ETV Bharat / bharat

ପ୍ରବଳ ବର୍ଷା କାରଣରୁ ବମ୍ବେ ହାଇକୋର୍ଟରେ ସମସ୍ତ ଶୁଣାଣି ସ୍ଥଗିତ - ବମ୍ବେ ହାଇକୋର୍ଟ

ବମ୍ବେ ହାଇକୋର୍ଟ ବୁଧବାର ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ସମସ୍ତ ଧାର୍ଯ୍ୟ ହୋଇଥିବା ଶୁଣାଣି ସ୍ଥଗିତ ରଖିଛନ୍ତି।

Bombay High Court suspends hearings due to heavy rains
ପ୍ରବଳ ବର୍ଷା କାରଣରୁ ବମ୍ବେ ହାଇକୋର୍ଟରେ ସମସ୍ତ ଶୁଣାଣି ସ୍ଥଗିତ
author img

By

Published : Sep 23, 2020, 1:39 PM IST

Updated : Sep 23, 2020, 4:56 PM IST

ମୁମ୍ବାଇ:ବମ୍ବେ ହାଇକୋର୍ଟ ବୁଧବାର ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ସମସ୍ତ ଧାର୍ଯ୍ୟ ହୋଇଥିବା ଶୁଣାଣି ସ୍ଥଗିତ ରଖିଛନ୍ତି। ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସହ ଜଡିତ ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ ଏବଂ ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନ ବୁଧବାର ବିଚାରପତି ସାରଙ୍ଗ କୋଟୱାଲଙ୍କ ବେଞ୍ଚ ଦ୍ବାରା ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁଣାଣି ହେବାର ଥିଲା ।

ଏହାବ୍ୟତୀତ ବିଚାରପତି ଏସ୍ ଜେ କାଥାୱାଲାଙ୍କ ନେତୃତ୍ବରେ ଏକ ଡିଭିଜନ୍ ବେଞ୍ଚ କଙ୍ଗନା ରଣାୱତଙ୍କ ଅଫିସ ଭାଙ୍ଗିବା ବିରୋଧରେ ଦାଖଲ ହୋଇଥିବା ଯାଚିକାର ଶୁଣାଣି ହେବାର ଥିଲା । ତେବେ ଏହି ସମସ୍ତ ମାମଲାର ଶୁଣାଣି ଗୁରୁବାରକୁ ଧାର୍ଯ୍ୟ କରାଯାଇଛି ।

ପ୍ରକାଶଥାଉକି, ବୁଧବାର ସକାଳେ ପ୍ରବଳ ବର୍ଷା ହେତୁ ମୁମ୍ବାଇର ଅନେକ ସ୍ଥାନରେ ରେଳ ଓ ସଡ଼କ ଚଳାଚଳ ବ୍ୟାହତ ହୋଇଛି ବୋଲି ଅଧିକାରୀମାନେ କହିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 23, 2020, 4:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.