ETV Bharat / bharat

ଲକଡାଉନରେ ବଢିଛି ବିସ୍କୁଟର ଚାହିଦା, ମାଲାମାଲ୍ ବ୍ରିଟାନିଆ କମ୍ପାନୀ - ଲକଡାଉନରେ ବଢିଛି ବିସ୍କୁଟର ଚାହିଦା

ଗତ ଆର୍ଥିକ ବର୍ଷର ପ୍ରଥମ ତ୍ରମାସିକ ତୁଳନାରେ ଚଳିତ ଆର୍ଥିକବର୍ଷର ପ୍ରଥମ ତ୍ରୈମାସିକରେ ବ୍ରିଟାନିଆ କମ୍ପାନୀକୁ 2ଗୁଣାରୁ ମଧ୍ୟ ଅଧିକ ପ୍ରଫିଟ ହୋଇଛି ।

britannia-q1-profit
ମାଲେମାଲ୍ ବ୍ରିଟାନିଆ କମ୍ପାନୀ
author img

By

Published : Jul 19, 2020, 5:25 PM IST

ନୂଆଦିଲ୍ଲୀ: ଦେଶରେ ଲାଗି ରହିଥିବା କୋରୋନା ସଙ୍କଟ ଏବଂ ଲକଡାଉନ ଯୋଗୁଁ ଲୋକଙ୍କ ଚାହିଦା ପୂରଣ କରିବାକୁ ଯାଇ ଅନେକ ବିସ୍କୁଟ କମ୍ପାନୀ ଲାଭବାନ ହୋଇଛନ୍ତି । ଗତ ଆର୍ଥିକ ବର୍ଷର ପ୍ରଥମ ତ୍ରମାସିକ ତୁଳନାରେ ଚଳିତ ଆର୍ଥିକବର୍ଷର ପ୍ରଥମ ତ୍ରୈମାସିକରେ ବ୍ରିଟାନିଆ କମ୍ପାନୀକୁ 2ଗୁଣାରୁ ମଧ୍ୟ ଅଧିକ ପ୍ରଫିଟ ହୋଇଛି ।

ତେବେ ଦେଶରେ 24 ମାର୍ଚ୍ଚର ମଧ୍ୟରାତ୍ରୀରୁ ଭାରତରେ ଲକଡାଉନ ଘୋଷଣା କରାଯାଇଥିଲା । ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ରାତିରାତି ସବୁ ବସ୍, ଟ୍ରେନ ଚଳାଚଳ, ଯାତାୟନ ବ୍ୟବସ୍ଥା ଠପ୍ ହୋଇଗଲା । ଏହିସମୟରେ ଅନେକ ପ୍ରବାସୀ ଚାଲି ଚାଲି ନିଜ ରାଜ୍ୟକୁ ଫେରୁଥିବା ,ସମୟରେ ଏମାନଙ୍କ ଭୋକର ସାଥି ପାଲଟିଥିଲା ଏହି ବିସ୍କୁଟ । ତେବେ ଏହି ସମୟରେ ଅନେକ ଲୋକ ବିସ୍କୁଟ କିଣିଥିବାବେଳେ ଅନେକ କିଣି ଅନ୍ୟକୁ ସାହାୟତା ରୂପେ ମଧ୍ୟ ବଣ୍ଟନ କରିଥିଲେ ।

ବିଭିନ୍ନ ପ୍ରକାର ବିସ୍କୁଟ ସମେତ ସବୁ ପ୍ରକାର ଫୁଡ ପ୍ରଡକ୍ଟ ତିଆରି କରୁଥିବା ବ୍ରିଟାନିଆ କମ୍ପାନୀ ଚଳିତବର୍ଷ ଜୁନ 30 ସୁଦ୍ଧା ଆର୍ଥିକ ବର୍ଷର ଦ୍ବିତୀୟ କ୍ବାଟରରେ 542.68 କୋଟି ଟଙ୍କା ଲାଭ କରିଛି । ଯାହା ବର୍ଷର ପ୍ରଥମ କ୍ବାଟର ତୁଳନାରେ 2ଗୁଣା ଅଧିକ । ଗତବର୍ଷ 2019-20 ଆର୍ଥିକ ବର୍ଷର ପ୍ରଥମ 6ମାସରେ କମ୍ପାନୀ 248.64 କୋଟି ଲାଭ କରିଥିଲା । ତେବେ ବ୍ରିଟାନିଆ ସମେତ ପାରଲେ-ଜି କମ୍ପାନୀ ମଧ୍ୟ ଲକଡାଉନ ଯୋଗୁଁ ଢେର ଲାଭ କରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.