ETV Bharat / bharat

ରଜୌରୀରେ ଗରିବ ପରିବାରକୁ ମାଗଣାରେ ସ୍ବାସ୍ଥ୍ୟ ସେବା ଯୋଗାଇଲା ବିଏସଏଫ - free medical camp

ଜମ୍ମୁ-କାଶ୍ମୀର ରଜୌରି ଜିଲ୍ଲା ଧାଙ୍ଗିରି ବ୍ଳକରେ ସରକାରୀ ସୁବିଧାରୁ ବଞ୍ଚିତ ପରିବାରଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଯୋଗାଇ ଦେଇଛନ୍ତି ବିଏସଏଫ ଯବାନ । ଅଧିକ ପଢନ୍ତୁ...

ମାଗଣା ସ୍ବାସ୍ଥ୍ୟ ସେବା ଶିବିର ଯୋଗାଇଲେ ବିଏସଏଫ

author img

By

Published : Jan 17, 2021, 1:56 PM IST

ଶ୍ରୀନଗର: ବିଏସଏଫ ଯବାନଙ୍କ ଦ୍ବାରା ସ୍ବାସ୍ଥ୍ୟ ଶିବିର ଆୟୋଜିତ । ଜମ୍ମୁ-କାଶ୍ମୀର ରଜୌରି ଜିଲ୍ଲା ଧାଙ୍ଗିରି ବ୍ଳକରେ ସରକାରୀ ସୁବିଧାରୁ ବଞ୍ଚିତ ଥିବା ପରିବାରଙ୍କୁ ମାଗଣାରେ ସ୍ବାସ୍ଥ୍ୟ ସେବା ଯୋଗାଇ ଦେଇଛନ୍ତି ବିଏସଏଫ ଯବାନ ।

ଦେଶର ଯବାନ କେବଳ ଦେଶର ସୁରକ୍ଷାରେ ଜଡିତ ନୁହନ୍ତି । ଦେଶରେ ଥିବା ଗରିବ ପରିବାର ଯେଉଁମାନେ କିପରି ମାଗଣାରେ ସବୁ ସୁବିଧା ପାଇ ପାରିବେ ସେ ନେଇ ମଧ୍ୟ କେତେକ କାର୍ଯ୍ୟ କରିଥାନ୍ତି ଯାହା ବେଶ ପ୍ରଶଂସନୀୟ । ପ୍ରଶାସନ ଓ ବିଏସଏଫ ଯବାନଙ୍କ ସହୟତାରେ ବହୁ ଗରିବ ପରିବାର ମାଗଣାରେ ଚିକିତ୍ସା ପାଇପାରୁଛନ୍ତି । ଏହି ମାଗଣା ଚିକିତ୍ସା ଶିବିରରେ ରାଜୋରି ବିଏସଏଫ ଓ ଜିଏମସିର ଛଅଜଣ ଡାକ୍ତର ନିୟୋଜିତ ଅଛନ୍ତି ।

ଜିଲ୍ଲାର କୋଣ ଅନୁକୋଣର ଲୋକଙ୍କୁ ମାଗଣା ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାକୁ ବାଟାଲିୟନ ପକ୍ଷରୁ ଶିବିରର ଆୟୋଜନ କରାଯାଉଛି । ଜିଲ୍ଲାରେ ଆବଶ୍ୟକ କରୁଥିବା ଲୋକମାନଙ୍କୁ ସେବା ଯୋଗାଇ ଦେବାରେ ଏହା ଆମର 16ତମ ସ୍ବାସ୍ଥ୍ୟ ଶିବିର ବୋଲି କହିଛନ୍ତି ଡିଆଇଜି ।

ଚିକିତ୍ସାରୁ ସୁସ୍ଥ ହୋଇ ନିଜର ଖୁସିକୁ ବାଣ୍ଟିବାକୁ ଯାଇ ମହମ୍ମଦ ସାଦିକ ନାମକ ଜଣେ ବ୍ୟକ୍ତି କହିଛନ୍ତି ଜାମ୍ମୁର କେତେକ ଅଞ୍ଚଳରେ ବିଏସଏଫ ଯବାନ ସଦା ସର୍ବଦା ଆବଶ୍ୟକ କରୁଥିବା ଲୋକଙ୍କୁ ସହାଯ୍ୟ କରିଥାନ୍ତି । ଏହା ସହିତ ଲୋକମାନଙ୍କୁ ମାଗଣା ସ୍ବାସ୍ଥ୍ୟ ଶିବିର,ପରୀକ୍ଷା ଓ ଔଷଧ ଯୋଗାଇ ଦେଇଥାନ୍ତି ବୋଲି କହିଛନ୍ତି । ଯବାନଙ୍କ ଏହି ପଦକ୍ଷେପ ଅତ୍ୟନ୍ତ ପ୍ରଶଂସନୀୟ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.