ETV Bharat / bharat

ଭାରତୀୟ ପରିବାରର ବିଏସଏଫ ଯବାନ ପୁଅ ବିଦେଶୀ - ବିଦେଶୀ ଟ୍ରିବ୍ୟୁନାଲ

ବିଏସଏଫର ଜଣେ ସହାୟକ ଉପ-ନିରିକ୍ଷକଙ୍କୁ ବିଦେଶୀ ଘୋଷିତ କରାଯାଇଛି । ଆସାମ ଜୋରହାଟର ମୁଜିବୁର ରେହମାନ ବିଦେଶୀ ଟ୍ରିବ୍ୟୁନାଲ ଦ୍ବାରା ବିଦେଶୀ ଘୋଷିତ ହୋଇଛନ୍ତି ।

ଫାଇଲ ଫଟୋ
author img

By

Published : Aug 23, 2019, 7:51 PM IST

ଗୌହାଟି: ଆସାମର ସୀମା ସୁରକ୍ଷା ବଳ(ବିଏସଏଫ)ର ଜଣେ ସହାୟକ ଉପ-ନିରିକ୍ଷକଙ୍କୁ ବିଦେଶୀ ଘୋଷିତ କରାଯାଇଛି । ଆସାମ ଜୋରହାଟର ମୁଜିବୁର ରେହମାନ ବିଦେଶୀ ଟ୍ରିବ୍ୟୁନାଲ ଦ୍ବାରା ବିଦେଶୀ ଘୋଷିତ ହୋଇଛନ୍ତି । ତେବେ ମିଜିବୁର ରେହମାନଙ୍କ ସହ ତାଙ୍କ ପତ୍ନୀଙ୍କୁ ମଧ୍ୟ ବିଦେଶୀ ଘୋଷିତ କରାଯାଇଛି । କିନ୍ତୁ ତାଙ୍କ ମା ବାପା ଏବଂ ଭାଇ-ଭଉଣୀ ଭାରତୀୟ ତାଲିକାରେ ସ୍ଥାନ ପାଇଛନ୍ତି ।

ପଞ୍ଜାବ ସୀମାରେ ନିୟୋଜିତ ଥିବା 35 ବର୍ଷିୟ ରେହମାନ ଛୁଟିରେ ଘରକୁ ଆସିଥିବା ବେଳେ ଏନେଇ ସେ ଜାଣିବାକୁ ପାଇଥିଲେ । ଏନେଇ ତାଙ୍କୁ ଟ୍ରିବ୍ୟୁନାଲ ପକ୍ଷରୁ କୌଣସି ନୋଟିସ ମଧ୍ୟ ଦିଆଯାଇନଥିଲା । ଭାରତୀୟ ରାଷ୍ଟ୍ରୀୟ ନାଗରିକତା ସୂଚିରେ ତାଙ୍କ ନାଁ ନଥିବାରୁ ଟ୍ରିବ୍ୟୁନାଲ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣା ପଡିଛି । ତେବେ ତାଙ୍କ ପରିବାର ପକ୍ଷରୁ 1923 ପରର ସମସ୍ତ କାଗଜପତ୍ର ଦାଖଲ କରାଯାଇଥିବା ଜଣା ପଡିଛି । ବାସ୍ତବରେ ଭାରତୀୟ ହୋଇସୁଦ୍ଧା ତାଙ୍କୁ ଏଭଳି ସମସ୍ୟାର ସାମ୍ନା କରିବାକୁ ପଡୁଥିବାରୁ ଦୁଃଖ ପ୍ରକାଶ କରିଛନ୍ତି ରେହମାନ ।

ଏହା ପୂର୍ବରୁ ମଧ୍ୟ କାରଗିଲ ଯୁଦ୍ଧର ହିରୋ ତଥା ପୂର୍ବତନ ସେନା ଅଧିକାରୀ ମହମ୍ମଦ ସନାଉଲ୍ଲାହଙ୍କୁ ବିଦେଶୀ ଘୋଷଣା କରାଯାଇଥିଲା । ଏହାପରେ ତାଙ୍କୁ ହେପାଜତକୁ ନିଆଯାଇଥିଲା । ପରେ ଗୌହାଟି ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ ।

ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ଆସାମର ବିଭିନ୍ନ ଜିଲ୍ଲାରେ 100 ରୁ ଉର୍ଦ୍ଧ ବିଦେଶୀ ଟ୍ରିବ୍ୟୁଲାନ କାର୍ଯ୍ୟ କରୁଛନ୍ତି । ଏହି ଟ୍ରିବ୍ୟୁନାଲ ପାଖାପାଖି 1 ଲକ୍ଷ 17 ହଜାର ଲୋକଙ୍କୁ ବିଦେଶୀ ଘୋଷିତ କରିଛନ୍ତି ।

Intro:Body:

PRABHU

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.