ନୂଆଦିଲ୍ଲୀ: ନଦୀରେ ପଡିଲା ବୋଇଂ 737 ବିମାନ । ଆମେରିକାର ଫ୍ଲୋରିଡାରୁ 136 ଜଣ ଯାତ୍ରୀଙ୍କୁ ନେଇ ଆସୁଥିବା ଏହି ବିମାନଟି ଅବତରଣ ସମୟରେ ଭାରସାମ୍ୟ ହରାଇ ଜନସ ନଦୀରେ ପଡିଯାଇଛି । ହେଲେ ଏହି ଦୁର୍ଘଟଣାରେ ଏବେ ସୁଦ୍ଧା ମୃତାହତଙ୍କ ବିଷୟରେ କୌଣସି ସୂଚନା ମିଳିପାରିନାହିଁ ।
ଏହି ଘଟଣା ପରେ ବିମାନରେ ଥିବା ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଉଦ୍ଧାର ଯାତ୍ରୀଙ୍କ ମଧ୍ୟରୁ ସମସ୍ତେ ସୁରକ୍ଷିତ ଅଛନ୍ତି, କେହି ଆହତ ହୋଇନଥିବା ସୂଚନା ମିଳିଛି ।
ସୂଚନା ଅନୁସାରେ, ଏହି ଘଟଣାଟି ଶୁକ୍ରବାର ମଧ୍ୟରାତ୍ରରେ ଘଟିଛି । କ୍ୟୁବାରୁ ପ୍ରତ୍ୟାବର୍ତ୍ତନ କରି ଅବତରଣ ସମୟରେ ବିମାନଟି ଜ୍ୟାକନବେଲ ରନୱେ ପାଖରେ ଥିବା ନଦୀରେ ଖସି ପଡିଥିଲା । ତେବେ ବୋଇଂ 737 ବିମାନଟି ଏକ ଯାତ୍ରୀବାହୀ ବିମାନ ଭାବେ କାର୍ଯ୍ୟରତ।