ETV Bharat / bharat

ସୀମା ବିବାଦକୁ ନେଇ ରାଜନୀତି କରିବା ଅନୁଚିତ: ରାଜନାଥ ସିଂହ - talks with china continue says rajnath singh

ଭାରତ-ଚୀନ ସୀମା ବିବାଦ ଉପରେ କଂଗ୍ରେସର ଆଭିମୁଖ୍ୟ ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ଏହି ପ୍ରସଙ୍ଗରେ ରାଜନୀତି କରିବା ଉଚିତ୍ ନୁହେଁ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ସୀମା ବିବାଦକୁ ନେଇ ରାଜନୀତି କରିବା ଅନୁଚିତ: ରାଜନାଥ ସିଂହ

author img

By

Published : Jun 2, 2020, 9:05 PM IST

ନୂଆଦିଲ୍ଲୀ: ଚୀନ ଓ ନେପାଳ ସହ ଜାରି ରହିଥିବା ସୀମା ବିବାଦକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ପ୍ରତିକ୍ରିୟା । ସୀମା ବିବାଦ (ଭାରତ ଚୀନ୍ ଭୂମି ବିବାଦ) ଉପରେ କଂଗ୍ରେସର ଆଭିମୁଖ୍ୟ ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ, ଏହି ପ୍ରସଙ୍ଗରେ ରାଜନୀତି କରିବା ଉଚିତ୍ ନୁହେଁ । ସୀମା ସୁରକ୍ଷା ପ୍ରତ୍ୟେକ ଭାରତୀୟଙ୍କ ସହ ଜଡିତ ଏକ ପ୍ରସଙ୍ଗ । ଏହା ଉପରେ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ପ୍ରଶ୍ନର ଉତ୍ତର ଦିଆଯାଇପାରିବ ନାହିଁ । ରାଜନାଥ ସିଂ କହିଛନ୍ତି ଯେ ଆବଶ୍ୟକ ହେଲେ ଆମେ ଏକାଠି ବସି ଆଲୋଚନା କରିବା । ଆମେ ଚୀନ୍ ସହ ଆଲୋଚନା କରୁଛୁ ଏବଂ ଚୀନ୍ ସହିତ ସମସ୍ୟାର ସମାଧାନ ପାଇଁ ଆମର ଏକ କୌଶଳ ଅଛି, ତେଣୁ ଆମେ ସେହି ଅନୁସାରେ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରୁଛୁ ।

ନେପାଳ ସହିତ ଚାଲିଥିବା ବିବାଦ ସମ୍ପର୍କରେ ରାଜନାଥ ସିଂ କହିଛନ୍ତି ଯେ ଆମେ ନେପାଳକୁ ଆମର ସାନ ଭାଇ ଭଳି ବ୍ୟବହାର କରୁଛୁ । ଗୋଟିଏ ଘରେ ଦୁଇ ଭାଇଙ୍କ ମଧ୍ୟରେ ଝଗଡା ହେଉଛି କିନ୍ତୁ ତା ମାନେ ଏହା ନୁହେଁ ଯେ ଆମେ କାହା ସହ ସମ୍ପର୍କ ଭାଙ୍ଗିଦେବୁ ।

ଚୀନ ସହ ଚାଲିଥିବା ବିବାଦ ଉପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ପ୍ରତିବର୍ଷ ଚୀନ ସହ ସୀମା ବିବାଦ ଖବର ଆସେ । ଅନେକ ଥର ଅସ୍ତ୍ରଶସ୍ତ୍ର ଛଡ଼ାଇବା ଭଳି ଘଟଣା ମଧ୍ୟ ସାମ୍ନାକୁ ଆସିଛି । ଚୀନ ମଧ୍ୟ ଏହି ପ୍ରସଙ୍ଗରେ ସମ୍ପୂର୍ଣ୍ଣ ଧ୍ୟାନ ଦେବା ଉଚିତ ଯାହା ଦ୍ବାରା ଏହି ବିବାଦର ସମାଧାନ ହୋଇପାରିବ । ସେ ପୁଣି କହିଛନ୍ତି, ଚୀନ ସୀମାରେ ବହୁଳ ମାତ୍ରାରେ ସେନା ଠୁଳ କରିଛି । ତେବେ ଭାରତ ମଧ୍ୟ ପରିସ୍ଥିତିକୁ ଦେଖି ସମସ୍ତ ପଦକ୍ଷେପ ଗ୍ରହଣ କରିଛି । ଡୋକଲାମ ସମସ୍ୟା ସମୟରେ ଭାରତ ଏବଂ ଚୀନ ମଧ୍ୟରେ ସାମରିକ ଏବଂ କୂଟନୈତିକ ସ୍ତରରେ ଆଲୋଚନା ହୋଇଥିଲା ।

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.