ETV Bharat / bharat

ସାହାସ ପାଇଁ ଅଜଗର ମୁହଁରୁ ବଞ୍ଚିଗଲା ସଂକଳ୍ପ

ଉପସ୍ଥିତ ବୁଦ୍ଧି ଯୋଗୁ ବିଶା଼ଳକାୟ ଅଜଗର ମୁହଁରୁ ରକ୍ଷା ପାଇଲା ପଞ୍ଚମ ଶ୍ରେଣୀର ଛାତ୍ର । ସାହାସିକତା ପାଇଁ ଚାରିଆଡେ ଚର୍ଚ୍ଚା । ପଢନ୍ତୁ ଅଧିକ........

author img

By

Published : Oct 10, 2020, 5:17 PM IST

ଯୋଗୁ ଅଜଗର ମୁହଁରୁ ବର୍ତ୍ତିଲା ପଞ୍ଚମ ଶ୍ରେଣୀର ଛାତ୍ର

ବେଙ୍ଗାଲୁରୁ: ନିଜର ସାହାସ ଓ ଉପସ୍ଥିତ ବୁଦ୍ଧି ଯୋଗୁ ଏକ ବିଶାଳ ଅଜଗର ମୁହଁରୁ ରକ୍ଷା ପାଇ ପାରିଛି ଜଣେ 10 ବର୍ଷୀୟ ନାବାଳକ । ନାବାଳକର ନାଁ ସଙ୍କଳ୍ପ ଜି ପାଇ ଓ ସେ ଜଣେ ପଞ୍ଚମ ଶ୍ରେଣୀର ଛାତ୍ର ବୋଲି ଜଣା ପଡିଛି । ତେବେ ନାବାଳକ ସାମାନ୍ୟ ଆହତ ହେଇଥିବା ବେଳେ ଆସନ୍ନ ମୃତ୍ୟୁକୁ ଟାଳିବାରେ ସଫଳ ହୋଇଛି । ଏମିତି କିଛି ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକର ମାଙ୍ଗାଲୋର ସହର ଉପକଣ୍ଠରେ ।

ମାଙ୍ଗାଲୋର ସହରର ସଙ୍କଳ୍ପ ନିକଟରେ ଥିବା ମନ୍ଦିରକୁ ଚାଲି ଚାଲି ଯାଉଥିବା ବେଳେ ରାସ୍ତା କଡରେ ପଡିଥିବା ଏକ ପାଇପ ମଧ୍ୟରେ ଲୁଚିଥିବା ଏକ ବିଶାଳକାୟ ଅଜଗର ତାକୁ ଆକ୍ରମଣ କରିଥିଲା । ସାପଟି ତାର ଡାହାଣ ଗୋଡକୁ କାମୁଡି ଧରିବା ସହ ଶରୀରରେ ଗୁଡାଇ ହେବା ପାଇଁ ଉଦ୍ୟମ କରିଥିଲା । କିନ୍ତୁ ଏଥିରେ ସେ ଭୟଭୀତ ନହୋଇ ସାପର ମୁଣ୍ତକୁ ଏକ ଶକ୍ତ ଗୋଇଠା ମାରିବା ଫଳରେ ସାପଟି ତାକୁ ଛାଡି ଦେଇ ପଳାଇଥିଲା ।

ପରେ ଆଖପାଖ ଲୋକଙ୍କୁ ମଧ୍ୟ ସାପ ସମ୍ପର୍କରେ ସତର୍କ କରାଇଥିଲା ସଂକଳ୍ପ । ଘଟଣା ପ୍ରଘଟ ହେବା ପରେ ଜଣେ ସ୍ଥାନୀୟ ବାସିନ୍ଦା ସାପ ଉଦ୍ଧାରକାରୀ ଦଳକୁ ଖବର ଦେଇଥିଲେ । ପରେ କିଛି ସମୟ ମଧ୍ୟରେ ସ୍ନେକ ହେଲ୍ପ ଲାଇନର ସଦସ୍ୟ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ପାଇପ ମଧ୍ୟରୁ ଉଦ୍ଧାର କରିବାରେ ସଫଳ ହୋଇଥିଲା । ପରେ ସାପଟିକୁ ପିଲିକାଳୁ ପ୍ରାଣି ଉଦ୍ୟାନକୁ ପଠାଯାଇଥିବା ଜଣା ପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.