ହାଇଦ୍ରାବାଦ: କର୍କଟ ଚିକିତ୍ସା ପାଇଁ ପ୍ରତିଦିନ ନୂଆ ପଦ୍ଧତିର ଆବିଷ୍କାର କରାଯାଉଛି । କର୍କଟକୁ ସମୂଳେ ନାଶ କରିବା ପାଇଁ ଅନେକ ବୈଜ୍ଞାନିକ ପ୍ରଚେଷ୍ଟାରେ । ଆଣ୍ଟିବାୟୋଟିକ, ପ୍ରୋଟିନ ଆଦିକୁ ଅଧିକ କାର୍ଯ୍ୟକ୍ଷମ ପରିବାହକରେ ପରିବର୍ତ୍ତନ କରି ଟ୍ୟୁମର କୋଷକୁ ନଷ୍ଟ କରିବା ପାଇଁ ବୈଜ୍ଞାନିକ ନୂଆ ପଦ୍ଧତିର ଆବିଷ୍କାର କରିଛନ୍ତି ।
କର୍କଟ ନିରାକରଣ ପାଇଁ ସାଧାରଣତଃ କେମୋଥେରାପିର ବ୍ୟବହାର କରାଯାଇଥାଏ । ଏହା କର୍କଟ କୋଷ ଗୁଡିକୁ ବିଭାଜିତ କରି ନଷ୍ଟ କରିଥାଏ । କେମୋଥେରାପି କାରଣରୁ ଅନେକ ଭଲ କୋଷ ଗୁଡିକ ମଧ୍ୟ ନଷ୍ଟ ହୋଇଯାଇଥାଏ । ପାର୍ଶ୍ବ ପ୍ରତିକ୍ରିୟାର ଆଶଙ୍କା ଏଠି ଅନେକ ।
ଆଣ୍ଟିବଡିକୁ ଔଷଧ ସହ ମିଶାଇ ଦିଆଯାଇଥାଏ, ପରେ ଏହା ଶରୀରର କର୍କଟ ପ୍ରଭାବିତ ସ୍ଥାନରେ ପହଞ୍ଚି କର୍କଟ କୋଷକୁ ଅନ୍ୟ କୋଷଠାରୁ ଅଲଗା କରିଥାଏ । ଏଭଳି ପ୍ରାୟ ପାଞ୍ଚୋଟି ଆକ୍ଟିଭ ଏଜେଣ୍ଟ(ADCs) ବଜାରରେ ଉପଲବ୍ଧ । ADCs କର୍କଟ ସ୍ଥାନକୁ ଯିବା ପାଇଁ ହେଲେ ପ୍ରଥମେ ରକ୍ତରେ ପ୍ରବାହିତ ହୋଇଥାଏ । ଫଳରେ ଏହା ଶରୀରର ଅନ୍ୟଭାଗକୁ ମଧ୍ୟ ଯାଇଥାଏ । ଯେତେବେଳେ ଏହା ଶରୀରର ଅନ୍ୟ ଭାଗରେ ପ୍ରଭାହିତ ହୁଏ, ସେତେବେଳେ ଏହା ଅନ୍ୟଭାଗକୁ ବିଶାକ୍ତ କରିଦେଇଥାଏ । ଯଦି ADCsକୁ ଔଷଧ ସହ ମିଶାଇ ଦିଆଯାଏ ତେବେ ଏହା ଶରୀରକୁ କ୍ଷତି ପହଞ୍ଚାଇନଥାଏ ।
ଅନସାଚୁରେଟେଡ(କାର୍ବନ-କାର୍ବନ ମଧ୍ୟରେ ଡବଲ୍ କିମ୍ବା ଟ୍ରିପଲ୍ ବଣ୍ଡ୍ ରହିଥାଏ) ଫସଫରସର ଗୁଣବତ୍ତାର ଲାଭ ଉଠାଇଛନ୍ତି ବୈଜ୍ଞାନିକ । ଅନସାଚୁରେଟେଡ୍ ଫସଫରସ ଏକ ପ୍ରକାର ଫ୍ୟାଟି ଏସିଡ୍ । ମୁଖ୍ୟତଃ ଡାଏଟ୍ ସମୟରେ ଏହି ପ୍ରକାର ଅନସାଚୁରେଟେଡ୍ ଫ୍ୟାଟର ଗୁରୁତ୍ବ ଅନେକ ।ଏହାକୁ ଫୋସଫୋନାମିଡେଟ୍ସ (phosphonamidates) କୁହାଯାଇଥାଏ । ଏହାକୁ କର୍କଟ ନିରାକରଣ ପରିବାହକ ଭାବରେ ବ୍ୟବାହାର କରାଯାଉଛି । ସିଷ୍ଟେଇନି-ପ୍ରାକୃତିକ ଆମିନୋ ଏସିଡ୍, ଯାହା ପ୍ରୋଟିନ ଓ ଆଣ୍ଟିବଡିରେ ଦେଖିବାକୁ ମିଳେ । ଏହା ଏକ ପ୍ରକାର ଅନସାଚୁରେଟେଡ୍ ।
ଆଗରୁ ଯେଉଁ ଆଣ୍ଟିବାୟୋଟିକ୍ ଓ ଔଷଧ ଦିଆଯାଉଥିଲା ବର୍ତ୍ତମାନ ମଧ୍ୟ ସେହି ଆଣ୍ଟିବାୟୋଟିକ ଦିଆଯିବ ମାତ୍ର ସେଥିରେ ଫୋସଫୋନାମିଡେଟ୍ସ (phosphonamidates) ବ୍ୟବହାର କରାଯିବ । ଏହା ରକ୍ତରେ କୌଣସି ବିଶାକ୍ତ ପଦାର୍ଥକୁ ଛାଡିବାରେ ଅସମର୍ଥ ହେବ । ଫଳରେ କର୍କଟର ମାରାତ୍ମକ ପ୍ରଭାବ ଅନ୍ୟ କୋଷ ଗୁଡିକୁ ବ୍ୟାପିବାରେ ରୋକିପାରିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ