ETV Bharat / bharat

ୟୁପିରେ ଅଭାବନୀୟ ଘଟଣା: କୋଭିଡ ରୋଗୀଙ୍କ ମୃତଦେହ ଅଦଳବଦଳ ଅଭିଯୋଗ - କୋଭିଡ ରୋଗୀ

ସୋମବାର ଉତ୍ତରପ୍ରଦେଶରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ମେରଟ ସହରରେ କୋଭିଡ ମୃତକଙ୍କ ମୃତଦେହ ଅଦଳବଦଳ ହୋଇଥିବା ଅଭିଯୋଗ ହୋଇଛି ।

କୋଭିଡ ରୋଗୀଙ୍କ ମୃତଦେହ ଅଦଳବଦଳ ଅଭିଯୋଗ
କୋଭିଡ ରୋଗୀଙ୍କ ମୃତଦେହ ଅଦଳବଦଳ ଅଭିଯୋଗ
author img

By

Published : Sep 8, 2020, 1:12 PM IST

ଲକ୍ଷ୍ନୌ: ସୋମବାର ଉତ୍ତରପ୍ରଦେଶରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ମେରଟ ସହରରେ କୋଭିଡ ମୃତକଙ୍କ ମୃତଦେହ ଅଦଳବଦଳ ହୋଇଥିବା ଅଭିଯୋଗ ହୋଇଛି । ଗୋଟେ ପରିବାରର 84 ବର୍ଷିୟ ସଦସ୍ୟଙ୍କ ମୃତ୍ୟୁ ହେବାପରେ ଅନ୍ତିମସଂସ୍କାର ପାଇଁ ଯେତେବେଳେ ତାଙ୍କ ପରିବାର ଶ୍ମଶାନକୁ ନେଇଥିଲେ, ସେତେବେଳେ ପରିବାରର ଜଣେ ସଦସ୍ୟ ମୃତଦେହ ଅଦଳବଦଳ ହୋଇଥିବା ଜାଣିବାକୁ ପାଇଥିଲେ ।

ଖବର ଅନୁଯାୟୀ, ପରିବାରର ଜଣେ 50 ବର୍ଷିୟ ଅନ୍ୟ ଜଣେ ବ୍ୟକ୍ତିଙ୍କ ମୃତଦେହକୁ ଅନ୍ତିମସଂସ୍କାର କରିବାକୁ ନେଇ ଯାଉଥିଲେ । ଯେତେବେଳେ ଏନେଇ ଅନ୍ୟ ପରିବାରକୁ ଅବଗତ କରାଯାଇଥିଲା, ସେତେବେଳେ ବିଳମ୍ବ ହୋଇଯାଇଥିଲା ଓ ସେମାନେ 84 ବର୍ଷିୟ ବୃଦ୍ଧଙ୍କ ଅନ୍ତିମସଂସ୍କାର କରିସାରିଥିଲେ ।

ଯେତେବେଳେ ବୃଦ୍ଧ ବ୍ୟକ୍ତିଙ୍କ ପରିବାର ଏହି ପ୍ରସଙ୍ଗରେ LLRM ମେଡିକାଲ କଲେଜ ସହିତ ଯୋଗାଯୋଗ କରିଥିଲେ, ସେତେବେଳେ କୋଭିଡ-19 ରୋଗୀଙ୍କ ମୃତଦେହ କାହିଁକି ଖୋଲିଥିବା ନେଇ ପ୍ରଶ୍ନ କରି ଗାଳିଗୁଲଜ କରିଛନ୍ତି । ବୃଦ୍ଧାଙ୍କ ଭଣଜା କହିଛନ୍ତି, ଆମେ ଶେଷଥର ମାମୁଁଙ୍କ ଦର୍ଶନ ପାଇଁ ମୁଖା ଖୋଲିଥିଲୁ କିନ୍ତୁ ମୃତକ ଆଉ ଜଣେ ଥିବା ଦେଖି ଆମେ ଆଶ୍ଚର୍ଯ୍ୟ ହୋଇଯାଇଥିଲୁ । ଏହାପରେ ହସ୍ପିଟାଲକୁ ଜଣାଇବା ପରେ, ସେମାନେ ଆମ ଦୋଷ ଦେଇ କଥା ଲୁଚାଇଦେଲେ ।

ଏହାସହ ଅନ୍ୟ ଜଣଙ୍କ ପରିବାର ମଧ୍ୟ ଏନେଇ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପରେ 50 ବର୍ଷିୟ ବ୍ୟକ୍ତିଙ୍କ ମୃତଦେହ ପରିବାରକୁ ଫେରେଇ, 70 ବର୍ଷିୟ ବୃଦ୍ଧାଙ୍କ ପାଉଁଶ ନେଇ ଫେରିଥିଲେ ପରିବାର । ଏହା ପ୍ରଥମ ଘଟଣା ନୁହେଁ, ଏପରି ଅନେକ ଥର କୋଭିଡ ରୋଗୀଙ୍କ ମୃତଦେହ ଅଦଳବଦଳ ହେବାରେ ଖବର ଆସିଛି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.