଇଥାନ୍ତି । ଏମାନେ ଗୃହମନ୍ତ୍ରଣାଳୟ ପ୍ରଶାସନିକ ଅଧିନରେ ଆସିଥାନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.