ETV Bharat / bharat

ଘରୁ ନକରାତ୍ମକ ଶକ୍ତି ଦୂର କରିଥାଏ ପୂର୍ବ ଓ ଉତ୍ତର ଦିଗ - ନକରାତ୍ମକ ଶକ୍ତି ଦୂର କରିଥାଏ ପୂର୍ବ ଓ ଉତ୍ତର ଦିଗ

ବାସ୍ତୁଶାସ୍ତ୍ରରେ ଘର ଭିତରେ ଶଙ୍ଖ, ଘଣ୍ଟି, ତାଳି, ଓଁ ଉଚ୍ଚାରଣର ଅଧିକ ପ୍ରଭାବ ରହିଥାଏ ବୋଲି କୁହାଯାଇଛି । ଏହାସହ ସବୁବେଳେ ଘରର ବିଭିନ୍ନ କୋଣରେ ସୁଗନ୍ଧିତ ଧୂପ ବା ଅନ୍ୟ ଜିନିଷର ପ୍ରୟୋଗ କରନ୍ତୁ । ଅଧିକ ପଢନ୍ତୁ...

ଘରୁ ନକରାତ୍ମକ ଶକ୍ତି ଦୂର କରିଥାଏ ପୂର୍ବ ଓ ଉତ୍ତର ଦିଗ

author img

By

Published : Jun 3, 2020, 5:24 PM IST

ହାଇଦ୍ରାବାଦ: ଘରେ ସବୁବେଳେ ସକରାତ୍ମକ ଶକ୍ତି ବା ଉର୍ଜା ବଜାୟ ରଖିବା ଆବଶ୍ୟକ । ଘରେ ହସଖୁସି ଭରି ରହିବା ପାଇଁ ପଜିଟିଭ ବାତାବରଣର ଜରୁରୀ ଅଛି । ଆପଣ ଯେତେ ଖୁସି ରହିବାକୁ ଚେଷ୍ଟା କଲେ ମଧ୍ୟ ଘରେ ବାସ୍ତୁ ଦୋଷ ଥିଲେ ସୁଖ ଶାନ୍ତି ସବୁବେଳେ ରହିପାରେ ନାହିଁ । କୌଣସି ଉପାୟରେ ଘରେ ଅଶାନ୍ତି ଲାଗି ରହିଥାଏ । ବର୍ତ୍ତମାନ ଲକଡାଉନରେ ସମସ୍ତେ ଘରେ ଥିବାବେଳେ ସବୁବେଳେ ହସଖୁସି ବଜାୟ ରହିବା ଜରୁରୀ । ଆଉ ସେଥିପାଇଁ ଆମେ ଆପଣଙ୍କୁ କିଛି ବାସ୍ତୁ ଟିପ୍ସ ବତାଇବୁ ଯାହା ଘରୁ ନକରାତ୍ମକ ଶକ୍ତି ଦୂର କରିବାରେ ସହାୟକ ହେବ ।

ଘର ତିଆରି କଲାବେଳେ ଏହାର ମୁଖ୍ୟ ଦ୍ବାରକୁ ଧ୍ୟାନରେ ରଖିବାକୁ ସବୁବେଳେ ବାସ୍ତୁବିତ୍ ପରାମର୍ଶ ଦେଇଥାନ୍ତି । କାରଣ ଏହା ଉପରେ ଘରର ବାସ୍ତୁ ଦୋଷ ନିର୍ଭର କରିଥାଏ । ସବୁବେଳେ ପ୍ରବେଶ ଦ୍ବାର ପୂର୍ବ କିମ୍ବା ଉତ୍ତର ଦିଗକୁ ହେବା ଜରୁରୀ । ଯଦି ଏହା ଅନ୍ୟ ଦିଗକୁ ଅଛି ତେବେ ଘର ଦ୍ବାରରେ ଓଁ, ଶ୍ରୀଗଣେଶ କିମ୍ବା ସ୍ବସ୍ତିକ ଭଳି ଶୁଭ ସଙ୍କେତ ଲେଖିଦିଅନ୍ତୁ । ସନାତନ ଧର୍ମ ଅନୁସାରେ ଘର ଅଗଣାରେ ତୁଳସୀ ଗଛ ଲଗାଇବାର ପରମ୍ପରା ରହିଛି । ଶୁଦ୍ଧ ଓ ସକରାତ୍ମକ ବାତାବରଣ ପାଇଁ ତୁଳସୀ ଗଛ ସହାୟକ ହୋଇଥାଏ । ଦୁଃଖ କଷ୍ଟ ଦୂର ହେବା ପାଇଁ ଘରର ଉତ୍ତର କିମ୍ବା ପୂର୍ବ ଦିଗରେ ତୁଳସୀ ଗଛ ଲଗାନ୍ତୁ । ସବୁଦିନ ସକାଳେ ଏଥିରେ ଜଳ ଅର୍ପଣ କରନ୍ତୁ ।

ସେହିପରି ଘରର କବାଟ ଓ ଝରକା ସବୁବେଳେ ଭିତର ପଟକୁ ତିଆରି କରନ୍ତୁ । ଏହା ସର୍ବଦା ଭିତରକୁ ହିଁ ଖୋଲନ୍ତୁ । ଘର ଭିତରେ ବେକାର ଜିନିଷ ଅବା ଭଙ୍ଗାରୁଜା କବାଡିବାଲା ସାମଗ୍ରୀ ରଖନ୍ତୁ ନାହିଁ । ଏହା ଘରେ ନକରାତ୍ମକ ଶକ୍ତି ଆଣିଥାଏ । ସେହିପରି କୌଣସି ଜିନିଷ ଏଣେତେଣେ ଫିଙ୍ଗନ୍ତୁ ନାହିଁ । ଘରେ ଯଦି କୌଣସି ଟ୍ରେଜରୀ ରଖିଛନ୍ତି ତେବେ ଏହାର ମୁହଁ ଉତ୍ତର କିମ୍ବା ପୂର୍ବ ଦିଗକୁ କରନ୍ତୁ । ଆପଣଙ୍କ ଘରେ ସବୁବେଳେ ମାଆ ଲକ୍ଷ୍ମୀଙ୍କର କୃପା ବଜାୟ ରହିବ ।

ନକରାତ୍ମକ ଶକ୍ତି ଦୂର କରିବାକୁ ସବୁବେଳେ ତାଳି ବଜାନ୍ତୁ । ଘରର ବିଭିନ୍ନ କୋଣରେ ତାଳି ବଜାନ୍ତୁ । ଏହାଦ୍ବାରା ସକରାତ୍ମକ ଉର୍ଜା ସୃଷ୍ଟି ହୋଇଥାଏ । ବାସ୍ତୁଶାସ୍ତ୍ରରେ ଘର ଭିତରେ ଶଙ୍ଖ, ଘଣ୍ଟି, ତାଳି, ଓଁ ଉଚ୍ଚାରଣର ଅଧିକ ପ୍ରଭାବ ରହିଥାଏ ବୋଲି କୁହାଯାଇଛି । ଏହାସହ ସବୁବେଳେ ଘରର ବିଭିନ୍ନ କୋଣରେ ସୁଗନ୍ଧିତ ଧୂପ ବା ଅନ୍ୟ ଜିନିଷର ପ୍ରୟୋଗ କରନ୍ତୁ । ଘର ଭିତର ବାତାବରଣ ସୁସ୍ଥ ଓ ସୁଗନ୍ଧିତ ରହିଲେ ମନ ସବୁବେଳେ ପ୍ରଫୁଲ୍ଲ ଓ ହସଖୁସିରେ ଭରି ରହିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.