କୋଲକାତା: ସୋମବାର ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାର ‘ବିଶ୍ବ ଭାରତୀ କ୍ୟାମ୍ପସ’ରେ ପସ୍ ମେଲା ଗ୍ରାଉଣ୍ଡରେ ଏକ ସୀମା ପ୍ରାଚୀର ନିର୍ମାଣକୁ ବିରୋଧ କରି ବହୁ ସଂଖ୍ୟାରେ ଲୋକେ ବିଶ୍ବବିଦ୍ୟାଳୟର ସମ୍ପତ୍ତି ଭଙ୍ଗାରୁଜା କରିଛନ୍ତି । ପ୍ରକାଶଥାଉକି, ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ପସ୍ ମେଳା ଗ୍ରାଉଣ୍ଡରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ, ଯାହାକୁ ସ୍ଥାନୀୟ ଲୋକେ ବିରୋଧ କରିଥିଲେ ।
ପରେ ଶାନ୍ତିନିକେତନ କ୍ୟାମ୍ପସ ନିକଟରେ ପ୍ରାୟ 4,000 ଲୋକ ଏକତ୍ରିତ ହୋଇଥିଲେ । ଉଗ୍ର ଲୋକମାନେ ବିଶ୍ବବିଦ୍ୟାଳୟର ଫାଟକକୁ ଜେସିବି ଲଗାଇ ଟାଣି ନେଇଥିଲେ । ତେବେ ଘଟଣାସ୍ଥଳରେ ତୃଣମୂଳ କଂଗ୍ରେସ ବିଧାୟକ ଦୁବ୍ରଜପୁର ନରେଶ ବୌରୀ ଉପସ୍ଥିତ ଥିଲେ । କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ(MHRD) ଦ୍ବାରା ନିୟୋଜିତ ଏଜେନ୍ସି ଏହି ମାମଲାର ଯାଞ୍ଚ କରିବା କିମ୍ବା ଅନ୍ୟ କୌଣସି ଏଜେନ୍ସି ଏହାର ଯାଞ୍ଚ କରି ହିଂସାକାରୀଙ୍କ ଠାରୁ ବିଶ୍ବବିଦ୍ୟାଳୟର କ୍ଷତିପୂରଣ କରାଯିବ । ଏହାସହ ହିଂସାକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଶ୍ବବିଦ୍ୟାଳୟ ପ୍ରତିକ୍ରିୟା ଦେଇଛି ।
ଅନ୍ୟପକ୍ଷେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ‘ ମୁଁ ଚାହୁଁନି ସେଠାରେ କୌଣସି ନିର୍ମାଣ କାର୍ଯ୍ୟ କରାଯାଉ । ମୁଁ ପ୍ରକୃତିର ସୌନ୍ଦର୍ଯ୍ୟକୁ କୌଣସି ନଷ୍ଟ କରିବାକୁ ଚାହୁଁନି । କୁଳପତିଙ୍କୁ ଜିଲ୍ଲାପାଳ ଓ ଏସପିଙ୍କ ପରାମର୍ଶ ନେବାକୁ ଅନୁରୋଧ କରିବି ’ ।
ଅନ୍ୟପକ୍ଷେ ପ୍ରାୟ 50 ଜଣ ଲୋକ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ଉପାସନା ଗୃହରେ ଏକ ଘଣ୍ଟା ଧରି ଏହି ଭିଡର ସମାଧାନ କରିବାକୁ ଉଦ୍ୟମ କରିଥିବା ବିଶ୍ବ ଭାରତୀ ଏସଏଫଆଇ ନେତା ସୋମନାଥ ସୌ କହିଛନ୍ତି । ବିଶ୍ବ ଭାରତୀ କୁଳପତି ବିଦ୍ୟୁତ୍ ଚକ୍ରବର୍ତ୍ତୀ ଓ ମୁଖପାତ୍ର ଅନୀରବାନ୍ ସାରକାର ଫୋନ୍ ଉଠାଇନଥିବା ଅଭିଯୋଗ ହୋଇଛି । ଶନିବାର ବିଶ୍ବ ଭାରତୀ ପସ୍ ମେଳା ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ ଓ ପ୍ରାଚୀର ନିର୍ମାଣ କରିବାକୁ କହିଥିଲେ । ଏହାକୁ ବିରୋଧ କରିଥିଲେ ସ୍ଥାନୀୟ ବ୍ୟବସାୟୀ ସଂଘ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ