ETV Bharat / bharat

ଭାରତରେ ଜଳବାୟୁ ପରିବର୍ତ୍ତନ, ମହାମାରୀ ମୁକାବିଲା: 3 ମିଲିଅନ ପାଉଣ୍ଡ ପାଣ୍ଠି ଘୋଷଣା କଲା ବ୍ରିଟେନ - 3 ମିଲିଅନ ପାଉଣ୍ଡ ପାଣ୍ଠି ଘୋଷଣା କଲା ବ୍ରିଟେନ

ଦୁଇବର୍ଷ ପୂର୍ବେ ଗଠିତ ବ୍ରିଟେନ୍-ଭାରତ ବୈଷୟିକ ସହଭାଗିତା ଢାଞ୍ଚାରେ ବ୍ରିଟେନ ସୋମବାର ଦିନ 3 ମିଲିଅନ ପାଉଣ୍ଡର ଇନୋଭେସନ ଚ୍ୟାଲେଞ୍ଜ ଫଣ୍ଡ ଘୋଷଣା କରିଛି। ଏବେ ଚାଲିଥିବା କୋଭିଡ-19 ମହାମାରୀ ଏବଂ ଜଳବାୟୁ ପରିବର୍ତ୍ତନ ଯୋଗୁଁ ସୃଷ୍ଟି ହୋଇଥିବା ଚ୍ୟାଲେଞ୍ଜର ମୁକାବିଲା ପାଇଁ ଏ ଦିଗରେ ଗବେଷଣା କରୁଥିବା ବୈଜ୍ଞାନିକଙ୍କୁ ଏବଂ ସଂସ୍ଥାଗୁଡ଼ିକୁ ସହାୟତା ପ୍ରଦାନ ଏହାର ଲକ୍ଷ୍ୟ ରହିଛି। ବ୍ରିଟିଶ ହାଇ କମିଶନଙ୍କ ପକ୍ଷରୁ ଏଠାରେ ପ୍ରକାଶିତ ଏକ ବିବୃତ୍ତିରେ ଏହା କୁହାଯାଇଛି । ଅଧିକ ପଢନ୍ତୁ...

ଭାରତରେ ଜଳବାୟୁ ପରିବର୍ତ୍ତନ, ମହାମାରୀ ମୁକାବିଲା: 3 ମିଲିଅନ ପାଉଣ୍ଡ ପାଣ୍ଠି ଘୋଷଣା କଲା ବ୍ରିଟେନ

author img

By

Published : Aug 17, 2020, 10:35 PM IST

ନୂଆଦିଲ୍ଲୀ: ଦୁଇବର୍ଷ ପୂର୍ବେ ଗଠିତ ବ୍ରିଟେନ୍-ଭାରତ ବୈଷୟିକ ସହଭାଗିତା ଢାଞ୍ଚାରେ ବ୍ରିଟେନ ସୋମବାର ଦିନ 3 ମିଲିଅନ ପାଉଣ୍ଡର ଇନୋଭେସନ ଚ୍ୟାଲେଞ୍ଜ ଫଣ୍ଡ ଘୋଷଣା କରିଛି। ଏବେ ଚାଲିଥିବା କୋଭିଡ-19 ମହାମାରୀ ଏବଂ ଜଳବାୟୁ ପରିବର୍ତ୍ତନ ଯୋଗୁଁ ସୃଷ୍ଟି ହୋଇଥିବା ଚ୍ୟାଲେଞ୍ଜର ମୁକାବିଲା ପାଇଁ ଏ ଦିଗରେ ଗବେଷଣା କରୁଥିବା ବୈଜ୍ଞାନିକଙ୍କୁ ଏବଂ ସଂସ୍ଥାଗୁଡ଼ିକୁ ସହାୟତା ପ୍ରଦାନ ଏହାର ଲକ୍ଷ୍ୟ ରହିଛି। ବ୍ରିଟିଶ ହାଇ କମିଶନଙ୍କ ପକ୍ଷରୁ ଏଠାରେ ପ୍ରକାଶିତ ଏକ ବିବୃତ୍ତିରେ ଏହା କୁହାଯାଇଛି।

କୋଭିଡ-19 ମୁକାବିଲା ପାଇଁ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ପ୍ରସ୍ତାବ ଦାଖଲ କରିବା ପାଇଁ ମହାରାଷ୍ଟ୍ରରେ ଫ୍ୟୁଚର ମୋବିଲିଟି କ୍ଲଷ୍ଟର ଏବଂ କର୍ଣ୍ଣାଟକରେ ଆର୍ଟିଫିସିଆଲ ଇଣ୍ଟେଲିଜେନସୀ(ଏଆଇ)-ଡାଟା କ୍ଲଷ୍ଟର ସହିତ ସମ୍ପୃକ୍ତ ବୈଷୟିକ ଉଦ୍ଭାବନକାରୀଙ୍କୁ ଏବଂ ସବୁଜ ବିଶ୍ବ ବିକାଶ ଦିଗରେ କାମ କରୁଥିବା ବୈଜ୍ଞାନିକମାନଙ୍କୁ ମଧ୍ୟ ନବଗଠିତ ଫଣ୍ଡ ପକ୍ଷରୁ ଆବେଦନ କରିବାକୁ କୁହାଯାଇଛି। “250 ହଜାର ପାଉଣ୍ଡ ଯାଏଁ ଅନ୍ୟୁନ 12ଟି ଗ୍ରାଣ୍ଟ ପ୍ରଦାନ କରିବାକୁ ଆଶା ରଖାଯାଇଛି,” ବୋଲି ହାଇକମିଶନ ଏହି ବିବୃତ୍ତିରେ କହିଛନ୍ତି।

“ଆବେଦନକାରୀଙ୍କୁ ଏକ ଶିକ୍ଷା-ଉଦ୍ୟୋଗ ସଂସ୍ଥା ଭାବେ, ଯେଉଁଥିରେ ଜଣେ ଅନ୍ତର୍ଜାତୀୟ ସଦସ୍ୟ ରହିଥିଲେ ଭଲ ହେବ, ଆବେଦନପତ୍ର ଦାଖଲ କରିବାକୁ ପଡ଼ିବ,”ବୋଲି ଏଥିରେ କୁହାଯାଉଛି।

କେଉଁ ବିଷୟରେ କାମ କରିବେ ତାହା ଦର୍ଶାଇ ଦୁଇ ପୃଷ୍ଠାର ଏକ ରିପୋର୍ଟ ସହ ଅଗଷ୍ଟ 31 ସୁଦ୍ଧା ଆବେଦନ କରିବାକୁ ପଡିବ। “ଗବେଷଣା ଏବଂ ଉଦ୍ଭାବନ କ୍ଷେତ୍ରରେ ବ୍ରିଟେନ ଓ ଭାରତର ଇତିହାସ ଅତି ସୁଦୃଢ,”ବୋଲି ଭାରତରେ ଅବସ୍ଥାପିତ ବ୍ରିଟିଶ ହାଇ କମିଶନର ଫିଲିପ୍ ବାର୍ଟୋନ ବିବୃତ୍ତିରେ କହିଛନ୍ତି।

“ଉଭୟ କୋଭିଡ-19 ଏବଂ ଜଳବାୟୁ ପରିବର୍ତ୍ତନ ସାରା ବିଶ୍ବ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଭାବେ ଦେଖାଦେଇଛି। ଲୋକଙ୍କ ଜୀବନ ବଞ୍ଚାଇବା ଏବଂ ଏକ ଉଜ୍ଜଳ ଭବିଷ୍ୟତ ଗଠନ ପାଇଁ ଉଦ୍ଭାବନ ଓ ଗବେଷଣା କାର୍ଯ୍ୟକୁ ତ୍ବରାନ୍ବିତ କରିବା ସକାଶେ ଶିକ୍ଷାବିତ, ଉଦ୍ୟୋଗପତି ଏବଂ ସରକାରଙ୍କ ଆବଶ୍ୟକତା ଏବେ ପୂର୍ବାପେକ୍ଷା ଅନେକାଂଶରେ ବଢିଯାଇଛି।”

ବ୍ରିଟିଶ ହାଇକମିଶନରେ ବ୍ରିଟେନ-ଭାରତ ବୈଷୟିକ ସହଭାଗିତାର ମୁଖ୍ୟ କୋରୋନା ମ୍ୟାକଲୁକି କହିଛନ୍ତି, ଯେଉଁମାନେ ଭୂତାଣୁ ବିରୁଦ୍ଧ ଲଢେଇରେ କାମ କରିପାରିବେ କିମ୍ବା ବିଶ୍ବ ପାଇଁ ସବୁଠାରୁ ବଡ଼ ବିପଦ ଜଳବାୟୁ ପରିବର୍ତ୍ତନର ମୁକାବିଲା ଦିଗରେ କାମ କରିପାରିବେ ସେଭଳି ପ୍ରତିଭାମାନଙ୍କୁ ଖୋଜି ବାହାର କରିବା ହେଉଛି ଏହି ଫଣ୍ଡ ଗଠନର ଲକ୍ଷ୍ୟ।

“ଭାରତ ସହ ମିଶି କାମ କରିବାକୁ ଆମେ ଗର୍ବିତ, ଦୁଇ ବିଶ୍ବ ଶକ୍ତି ଭାବେ ନୂଆ ନୂଆ ଜ୍ଞାନକୌଶଳର ବିକାଶ ଦିଗରେ କାମ କଲେ ଏହା ସମସ୍ତଙ୍କ ପାଇଁ କଲ୍ୟାଣ ହେବ” ବୋଲି ସେ କହିଛନ୍ତି।

ପୂର୍ବରୁ ଏପ୍ରିଲ 2018ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲଣ୍ଡନ ଗସ୍ତ ବେଳେ ଭାରତ ପ୍ରଧାନମନ୍ତ୍ରୀ ଏବଂ ତାଙ୍କର ପ୍ରତିପକ୍ଷ ଥେରେସା ମେ’ଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ପରେ ବ୍ରିଟେନ-ଭାରତ ବୈଷୟିକ ସହଭାଗିତା ଗଠନ ଘୋଷଣା କରାଯାଇଥିଲା।

କାରିଗରୀ କୌଶଳ ଏବଂ ବାଣିଜ୍ୟ, ପୁଞ୍ଜିନିବେଶ ଏବଂ ଆର୍ଥିକ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଯୋଗ ବୃଦ୍ଧି ଥିଲା ମୋଦିଙ୍କ ଗସ୍ତର ମୂଳ ଉଦ୍ଦେଶ୍ୟ। ଭାରତର ଆଇଟି କମ୍ପାନି ଏବଂ ଆଉଟସୋର୍ସିଂ(ବିପିଓ) ଶିଳ୍ପସଂସ୍ଥାକୁ ଥିବା ସଂଘ ନାସକମ୍ ଏବଂ ଟେକ୍ ୟୁକେ ମଧ୍ୟରେ ୟୁକେ-ଇଣ୍ଡିଆ ଟେକ୍ ଆଲିଆନସ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଥିଲା। ୟୁକେ-ଇଣ୍ଡିଆ ଟେକ୍ ହବ୍ସ ସ୍ଥାପନ, ୟୁକେ-ଇଣ୍ଡିଆ ଟେକ୍ କ୍ଲଷ୍ଟର ପାର୍ଟନରସିପର ବିକାଶ, ଭାରତରେ ଏକ ଅତ୍ୟାଧୁନିକ ନିର୍ମାଣ କେନ୍ଦ୍ର ଏବଂ ଭାରତର ବହୁ ଆକାଂକ୍ଷିତ ଜିଲ୍ଲା ସ୍ବାସ୍ଥ୍ୟ ପ୍ରୋଗ୍ରାମରେ ଆର୍ଟିଫିସିଆଲ ଇଣ୍ଟେଲିଜେନସ ଏବଂ ଡିଜିଟାଲ ହେଲଥକେୟାରର ପ୍ରୟୋଗ ଆଦି ଅନେକ ଦିଗରେ ଆଲୋଚନା ହୋଇଥିଲା।

ୟୁକେ-ଇଣ୍ଡିଆ ଟେକ୍ ପାର୍ଟନରସିପ ଗଠନ ପଛର ଉଦ୍ଦେଶ୍ୟ ରହିଛି - ବ୍ୟବସାୟ, ନୂଆ ନୂଆ କ୍ଷେତ୍ରରେ ପୁଞ୍ଜି ନିବେଶ, ବିଶ୍ବବିଦ୍ୟାଳୟ ଏବଂ ବ୍ରିଟେନ ଓ ଭାରତୀୟ ଉଦ୍ୟୋଗପତି ଏବଂ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପସଂସ୍ଥାଗୁଡ଼ିକ ପାଇଁ ବଜାର ସୃଷ୍ଟି କରୁଥିବା କ୍ଷେତ୍ର ଚିହ୍ନଟ କରି ଦୁଇ ଦେଶ ମଧ୍ୟରେ ମିଳିତ ଉଦ୍ୟମ କରିବା। ବ୍ରିଟେନ 2022 ସୁଦ୍ଧା 14 ମିଲିଅନ୍ ପାଉଣ୍ଡ ନିବେଶ କରିବାର କ୍ଷମତା ରଖିଛି। ପ୍ରାରମ୍ଭରେ, କମ୍ ଗ୍ୟାସ ନିର୍ଗତ ହେଉଥିବା ଏବଂ ସ୍ବୟଂଚାଳିତ ଯାନବାହନ, ବ୍ୟାଟେରୀ ଷ୍ଟୋରେଜ ଏବଂ ହାଲୁକା ବାହନ ସମେତ ଯାନବାହନର ଭବିଷ୍ୟତକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରର ପୁଣେ ସହ ବ୍ରିଟେନକୁ ଯୋଡ଼ିବା ପ୍ରଥମ ପ୍ରକଳ୍ପ ଭାବେ କାର୍ଯ୍ୟ କରିବ। ଏଥିସହିତ ଆର୍ଟିଫିସିଆଲ ଇଣ୍ଟେଲିଜେନସୀ(ଏଆଇ) ଏବଂ ଭର୍ଚୁଆଲ ରିଆଲିଟିକୁ ବଢାଇବା ଦିଗରେ ବେଙ୍ଗାଲୁରୁକୁ ଯୋଡ଼ାଯିବ । ନୂଆ କରି ଗଠନ ହୋଇଥିବା ଇନୋଭେସନ ଚ୍ୟାଲେଞ୍ଜ ଫଣ୍ଡ ସଂକ୍ରାନ୍ତରେ ବ୍ରିଟେନର ଅନ୍ତର୍ଜାତୀୟ ବାଣିଜ୍ୟ କାରବାର ବିଭାଗ ପକ୍ଷରୁ ପ୍ରକାଶିତ ବିସ୍ତୃତ ତଥ୍ୟ ଅନୁଯାୟୀ କୋଭିଡ-19ର ମୁକାବିଲା ଏବଂ ଜଳବାୟୁ ପରିବର୍ତ୍ତନ କିମ୍ବା ପରିବେଶ ସୁରକ୍ଷା ସମ୍ପର୍କରେ ପ୍ରାରମ୍ଭିକ ପର୍ଯ୍ୟାଯରେ କଣ କରିବାକୁ ହେବ ତାହା ଜଣାଇବାକୁ ପ୍ରସ୍ତାବ ମଗାଯାଇଛି । ଏ ଦିଗରେ ରହିଥିବା ଚ୍ୟାଲେଞ୍ଜ ଏରିଆ ଗୁଡ଼ିକ ହେଲା: ସୁରକ୍ଷା ଏବଂ ସୁବିଧା(ସ୍ବାସ୍ଥ୍ୟକର, ସାନିଟାଇଜେସନ, ମିଳିମିଶି ଯାଉଥିବା ଏବଂ ପବ୍ଲିକ ଟ୍ରାନସପୋର୍ଟରେ ସାମାଜିକ ଦୂରତ୍ବ ରକ୍ଷା, ବିନା କଣ୍ଟାକ୍ଟରେ ପ୍ରସବ ଆଦି), ବୈଷୟିକ କ୍ଷେତ୍ରରେ ବିଶେଷ ଅଗ୍ରଗତି (ନୂଆ ଶକ୍ତି, ଅତ୍ୟାବଶ୍ୟକ ଓ ମେଡିକାଲ ସାମଗ୍ରୀ ଯୋଗାଣ ପାଇ ତାପମାତ୍ର ନିୟନ୍ତ୍ରିତ ବାହନ), ଯୋଗାଯୋଗ(ଫାଷ୍ଟ ମାଇଲ/ଲାଷ୍ଟ ମାଇଲ ହେଲଥକେୟାର ଡେଲିଭରି ସର୍ଭିସେସ୍, ଲଜିଷ୍ଟିକ ଏବଂ ସର୍ଭିସେସ ଡେଲିଭରି ପାଇଁ ମାଇକ୍ରୋ ମୋବିଲିଟି), ଏନର୍ଜି ଟ୍ରାଞ୍ଜିସନ(ଇଣ୍ଟରନାଲ କମ୍ବଷ୍ଟନ ଇଂଜିନ କିମ୍ବା ICE ଇଲେକ୍ଟ୍ରିଫିକେସନ, ହାଇଡ୍ରୋଜେନ ଫୁଏଲ ସେଲ୍, ଏନର୍ଜି ଏଫିସିଏନ୍ସି) ଏବଂ ସ୍ମାର୍ଟ ମୋବିଲିଟି (ଇଣ୍ଟେଲିଜେଣ୍ଟ ଟ୍ରାନସପୋର୍ଟ ସିଷ୍ଟମସ, ଟ୍ରିପ ରିପରପୋସିଙ୍ଗ ଟେକ୍, ଡିମାଣ୍ଡ-ସପ୍ଲାଇ ମ୍ୟାଚିଂ)।

ଉପରୋକ୍ତ ଶ୍ରେଣୀଭୁକ୍ତ ହୋଇ ନଥିବା ଯଦି କୌଣସି ପ୍ରସ୍ତାବ ଥାଏ, ଯାହାକି ଜଳବାୟୁ ପରିବର୍ତ୍ତନ ଏବଂ ପରିବେଶର ସୁରକ୍ଷା ସମ୍ପର୍କିତ କିମ୍ବା କୋଭିଡ-19 ନିୟନ୍ତ୍ରଣ ଦିଗରେ ଜଡିତ ଥିବ, ସେପରି ବିଷୟକୁ ଫ୍ୟୁଚର ମୋବିଲିଟି ଦୃଷ୍ଟିରୁ ବ୍ରିଟେନର ଅନ୍ତର୍ଜାତୀୟ ବାଣିଜ୍ୟ ବିଭାଗ ମଧ୍ୟ ବିଚାର କରିବ ବୋଲି କନସେପ୍ଟ ନୋଟରେ ଦର୍ଶାଯାଇଛି।

ଅରୁଣିମା ଭୂୟାଁ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.